ଖରା ଦିନେ ଦହିଭାତ ଖାଆନ୍ତୁ: ପାଇବେ ଏହି ସବୁ ଫାଇଦା

ଦହିଭାତ ଖାଇବା ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭଦାୟକ। ଭାତରେ ପୋଟାସିୟମ୍‌,ଆଇରନ୍‌, କାର୍ବୋହାଇଡେଡ୍‌, ଫାଇବର, ମ୍ୟାଗ୍ନେସିୟମ୍‌,ଭିଟାମିନ୍‌ ବି୬ର ମାତ୍ରା ପର୍ଯ୍ୟାପ୍ତ ପରିମାଣରେ ରହିଛି। ସେହିପରି ଦହିରେ କ୍ୟାଲସିୟମ୍‌,କାର୍ବୋହାଇଡେଟ,ପୋଟାସିୟମ୍‌,ସୋଡିୟମ୍‌ ଓ ପ୍ରୋଟିନ୍‌ ରହିଛି। ଦହି ଭାତ ଶରୀରରେ ଓଜନ କମ୍‌ କରିବା ସହ ଖାଦ୍ୟ ହଜମ କରିବାରେ ମଧ୍ୟ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଦହିଭାତ ଖାଇବା ଦ୍ୱାରା ଶରୀରକୁ ଆଉ କେଉଁ ସବୁ ଫାଇଦା ମିଳିଥାଏ। ପାଚନ ଶକ୍ତି ବଢ଼ାଏ ଦହିରେ ପ୍ରୋବାୟୋଟିକ୍‌  ଗୁଣ ରହିଛି। ଯାହା ପେଟରେ […]

c8f41c5d9a52d1ec3bb497e2fb88d529

c8f41c5d9a52d1ec3bb497e2fb88d529

Rakesh Mallick
  • Published: Monday, 09 April 2018
  • Updated: 09 April 2018, 08:52 AM IST

Sports

Latest News

ଦହିଭାତ ଖାଇବା ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭଦାୟକ। ଭାତରେ ପୋଟାସିୟମ୍‌,ଆଇରନ୍‌, କାର୍ବୋହାଇଡେଡ୍‌, ଫାଇବର, ମ୍ୟାଗ୍ନେସିୟମ୍‌,ଭିଟାମିନ୍‌ ବି୬ର ମାତ୍ରା ପର୍ଯ୍ୟାପ୍ତ ପରିମାଣରେ ରହିଛି। ସେହିପରି ଦହିରେ କ୍ୟାଲସିୟମ୍‌,କାର୍ବୋହାଇଡେଟ,ପୋଟାସିୟମ୍‌,ସୋଡିୟମ୍‌ ଓ ପ୍ରୋଟିନ୍‌ ରହିଛି। ଦହି ଭାତ ଶରୀରରେ ଓଜନ କମ୍‌ କରିବା ସହ ଖାଦ୍ୟ ହଜମ କରିବାରେ ମଧ୍ୟ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଦହିଭାତ ଖାଇବା ଦ୍ୱାରା ଶରୀରକୁ ଆଉ କେଉଁ ସବୁ ଫାଇଦା ମିଳିଥାଏ।

ପାଚନ ଶକ୍ତି ବଢ଼ାଏ

ଦହିରେ ପ୍ରୋବାୟୋଟିକ୍‌  ଗୁଣ ରହିଛି। ଯାହା ପେଟରେ ଥିବା ଭଲ ବ୍ୟାକ୍ଟେରିଆକୁ ବଢ଼ାଇଥାଏ। ଏହା କୋଷ୍ଠକାଠିନ୍ୟ ଓ ପେଟଦରଜ ଭଳି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ତେଣୁ ଦହି ଭାତ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହେ ଓ ହଜମ ଶକ୍ତିକୁ

ଶରୀରକୁ ଥଣ୍ଡା ରଖେ

ଦହିରେ ଥିବା ମିନେରାଲ୍ସ ଶରୀରର ତାପମାତ୍ରାକୁ କମ୍‌ ରଖିବାରେ ସହାୟକ ହୋଇଥାଏ। ଏଥିଲାଗି ଗରମ ଦିନରେ ଦହିଭାତ ଖାଇବା ସ୍ୱାସ୍ଥ୍ୟ ଲାଗି ଉପଯୋଗୀ।

ଚିନ୍ତା ଦୂର କରିବାରେ ସହାୟକ ହୁଏ

ଦହିରେ ପ୍ରୋବାୟୋଟିକ୍‌ ଗୁଣ ସହ ଆଣ୍ଟି-ଅକ୍ସିଡେଣ୍ଟ ଓ ଗୁଡ୍‌ ଫ୍ୟାଟ୍‌ ରହିଛି। ତେଣୁ ଦହିଭାତ ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ।

ଓଜନ ହ୍ରାସ କରାଏ

ଦହିଭାତରେ ଫାଇବର ଓ କାର୍ବୋହାଇଡ୍ରେଡ୍‌ ରହିଛି । ଏହାକୁ ଖାଇବା ଦ୍ୱାରା ଭୋକ କମ୍‌ ଲାଗିବା ସହ ପେଟ ପୂରିଲା ଭଳି ଲାଗିଥାଏ। ତେଣୁ ଓଜନ ହ୍ରାସ କରିବାରେ ଦହିଭାତ ସହାୟକ ହୋଇଥାଏ।

ଦହି ଭାତ  ପ୍ରସ୍ତୁତ କରିବା ବିଧି

ଏକ ପାତ୍ରରେ ଭାତ ସହ ଦହିକୁ ମିଶାନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଅଳ୍ପ ଜୀରାକୁ ଫ୍ରାଏ କରନ୍ତୁ। ଦହିଭାତକୁ କଡେଇରେ ପକାନ୍ତୁ। ଶେଷରେ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଘାଣ୍ଟନ୍ତୁ। କଟା ଧନିଆକୁ  ଏହା ଉପରେ ଭଲ ଭାବେ ଗାର୍ନିଶିଂ କରି ଥଣ୍ଡା ହୋଇଯିବା ପରେ ଖାଆନ୍ତୁ ଦହିଭାତ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos