ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିବ ସିଟି ସ୍କାନ୍‌

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାପନ ହେବ ସିଟି ସ୍କାନ୍‌ ମେସିନ୍‌। ପିପିପି ମୋଡ୍‌ରେ ଏହି ମେସିନ୍ ସ୍ଥାପନ କରାଯିବ। ଆଜି ସ୍ୱାସ୍ଥ୍ୟବିଭାଗର ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜଳବାହୀ ରୋଗର ପ୍ରତିକାର ଓ ନିରାମୟ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରିର ବଣ୍ଡାଘାଟି ଅଞ୍ଚଳରେ ମ୍ୟାଲରିଆ ବ୍ୟାପୁଥିବା ଖବରକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାର ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବା ଲାଗି […]

cm

cm

Rakesh Mallick
  • Published: Friday, 10 June 2016
  • Updated: 10 June 2016, 10:16 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାପନ ହେବ ସିଟି ସ୍କାନ୍‌ ମେସିନ୍‌। ପିପିପି ମୋଡ୍‌ରେ ଏହି ମେସିନ୍ ସ୍ଥାପନ କରାଯିବ। ଆଜି ସ୍ୱାସ୍ଥ୍ୟବିଭାଗର ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଜଳବାହୀ ରୋଗର ପ୍ରତିକାର ଓ ନିରାମୟ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରିର ବଣ୍ଡାଘାଟି ଅଞ୍ଚଳରେ ମ୍ୟାଲରିଆ ବ୍ୟାପୁଥିବା ଖବରକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାର ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ବଣ୍ଡାଘାଟୀ ଅଞ୍ଚଳକୁ ଆବଶ୍ୟକୀୟ ଔଷଧ ସହ ଡାକ୍ତରୀଦଳ ପଠାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ଷା ଆରମ୍ଭ ହୋଇଯାଇଥିବାରୁ ବିଭିନ୍ନ ଅଞ୍ଚଳରେ ଡାଇରିଆ, ଡେଙ୍ଗୁ ଆଦି ରୋଗ ବ୍ୟାପିବାର ଆଶଙ୍କା ରହିଥିବାରୁ ଏ ଦିଗରେ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ନିରାମୟ ଯୋଜନାରେ ରୋଗୀ ଯେପରି ଅଧିକ ଅତ୍ୟାବଶ୍ୟକ ଔଷଧ ପାରିବେ ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos