ସବୁ ବ୍ଲକ୍ ଅଫିସ୍ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ: ଲମତାପୁଟରେ ଭଙ୍ଗାରୁଜା, ଦଶରଥପୁରରେ ପୋଲିସ୍ ସହ ମୁହାଁମୁହିଁ

ଭୁବନେଶ୍ୱର: ମରୁଡ଼ି ଓ ଚାଷୀ ଆତ୍ମହତ୍ୟାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ୧୦ଲକ୍ଷ ଟଙ୍କା ଓ ମରୁଡି ପ୍ରଭାବିତ ଅଞ୍ଚଳରେ ଏକର ପିଛା ୨୦ହଜାର ଟଙ୍କା ସହାୟତା ରାଶି ଦିଆଯିବା ଓ ଚାଷୀ ଆତ୍ମହତ୍ୟା ନେଇ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରିବା ଭଳି ଦାବିରେ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସ କର୍ମୀମାନେ କୋରାପୁଟ ଜିଲ୍ଲା ଲମତାପୁଟ […]

congressrally

congressrally

Rakesh Mallick
  • Published: Friday, 06 November 2015
  • Updated: 07 November 2015, 03:30 AM IST

Sports

Latest News

[caption id="attachment_44457" align="alignleft" width="300"]lamataput ଲମତାପୁଟ ବ୍ଲକ୍ ଅଫିସରେ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା[/caption]

ଭୁବନେଶ୍ୱର: ମରୁଡ଼ି ଓ ଚାଷୀ ଆତ୍ମହତ୍ୟାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ୧୦ଲକ୍ଷ ଟଙ୍କା ଓ ମରୁଡି ପ୍ରଭାବିତ ଅଞ୍ଚଳରେ ଏକର ପିଛା ୨୦ହଜାର ଟଙ୍କା ସହାୟତା ରାଶି ଦିଆଯିବା ଓ ଚାଷୀ ଆତ୍ମହତ୍ୟା ନେଇ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରିବା ଭଳି ଦାବିରେ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସ କର୍ମୀମାନେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅଫିସରେ ଭଙ୍ଗାରୁଜା କରିଛନ୍ତି। କଂଗ୍ରେସ କର୍ମୀମାନେ ବ୍ଲକ୍ ଅଫିସ୍ ମଧ୍ୟକୁ ଧସେଇ ପଶିଥିଲେ। ଦଳୀୟ କର୍ମୀମାନଙ୍କ ଭଙ୍ଗାରୁଜା ବେଳେ ବିଡିଓ ଭଗବାନ ବେହେରା ଆହତ ହୋଇଛନ୍ତି।

ସେହିପରି ଯାଜପୁର ଜିଲ୍ଲା ଦଶରଥପୁରରେ ବ୍ଲକ କାର୍ଯ୍ୟାଳୟ ଘେରାଉ ବେଳେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ଓ କଂଗ୍ରେସକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦଳୀୟ କର୍ମୀମାନେ ଭଙ୍ଗାରୁଜା କରିଥିଲେ। ଅନ୍ୟପକ୍ଷେ ପୋଲିସର ଲାଠି ମାଡ଼ରେ ୧୦ରୁ ଅଧିକ କଂଗ୍ରେସ କର୍ମୀ ଆହତ ହୋଇଥିବାବେଳେ କର୍ମୀଙ୍କ ଟେକା ମାଡ଼ରେ ୬ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଭୁବନେଶ୍ୱରରେ ମରୁଡ଼ି ଓ ଚାଷୀ ଆତ୍ମହତ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ସଭାପତି ମନୋରଂଜନ ଦାସ ଓ ପିସିସି ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ୍ କର୍ମୀ ବ୍ଲକ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଏମସି ଭିତରକୁ କଂଗ୍ରେସ୍ କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା।

