ଡି’ବ୍ରଦର୍ସଙ୍କୁ ପୁଣି ରିମାଣ୍ଡରେ ନେଲା ପୋଲିସ୍

କଟକ: ଧଳସାମନ୍ତ ଭ୍ରାତାଙ୍କୁ ଆଜି ପୁଣି ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍। ଓମ୍ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ଧଳସାମନ୍ତ ଭ୍ରାତାଙ୍କୁ ୭ ଦିନ ରିମାଣ୍ଡରେ ନେଇଛି ପୋଲିସ୍। ତେବେ ଦୁଇ ଭାଇଙ୍କ ହାତରେ ହ୍ୟାଣ୍ଡକପ୍ ପକାଇବା ନେଇ ପୋଲିସ୍ ପକ୍ଷରୁ କରାଯାଇଥିବା ଆବେଦନକୁ କଟକ ଏସ୍‌ଡିଜେଏମ୍ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଓମ୍ ଓ ଦୀପୁ ହତ୍ୟା ମାମଲାରେ ଡି’ ବ୍ରଦର୍ସଙ୍କ ଓ ତାଙ୍କ ୩ ସହଯୋଗୀକୁ ମଙ୍ଗଳବାର କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। […]

d-brothers

d-brothers

Rakesh Mallick
  • Published: Tuesday, 16 February 2016
  • Updated: 16 February 2016, 02:34 PM IST

Sports

Latest News

d-brothersକଟକ: ଧଳସାମନ୍ତ ଭ୍ରାତାଙ୍କୁ ଆଜି ପୁଣି ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍। ଓମ୍ ହତ୍ୟାକାଣ୍ଡ ମାମଲାର ତଦନ୍ତ ପାଇଁ ଧଳସାମନ୍ତ ଭ୍ରାତାଙ୍କୁ ୭ ଦିନ ରିମାଣ୍ଡରେ ନେଇଛି ପୋଲିସ୍। ତେବେ ଦୁଇ ଭାଇଙ୍କ ହାତରେ ହ୍ୟାଣ୍ଡକପ୍ ପକାଇବା ନେଇ ପୋଲିସ୍ ପକ୍ଷରୁ କରାଯାଇଥିବା ଆବେଦନକୁ କଟକ ଏସ୍‌ଡିଜେଏମ୍ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

ଓମ୍ ଓ ଦୀପୁ ହତ୍ୟା ମାମଲାରେ ଡି’ ବ୍ରଦର୍ସଙ୍କ ଓ ତାଙ୍କ ୩ ସହଯୋଗୀକୁ ମଙ୍ଗଳବାର କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଗୁଡୁ, ଦେବାଶିଷ ଓ ଭଜନା କୋର୍ଟରେ ହାଜର ହୋଇଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ଆଉ ଜଣେ ସହଯୋଗୀ ନିର୍ମଳ ରାଉତ ହାଜର ହୋଇ ପାରି ନ ଥିଲେ। କୋର୍ଟରେ ହାଜର ପରେ ସମସ୍ତଙ୍କୁ ପୁଣି ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ଡି-ବ୍ରଦର୍ସଙ୍କ ସହ ଅନ୍ୟ ୪ ଅଭିଯୁକ୍ତ ଓମ୍ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପୋଲିସ୍  ତଦନ୍ତ ବେଳେ ଜାଣି ପାରିଥିଲା।

ଧଳସାମନ୍ତ ଭ୍ରାତାଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ କୋର୍ଟରେ ଆଜି ଶୁଣାଣି ଶେଷ ହୋଇଛି। କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ପୋଲିସ୍ ନିର୍ଯାତନା ଓ ଓକିଲଙ୍କୁ ଭେଟିବା ସଂପର୍କରେ ଧଳସାମନ୍ତ ଭ୍ରାତା କୋର୍ଟରେ ଆବେଦନ କରିଥିଲେ।

ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଅଟକ

ଡି’ବ୍ରଦର୍ସଙ୍କ ସହ ଲିଙ୍କ୍ ଅଭିଯୋଗରେ ଆଜି କୋର୍ଟ ପରିସରରୁ ଆଉ ଜଣେ ସହଯୋଗୀ ଚିକୁକୁ ପୋଲିସ୍ କାବୁ କରିଛି। ପୋଲିସ୍ ଚିକୁକୁ ଅଟକ ରଖି ପଚରାଉଚରା କରୁଛି। ତା’ଠାରୁ ପୋଲିସ୍ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଡି’ବ୍ରଦର୍ସଙ୍କ ସହ ଲିଙ୍କ୍ ଅଭିଯୋଗରେ ପୋଲିସ୍ ସୋମବାର କଟକ ନଗର ଯୁବକ ସଂଘର କାର୍ଯ୍ୟକାରୀ ସଭାପତି ଦେବାଶିଷ ଘୋଷଙ୍କୁ ଥାନାରେ ମାରାଥାନ ଜେରା କରିଥିଲା। କଟକ ଚାଉଳିଆଗଞ୍ଜ ଥାନାରେ ଦେବାଶିଷଙ୍କୁ ପଚରାଉଚରା କରାଯାଇଥିଲା। ସୁଶୀଲ ଧଳସାମନ୍ତ ନେତୃତ୍ୱରେ କଟକ ନଗର ଯୁବକ ସଂଘ ଗଠିତ ହୋଇଥିଲା । ଡି’ ବ୍ରଦର୍ସ ଯୁବକ ସଂଘ କରି କେଉଁ କେଉଁ କାମ ହାସଲ କରୁଥିଲେ ଓ ସଙ୍ଗଠନ ପାଇଁ କେଉଁଠୁ ଟଙ୍କା ଆସୁଥିଲା ଏଭଳି ଅନେକ ପ୍ରଶ୍ନ କରିଥିଲା ପୋଲିସ୍। ପ୍ରାୟ ୨ ଘଣ୍ଟା ଧରି ଦେବାଶିଷଙ୍କୁ ଜେରା କରାଯାଇଥିଲା। ପୋଲିସର ତଦନ୍ତକୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା କହିଛନ୍ତି ଦେବାଶିଷ।

ଡି’ ବ୍ରଦର୍ସଙ୍କ ଡାଏରୀକୁ ନେଇ ଚର୍ଚ୍ଚା

ଡି’ ବ୍ରଦର୍ସଙ୍କ ଘରୁ ମିଳିଥିବା ଡାଏରୀଙ୍କୁ ନେଇ ସସପେନ୍ସ ଜାରି ରହିଛି। ଏହି ଡାଏରୀରେ ଦୁଇ ଭାଇଙ୍କ ମାଫିଆ ଲିଙ୍କ୍‌ଠାରୁ ଆରମ୍ଭ କରି ପଲିଟିକାଲ୍ ଲିଙ୍କ୍‌ର ସବୁ ତଥ୍ୟ ଥିବା ଚର୍ଚ୍ଚା ହେଉଛି। ତେବେ ପୋଲିସ୍ କାହିଁକି ଡାଏରୀ ସଂପର୍କରେ କିଛି ଖୁଲାସା କରୁ ନାହିଁ, କାହିଁକି ଡାଏରୀ ସଂପର୍କରେ କିଛି ଖୁଲାସା କରୁ ନାହିଁ, କାହିଁକି ସେମାନଙ୍କର ରାଜନୈତିକ ସଂପର୍କ ନେଇ ଅଧିକ ତନାଘନା କରୁନି ସେ ନେଇ ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos