ଭଦ୍ରକରେ ସ୍ୱାଭାବିକ ହେଉଛି ସ୍ଥିତି, ସକାଳ ୮ଟାରୁ ୧୨ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ଭଦ୍ରକ: ଭଦ୍ରକରେ ଧୀରେ ଧୀରେ ପରିସ୍ଥିତି ସ୍ୱାଭାବିକ ହେଉଛି। ଚାପା ଉତ୍ତେଜନା ମଧ୍ୟରେ ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଛି ପ୍ରଶାସନ। ଗତକାଲି କୌଣସି ଅପ୍ରୀତିକର ପରିସ୍ଥିତି ଘଟି ନ ଥିବାରୁ  ଆଜି ପ୍ରଥମେ ସକାଳ ୮ଟାରୁ ୧୧ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରିବାକୁ ଘୋଷଣା କରାଯାଇଥିଲା। ପରେ ସ୍ଥିତିକୁ ଅନୁଧ୍ୟାନ କରି କର୍ଫ୍ୟୁ କୋହଳ ସୀମାକୁ ଦିନ ୧୨ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କର୍ଫ୍ୟୁ କୋହଳ ପରେ ଆଜି ଦୋକାନବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ […]

bhadrak

bhadrak

Rakesh Mallick
  • Published: Sunday, 09 April 2017
  • Updated: 09 April 2017, 10:17 AM IST

Sports

Latest News

ଭଦ୍ରକ: ଭଦ୍ରକରେ ଧୀରେ ଧୀରେ ପରିସ୍ଥିତି ସ୍ୱାଭାବିକ ହେଉଛି। ଚାପା ଉତ୍ତେଜନା ମଧ୍ୟରେ ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖିଛି ପ୍ରଶାସନ। ଗତକାଲି କୌଣସି ଅପ୍ରୀତିକର ପରିସ୍ଥିତି ଘଟି ନ ଥିବାରୁ  ଆଜି ପ୍ରଥମେ ସକାଳ ୮ଟାରୁ ୧୧ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରିବାକୁ ଘୋଷଣା କରାଯାଇଥିଲା। ପରେ ସ୍ଥିତିକୁ ଅନୁଧ୍ୟାନ କରି କର୍ଫ୍ୟୁ କୋହଳ ସୀମାକୁ ଦିନ ୧୨ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

କର୍ଫ୍ୟୁ କୋହଳ ପରେ ଆଜି ଦୋକାନବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ସହରରେ ସବୁ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବାହିନୀ ସଜାଗ ରହିଛି । ସହରରେ ୩୫ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି। ଗତକାଲି ସିଆରପିଏଫର ଗୋଟିଏ କମ୍ପାନୀ ଭଦ୍ରକରେ ପହଞ୍ଚିଛନ୍ତି।

ଭଦ୍ରକ ଘଟଣାରେ ସୋସିଆଲ ମିଡ଼ିଆରେ ଚାଲିଥିବା ବିଭିନ୍ନ ଗୁଜବର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ମାମଲା ରୁଜୁ ସହ ସେମାନଙ୍କ ବିରୋଧରେ  ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି। ଗୁଜବ ଉପରେ ବିଶ୍ୱାସ ଓ  ପ୍ରଚାର ନ କରିବାକୁ ଅନୁରୋଧ କରାଯାଇଛି। ପୋଲିସ୍‌ ଡିଜି ଓ ଗୃହ ସଚିବ ଭଦ୍ରକରେ ରହି ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଡିଆଇଜି ଦୀପ୍ତେଶ ପଟ୍ଟନାୟକଙ୍କୁ ଆଇନଶୃଙ୍ଖଳା ରକ୍ଷା ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ପୋଲିସ୍‌ ଉଭୟ ଗୋଷ୍ଠୀର ୩୬ ଜଣଙ୍କୁ ଗିରଫ କରିଥିବା ବେଳେ ୯ଟି ବାଇକ୍‌  ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos