ଜେଲ୍‌ରେ ଗଳା କାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବିଚାରାଧୀନ କଏଦୀ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆହତ କଏଦୀଙ୍କ ନାଁ ଜୁଳିଆ ପ୍ରଧାନ ବୋଲି ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କଏଦୀ ଜଣଙ୍କ ଗଳା କାଟିଦେବା ପରେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ଜେଲ୍‌ କର୍ମଚାରୀ ତାଙ୍କ ସେଲ୍‌କୁ ଯାଇ ଉଦ୍ଧାର କରିଥିଲେ। ତେବେ ସେ କାହିଁକି ଏପରି ଉଦ୍ୟମ କଲେ ଓ ତାଙ୍କ ପାଖକୁ ଧାରୁଆ ଅସ୍ତ୍ର କେଉଁଠୁ ଆସିଲା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।