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସରକାରଙ୍କୁ ସମାଲୋଚନା କରିଛି। ଏ ନେଇ ଆଜି ଦଳ ପକ୍ଷରୁ କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ଧାରଣା ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଧାରଣାରେ କଟକ ନଗର କଂଗ୍ରେସ କମିଟିର ସଭାପତି ମହମ୍ମଦ ମୋକିମ ଏବଂ ବରିଷ୍ଠ ନେତା ସୁରେଶ ମହାପାତ୍ରଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।

ବଲାଙ୍ଗିର କୋଶଳ ପଡ଼ିଆରେ କଂଗ୍ରେସ ପକ୍ଷରୁ ସମାବେଶ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ସମାବେଶରେ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସମାବେଶ ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ବାହାରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ନୟାଗଡ଼ରେ ମଧ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି।  ଜିଲ୍ଲା କଂଗ୍ରେସ ସଭାପତି ଲାଲା ମନୋଜ ରାୟଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ସିନ୍ଦୁରିଆରୁ ଏକ ଶୋଭାଯାତ୍ରାରେ ଆସି ନୟାଗଡ଼ ବ୍ଲକ ସାମାନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଯୋଗୁ ଚାଷୀ ଓ ଭାଗ ଚାଷୀ ମାନଙ୍କୁ ଉଚିତ ସହାୟତା ପ୍ରଦାନ ଏବଂ ୠଣ ଛାଡ଼ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ମରୁଡ଼ି ପ୍ରଭାବିତ କେଉଁ କେଉଁ ବ୍ଲକ ପ୍ରଭାବିତ ହୋଇଛି ତାହା ନିର୍ଦ୍ଦିଷ୍ଟ ଭାବେ ଘୋଷଣା କରାଯାଇନାହିଁ। ତୁରନ୍ତ ଏ ଦିଗରେ ସରକାର ସ୍ପଷ୍ଟ କରିବା ଦରକାର ବୋଲି କଂଗ୍ରେସ ଦାବି କରିଛି।

ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ୬ଟି ଯାକ ବ୍ଲକରେ ଆଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। କଂଗ୍ରେସ ନେତା ଓ କର୍ମୀମାନେ ସରକାର ବିରୋଧୀ ସ୍ଲୋଗାନ ଦେଇ ବ୍ଲକ୍ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ବୀରମହାରାଜପୁର ବ୍ଲକରେ ଜିଲ୍ଲା ପରିଷଦ ସଭ୍ୟ ରାଜଗୋପାଳ ପାଣିଗ୍ରାହୀ ଓ ଜିଲ୍ଲା ମହିଳା ନେତ୍ରୀ ଗାୟତ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିକ୍ଷୋଭ କରାଯାଇଥିଲା

ଆସିକା ବ୍ଲକ୍ ଅଫିସ ସମ୍ମୁଖରେ କଂଗ୍ରେସକର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ବରଗଡ଼ର କଂଗ୍ରେସ କର୍ମୀମାନେ ଗାନ୍ଧି ଛକଠାରେ ମୁଖ୍ୟମନ୍ତ୍ରୀ ଏବଂ କୃଷି ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହାପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଳାପଳଙ୍କୁ ପ୍ରଦାନ କରିଥିଲେ।

ଭଦ୍ରକ ଜିଲ୍ଳା କଂଗ୍ରେସକର୍ମୀ ଏକ ମୋଟର ସାଇକେଲ ରାଲି ବାହାରି ଜିଲ୍ଳପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବ୍ଲକ୍ ସଭାପତି ପ୍ରଫ୍ଲଲ୍ଳ ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବଣାଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧର୍ମଗଡ଼ର ଶହ ଶହ କଂଗ୍ରେସକର୍ମୀ ବ୍ଲକ୍ ଅଫିସ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସାଲେପୁର ବ୍ଲକ୍ କଂଗ୍ରେସ ପକ୍ଷରୁ ମଧ୍ୟ ବ୍ଲକ୍ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚାଷୀ ମୃତ୍ୟୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଓ ଖୁବଶୀଘ୍ର କ୍ଷତିପୂରଣ ଦେବାକୁ କଂଗ୍ରେସକର୍ମୀମାନେ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story