କଟକ: ନାବାଳିକା ବିବାହ ଖବର ସଂଗ୍ରହ କରିବାକୁ ଯାଇଥିବା ଓଟିଭି ପ୍ରତିନିଧି ଓ କ୍ୟାମେରାମ୍ୟାନଙ୍କୁ ମାଡ଼

କଟକ: ଖଲର୍ଦ୍ଦା ଗାଁରେ ଚାଲିଥିବା ନାବାଳିକା ବିବାହକୁ ଅଟକାଇବାକୁ ଯାଇଥିବାବେଳେ ଶିଶୁ ମଙ୍ଗଳ କମିଟି ସଦସ୍ୟ, ଓଟିଭି ପ୍ରତିନିଧି ଓ କ୍ୟାମେରାମ୍ୟାନ ଆକ୍ରମଣର ଶିକାର ହୋଇଛନ୍ତି। ଏଥିରେ ଓଟିଭି ପ୍ରତିନିଧି ପ୍ରଭାତ ବିଶୋୟୀ ଏବଂ କ୍ୟାମେରାମ୍ୟାନ ସ୍ମୃତିରଞ୍ଜନ ସାମନ୍ତ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଛି। ଏହି ଘଟଣାରେ ସଦର ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। […]

ctc-otv-reporter

ctc-otv-reporter

Rakesh Mallick
  • Published: Sunday, 15 May 2016
  • Updated: 15 May 2016, 03:29 PM IST

Sports

Latest News

ctc-otv-reporterକଟକ: ଖଲର୍ଦ୍ଦା ଗାଁରେ ଚାଲିଥିବା ନାବାଳିକା ବିବାହକୁ ଅଟକାଇବାକୁ ଯାଇଥିବାବେଳେ ଶିଶୁ ମଙ୍ଗଳ କମିଟି ସଦସ୍ୟ, ଓଟିଭି ପ୍ରତିନିଧି ଓ କ୍ୟାମେରାମ୍ୟାନ ଆକ୍ରମଣର ଶିକାର ହୋଇଛନ୍ତି। ଏଥିରେ ଓଟିଭି ପ୍ରତିନିଧି ପ୍ରଭାତ ବିଶୋୟୀ ଏବଂ କ୍ୟାମେରାମ୍ୟାନ ସ୍ମୃତିରଞ୍ଜନ ସାମନ୍ତ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଛି। ଏହି ଘଟଣାରେ ସଦର ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଆଜି ଭାଣପୁରର ଜଣେ ଯୁବକଙ୍କ ସହ ଖଲର୍ଦ୍ଦାର ଜଣେ ନାବାଳିକାର ବିବାହ ହେଉଥିଲା। ଖବର ପାଇଁ ଶିଶୁ ସୁରକ୍ଷା କମିଟି ସଦସ୍ୟମାନେ ଚଢାଉ କରିଥିଲେ। ଏହି ଖବର ସଂଗ୍ରହ କରିବାକୁ ଯାଇଥିବା ପ୍ରଭାତ ଏବଂ ସ୍ମୃତିଙ୍କୁ ଉଭୟ ବରପକ୍ଷ ଓ କନ୍ୟାପକ୍ଷର ଲୋକେ ଏକ ଘରେ ବନ୍ଦ କରିଦେଇ ନିସ୍ତୁକ ମାଡ଼ ମାରିଥିଲେ।

ପୋଲିସ ଡିଜି କେ.ବି. ସିଂହ କହିଛନ୍ତି, “୯ଜଣ ଅଭଯୁକ୍ତଙ୍କୁ ସଦର ପୋଲିସ ଷ୍ଟେଶନରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। କମିଶନରେଟ୍‌ ପୋଲିସକୁ ହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି।”

କଟକ ଡିସିପି ସଞ୍ଜିବ ଆରୋରା କହିଛନ୍ତି, “ଏସିପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ।”

କଟକ ଡିସିପି ଏସ୍‌ସିବି ମେଡିକାଲକୁ ଯାଇ ପ୍ରଭାତଙ୍କୁ ଭେଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos