ଓଲଟିଲା ଗୋରୁ ବୋଝେଇ ଟ୍ରକ୍: ହେଲ୍‌ପର ସହ ୧୩ ଗୋରୁ ମୃତ

କଟକ: କଟକ ମଧୁପାଟଣା ଛକରେ ଓଲଟିଲା ଗୋରୁ ବୋଝେଇ ଟ୍ରକ୍। ଫଳରେ ୧୩ ଗୋରୁଙ୍କ ମୃତ୍ୟୁ ହୋଇଛି। ଏହାସହିତ ହେଲ୍‌ପରର ମଧ୍ୟ ମୃତ୍ୟୁ ଘଟିଛି। ଟ୍ରକ ଡ୍ରାଇଭର ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଦ୍ରୁତ ଗତିରେ ଯାଉଥିବା ଏହି ଗୋରୁ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।