କଂଗ୍ରେସକୁ ଫେରିଲେ ଶିବାଜୀ ମାଝି

ଭୁବନେଶ୍ୱର: ପୁଣି କଂଗ୍ରେସକୁ ଫେରିଲେ ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝି। ୨୦୧୦ ରାଜ୍ୟସଭା ନିର୍ବାଚନରେ ଘୋଡ଼ାବେପାର ଅଭିଯୋଗରେ ସେ କଂଗ୍ରେସରୁ ନିଲମ୍ବିତ ହୋଇଥିଲେ। ସେହିଭଳି ପୂର୍ବତନ ସାଂସଦ ନକୁଳ ନାଏକ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି ଭୁବନେଶ୍ୱରରେ କଂଗ୍ରେସ ଭବନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିରେ ଏ ଦୁଇ ନେତା କଂଗ୍ରେସରେ ସାମିଲ ହୋଇଥିଲେ। ପିସିସି ସଭାପତି କହିଛନ୍ତି,“ପୂର୍ବତନ ସାଂସଦ ନକୁଳ ନାୟକଙ୍କ କଂଗ୍ରେସରେ ଯୋଗଦାନ କନ୍ଧମାଳରେ ଦଳର ସ୍ଥିତିକୁ ଆହୁରି ମଜଭୁତ କରିବ। […]

shivaji

shivaji

Rakesh Mallick
  • Published: Sunday, 04 September 2016
  • Updated: 04 September 2016, 03:05 PM IST

Sports

Latest News

shivajiଭୁବନେଶ୍ୱର: ପୁଣି କଂଗ୍ରେସକୁ ଫେରିଲେ ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝି। ୨୦୧୦ ରାଜ୍ୟସଭା ନିର୍ବାଚନରେ ଘୋଡ଼ାବେପାର ଅଭିଯୋଗରେ ସେ କଂଗ୍ରେସରୁ ନିଲମ୍ବିତ ହୋଇଥିଲେ। ସେହିଭଳି ପୂର୍ବତନ ସାଂସଦ ନକୁଳ ନାଏକ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି ଭୁବନେଶ୍ୱରରେ କଂଗ୍ରେସ ଭବନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିରେ ଏ ଦୁଇ ନେତା କଂଗ୍ରେସରେ ସାମିଲ ହୋଇଥିଲେ।

ପିସିସି ସଭାପତି କହିଛନ୍ତି,“ପୂର୍ବତନ ସାଂସଦ ନକୁଳ ନାୟକଙ୍କ କଂଗ୍ରେସରେ ଯୋଗଦାନ କନ୍ଧମାଳରେ ଦଳର ସ୍ଥିତିକୁ ଆହୁରି ମଜଭୁତ କରିବ। ସେହିପରି ଶିବାଜୀ ମାଝିଙ୍କ ଘର ବାହୁଡ଼ା କଳାହାଣ୍ଡିରେ ଦଳର ସ୍ଥିତିକୁ ଆହୁରି ଦୃଢ଼ କରିବାରେ ସହାୟକ ହେବ। ଏ ଦୁଇ ନେତାଙ୍କୁ ଆମେ ଦଳକୁ ସ୍ୱାଗତ କରୁଛୁ।”

କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଗୋବର୍ଦ୍ଧନ ଦାସ କହିଛନ୍ତି,“ଶିବାଜୀ ମାଝି ନିର୍ଦ୍ଦୋଷ ବୋଲି ହୃଦ୍‌ବୋଧ ହେବାରୁ ଆମେ ତାଙ୍କୁ ଫେରାଇ ଆଣିଲୁ।”

କଂଗ୍ରେସରେ ଯୋଗ ଦେବା ପରେ ପୂର୍ବତନ ସାଂସଦ ନକୁଳ ନାଏକ କହିଛନ୍ତି,“ଗତ ୧୭ ବର୍ଷରେ ନବୀନ ସରକାରଙ୍କ ଅମଳରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କନ୍ଧମାଳ ଜିଲ୍ଲା। ପ୍ରାୟ ଅଶି ହଜାର ଲୋକ ବାସହରା ହୋଇଛନ୍ତି। ଲକ୍ଷେରୁ ଅଧିକ ଲୋକ ଜିଲ୍ଲା ଛାଡ଼ି ପଳାଇଛନ୍ତି। କନ୍ଧମାଳର ସ୍ଥିତିକୁ ସୁଧାରିବାରେ ଉଭୟ ବିଜେଡି ଓ ବିଜେପି ବିଫଳ ହୋଇଛନ୍ତି।”

ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ କହିଛନ୍ତି,“ଶିବାଜୀ ଦଳକୁ ଫେରିବେ ବୋଲି ମୁଁ ପୂର୍ବରୁ ଶୁଣିଥିଲି। ସେ ଦଳରେ ମିଶିବା ପରେ ଗୋବର୍ଦ୍ଧନ ଦାସ ମୋତେ ଫୋନ୍‌ କରି ଜଣାଇଥିଲେ। ଆମର ତ ପୂର୍ବରୁ ସବୁ ବ୍ଲକ୍‌ରେ ସଂଗଠନ ଦୃଢ଼ ରହିଛି। ସେ ପୁଣି ଦଳକୁ ଫେରିବା ପରେ ଲାଞ୍ଜିଗଡ଼ ବ୍ଲକ୍ ଆହୁରି ମଜଭୁତ ହେବ।”

୨୦୧୦ ରାଜ୍ୟସଭା ନିର୍ବାଚନରେ ଘୋଡ଼ାବେପାର ଅଭିଯୋଗରେ ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝି ୨୦୧୧ରେ କଂଗ୍ରେସରୁ ନିଲମ୍ବିତ ହୋଇଥିଲେ। ୨୦୧୪ ଜାନୁଆରୀ ୨୯ରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଥିଲା। ସେ ସେହି ବର୍ଷ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ। ୨୦୧୫ରେ ସେ ବିଜେପିରେ ଯୋଗ ଦେଇଥିଲେ। ଆଜି ବିଜେପି ଛାଡ଼ି ଆଜି ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story