ଏପର୍ଯ୍ୟନ୍ତ ଏସ୍‌ଆଇଟି ୭୦,୦୦୦ କୋଟି ଟଙ୍କାର କଳାଧନ ଠାବ କରିଛି: ପଶାୟତ

କଟକ: ଏପର୍ଯ୍ୟନ୍ତ ଏସ୍‌ଆଇଟି ୭୦,୦୦୦ କୋଟି ଟଙ୍କାର କଳାଧନ ଠାବ କରିଛି। ଓଡ଼ିଶାର ଧର୍ମଗୁରୁଙ୍କ ଗଚ୍ଛିତ ଟଙ୍କା ସମ୍ପର୍କରେ ତଦନ୍ତ ଚାଲିଛି। ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଷଷ୍ଠ ରିପୋର୍ଟ ଦାଖଲ କରାଯିବ ବୋଲି କଳାଟଙ୍କା ତଦନ୍ତ ପାଇଁ ଗଠିତ ଏସ୍‌ଆଇଟିର ଉପାଧ୍ୟକ୍ଷ ଅରିଜିତ ପଶାୟତ କହିଛନ୍ତି। ଆଜି ଜଷ୍ଟିସ ପଶାୟତଙ୍କ କଟକ ସ୍ଥିତ ବାସଭବନରେ ଏସ୍‌ଆଇଟି ଓଡ଼ିଶା ସମ୍ପର୍କିତ ବୈଠକ ବସିଥିଲା। ବୈଠକରେ ବିମୁଦ୍ରାକରଣ ପରେ ଆୟକର ବିଭାଗର ଚଢ଼ଉ, ସୁର ଓ ସାରଥୀଙ୍କ ବେଆଇନ୍‌ […]

arajit-pasayat-in-cuttack

arajit-pasayat-in-cuttack

Rakesh Mallick
  • Published: Thursday, 02 March 2017
  • Updated: 02 March 2017, 04:33 PM IST

Sports

Latest News

କଟକ: ଏପର୍ଯ୍ୟନ୍ତ ଏସ୍‌ଆଇଟି ୭୦,୦୦୦ କୋଟି ଟଙ୍କାର କଳାଧନ ଠାବ କରିଛି। ଓଡ଼ିଶାର ଧର୍ମଗୁରୁଙ୍କ ଗଚ୍ଛିତ ଟଙ୍କା ସମ୍ପର୍କରେ ତଦନ୍ତ ଚାଲିଛି। ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଷଷ୍ଠ ରିପୋର୍ଟ ଦାଖଲ କରାଯିବ ବୋଲି କଳାଟଙ୍କା ତଦନ୍ତ ପାଇଁ ଗଠିତ ଏସ୍‌ଆଇଟିର ଉପାଧ୍ୟକ୍ଷ ଅରିଜିତ ପଶାୟତ କହିଛନ୍ତି।

ଆଜି ଜଷ୍ଟିସ ପଶାୟତଙ୍କ କଟକ ସ୍ଥିତ ବାସଭବନରେ ଏସ୍‌ଆଇଟି ଓଡ଼ିଶା ସମ୍ପର୍କିତ ବୈଠକ ବସିଥିଲା। ବୈଠକରେ ବିମୁଦ୍ରାକରଣ ପରେ ଆୟକର ବିଭାଗର ଚଢ଼ଉ, ସୁର ଓ ସାରଥୀଙ୍କ ବେଆଇନ୍‌ ଆର୍ଥିକ କାରବାର ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ବୈଠକରେ ଇଡି କୋଲକାତାର ସ୍ପେଶାଲ ଡାଇରେକ୍ଟର ଯୋଗେଶ ଗୁପ୍ତା, ଇଡି ଓଡ଼ିଶା ମୁଖ୍ୟ ମାଧବ ଚନ୍ଦ୍ର ମିଶ୍ର, ଇନ୍‌କମ୍‌ ଟାକ୍ସର ପ୍ରିନ୍ସପାଲ ଚିଫ୍‌ କମିଶନର ଶ୍ୟାମା ପ୍ରସାଦ ଚୌଧୁରୀ, ଭିଜିଲାନ୍ସ ନିର୍ଦ୍ଦେଶକ ଆର.ପି ଶର୍ମା, କ୍ରାଇବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ. ଶର୍ମା, ପୋଲିସ କମିଶନର ୱାଇ.ବି. ଖୁରାନିଆ, କଟକ ଡିସିପି ସଞ୍ଜିବ ଆରୋରା, କମର୍ସିଆଲ ଟାକ୍ସର ସ୍ପେଶାଲ କମିଶନର ପି.କେ. ପାତ୍ର ପ୍ରମୁଖ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos