ଦାରିଦ୍ର୍ୟର କଷାଘାତ: ୨୦୦୦ ଟଙ୍କାରେ ନବଜାତ ପୁଅକୁ ବିକି ଦେଲା ମାଆ

କେନ୍ଦ୍ରାପଡ଼ା: ହାରିଦ୍ର୍ୟର କଷାଘାତରେ ଜର୍ଜରିତ ଜଣେ ମହିଳା ମାତ୍ର ୨୦୦୦ ଟଙ୍କାରେ ତାଙ୍କ ନବଜାତ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଗୁଲନଗର ପଞ୍ଚାୟତର ଉମରଦିଆପାଟଣାରୁ। ଉମରଦିଆପାଟଣାର ଜଣେ ମହିଳା ଗତକାଲି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପୂର୍ବରୁ ତାଙ୍କର ଏକ ୧୨ ବର୍ଷର ଝିଅ ଓ ୮ ବର୍ଷର ପୁଅ ଅଛନ୍ତି। ଶିଶୁପୁତ୍ର ଜନ୍ମ ହେବା ପରେ ମହିଳା ଜଣଙ୍କ ପାଖ ପଡୋଶୀଙ୍କୁ ଦେଇ ଦେବାକୁ କହିଛନ୍ତି। […]

kendrapada

kendrapada

Rakesh Mallick
  • Published: Monday, 09 January 2017
  • Updated: 09 January 2017, 10:59 PM IST

କେନ୍ଦ୍ରାପଡ଼ା: ହାରିଦ୍ର୍ୟର କଷାଘାତରେ ଜର୍ଜରିତ ଜଣେ ମହିଳା ମାତ୍ର ୨୦୦୦ ଟଙ୍କାରେ ତାଙ୍କ ନବଜାତ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଗୁଲନଗର ପଞ୍ଚାୟତର ଉମରଦିଆପାଟଣାରୁ।

ଉମରଦିଆପାଟଣାର ଜଣେ ମହିଳା ଗତକାଲି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପୂର୍ବରୁ ତାଙ୍କର ଏକ ୧୨ ବର୍ଷର ଝିଅ ଓ ୮ ବର୍ଷର ପୁଅ ଅଛନ୍ତି। ଶିଶୁପୁତ୍ର ଜନ୍ମ ହେବା ପରେ ମହିଳା ଜଣଙ୍କ ପାଖ ପଡୋଶୀଙ୍କୁ ଦେଇ ଦେବାକୁ କହିଛନ୍ତି। ଏ ନେଇ ପୂର୍ବରୁ ସମ୍ପୃକ୍ତ ମହିଳାଙ୍କ ସହ ଆଲୋଚନା ହୋଇଥିଲା। ଏଥିପାଇଁ ମହିଳା ଜଣଙ୍କ ୨୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ନବଜାତ ଶିଶୁପତ୍ରର ମାଆ କହିଛନ୍ତି,“ମୋର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି। ପର ଘରେ କାମ କଲେ ଘର ଚଳୁଛି। ଏବେ ଏ ପୁଅକୁ ବଞ୍ଚାଇ ରଖିବା ମୋ ପକ୍ଷେ ସମ୍ଭବ ନୁହେଁ। ତେଣୁ ନବଜାତ ପୁଅକୁ ତାଙ୍କୁ ଦେଇ ଦେଇଛି। ତାଙ୍କ ଘରେ ମାସେ ରହି ପିଲାକୁ କ୍ଷୀର ଦେବି। ତା’ପରେ ସେ ପିଲାକୁ ରଖିବେ ମୁଁ ନିଜ ଘରକୁ ପଳାଇ ଆସିବି।”

ସେ ଆହୁରି କହିଛନ୍ତି,“ସେ ମୋତେ ୨୦୦୦ ଟଙ୍କା ଦେବେ ବୋଲି କହିଛନ୍ତି। ଏହି ଟଙ୍କାରେ ଅନ୍ୟ ଦୁଇ ପୁଅ, ଝିଅଙ୍କୁ ପାଠ ପଢ଼ାଇବି।”

ସେ ଆହୁରି କହିଛନ୍ତି,“ମୁଁ ଜଣେ ଗରିବ ମହିଳା। ମୋତେ ସରକାରଙ୍କ ତରଫରୁ କିଛି ସୁବିଧା ମିଳୁନାହିଁ। ଚାଉଳ ଗଣ୍ଡେ ବି ମୁଁ ପାଉନାହିଁ। ଏପରି ସ୍ଥିତିରେ ପୁଅକୁ ପାଖରେ ରଖିବା ମୋ ପକ୍ଷରେ ସମ୍ଭବ ନୁହେଁ। ତେଣୁ ଦେଇଦେଲି।”

ତେବେ ପିଲା ନେଇଥିବା ମହିଳା କିଣାବିକା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ ସେ ଗରିବ ଲୋକ। ତା’ର ପୂର୍ବରୁ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସେମାନଙ୍କୁ ଚଳାଇବା ତା ପକ୍ଷେ କଷ୍ଟକର। ମୋର ଗୋଟିଏ ଝିଅ ଅଛି। ତେଣୁ ତା’ର ପୁଅ ହେଲେ ମୋତେ ଦେବାକୁ କହିଥିଲି ଓ ସେ ରାଜି ହୋଇଥିଲା। ଏଥିପାଇଁ ମୁଁ ତାକୁ କିଛି ଟଙ୍କା ଦେଇନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos