କନଷ୍ଟେବଳ ଇଣ୍ଟରଭ୍ୟୁ ବେଳେ ଯୁବକଙ୍କ ମୃତ୍ୟୁ

କଟକ: ଷଷ୍ଠ ବାଟାଲିୟନର କନଷ୍ଟେବଳ ଇଣ୍ଟରଭ୍ୟୁ ବେଳେ ଗତକାଲି ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡୁଳିର ହରେକୃଷ୍ଣ ସାହୁ ନାମକ ଜଣେ ଆଶାୟୀ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି। ଶାରୀରିକ ପରୀକ୍ଷାରେ ୧୬୦୦ ମିଟର ଦୌଡ ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ଏସ୍‌ସିବି ଓ ପରେ ଏକ ଘରୋଇ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅସୁସ୍ଥ ହୋଇଯିବା ପରେ ହରେକୃଷ୍ଣଙ୍କୁ ଠିକ୍‌ ସମୟରେ ହସ୍‌ପିଟାଲ ନିଆ ନ ଯିବାରୁ ତାଙ୍କର ମୃତ୍ୟୁ […]

constable

constable

Rakesh Mallick
  • Published: Monday, 23 January 2017
  • Updated: 23 January 2017, 06:47 PM IST

Sports

Latest News

କଟକ: ଷଷ୍ଠ ବାଟାଲିୟନର କନଷ୍ଟେବଳ ଇଣ୍ଟରଭ୍ୟୁ ବେଳେ ଗତକାଲି ଢେଙ୍କାନାଳ ଜିଲ୍ଲା ମେରାମୁଣ୍ଡୁଳିର ହରେକୃଷ୍ଣ ସାହୁ ନାମକ ଜଣେ ଆଶାୟୀ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି। ଶାରୀରିକ ପରୀକ୍ଷାରେ ୧୬୦୦ ମିଟର ଦୌଡ ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ଏସ୍‌ସିବି ଓ ପରେ ଏକ ଘରୋଇ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅସୁସ୍ଥ ହୋଇଯିବା ପରେ ହରେକୃଷ୍ଣଙ୍କୁ ଠିକ୍‌ ସମୟରେ ହସ୍‌ପିଟାଲ ନିଆ ନ ଯିବାରୁ ତାଙ୍କର ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ମୃତକଙ୍କ ମାଆ ଓ ଭଉଣୀ ଅଭିଯୋଗ ଆଣିଛନ୍ତି।

ସନ୍ଧ୍ୟାରେ ଗାଁରେ ହରେକୃଷ୍ଣଙ୍କ ମୃତଦେହ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ପରିବାର ଓ ସ୍ଥାନୀୟ ଲୋକେ ଢେଙ୍କାନାଳ ଦେଇଯାଇଥିବା ଏନ୍‌ଏଚ୍‌-୫୫ରେ ମେରାମୁଣ୍ଡଳିରେ ମୃତଦେହ ରଖି ରାସ୍ତାରୋକ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos