ଜୁନ୍‌ ୧୦ରେ କଂଗ୍ରେସ ପାଳିବ ଧିକ୍କାର ଦିବସ; ସବୁ ବ୍ଲକ୍ ଅଫିସ୍ ଘେରିବ

ଭବାନୀପାଟଣା: ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ଅଭିଯୋଗ କରି ଜୁନ୍ ୧୦ ତାରିଖକୁ ଧିକ୍କାର ଦିବସ ଭାବେ ପାଳନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ସେହି ଦିନ ରାଜ୍ୟର ସମସ୍ତ ବ୍ଲକ୍ କାର୍ଯ୍ୟାଳୟକୁ ଦଳୀୟ କର୍ମୀମାନେ ଘେରାଉ କରିବେ। ଆଜି ଭବାନୀପାଟଣାରେ ୮ ଦଫା ଦାବିରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଜନସମାବେଶରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି କଥା ଘୋଷଣା କରିଛନ୍ତି। ସମାବେଶରେ ଦଳୀୟ ନେତାମାନେ […]

kalahandi=samabesh

kalahandi=samabesh

Rakesh Mallick
  • Published: Friday, 03 June 2016
  • Updated: 03 June 2016, 08:48 AM IST

Sports

Latest News

kalahandi=samabeshଭବାନୀପାଟଣା: ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ଅଭିଯୋଗ କରି ଜୁନ୍ ୧୦ ତାରିଖକୁ ଧିକ୍କାର ଦିବସ ଭାବେ ପାଳନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ସେହି ଦିନ ରାଜ୍ୟର ସମସ୍ତ ବ୍ଲକ୍ କାର୍ଯ୍ୟାଳୟକୁ ଦଳୀୟ କର୍ମୀମାନେ ଘେରାଉ କରିବେ। ଆଜି ଭବାନୀପାଟଣାରେ ୮ ଦଫା ଦାବିରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଜନସମାବେଶରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି କଥା ଘୋଷଣା କରିଛନ୍ତି।

ସମାବେଶରେ ଦଳୀୟ ନେତାମାନେ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ବର୍ଷି ଥିଲେ। କଂଗ୍ରେସର ଓଡ଼ିଶା ପ୍ରଭାରୀ ବି.କେ ହରିପ୍ରସାଦ କହିଥିଲେ,“କଳାହାଣ୍ଡିରେ ମେଡିକାଲ କଲେଜ ବନ୍ଦ କରି ଦିଆଯିବା ସହିତ ଚକ୍ରାନ୍ତ କରି ନର୍ଲା ରେଳ ୱାଗନ ମରାମତି କାରଖାନାକୁ ଉଠାଇ ନିଆଯାଇଛି।”

ସେ କହିଥିଲେ,“ଦେଶର ପ୍ରଧାନମନ୍ତ୍ରୀ ବହୁତ କଥା କହୁଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ କେବେ କିଛି କୁହନ୍ତି ନାହିଁ।”

କଳାହାଣ୍ଡି ଜିଲ୍ଲାରେ ରେଳ ୱାଗନ ମରାମତି କାରଖାନା ସ୍ଥାପନ, ସରକାରୀ ମେଡିକାଲ୍ କଲେ ଓ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଭଳି ୮ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ସମାବେଶର ଆୟୋଜନ କରାଯାଇଥିଲା। ରାସନକାର୍ଡ ବଣ୍ଟନ ଦୁର୍ନୀତିର ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ମଧ୍ୟ ଏହି ସମାବେଶରେ ଦାବି କରାଯାଇଥିଲା। ଦାବି ପୂରଣ ନ ହେଲେ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ ନେତା ଭକ୍ତ ଚରଣ ଦାସ କହିଥିଲେ।

ସମାବେଶ ଶେଷ ହେବା ପରେ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos