ଫିକା ପଡ଼ିବ ବାଲିଯାତ୍ରା

କଟକ: ଚଳିତବର୍ଷ ଐତିହାସିକ ବାଲିଯାତ୍ରା ଫିକା ପଡ଼ିବାକୁ ଯାଉଛି। ମହାନଦୀ ପଠାରେ ଯାତ୍ରା ଆୟୋଜନ ଉପରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ରୋକ ଲଗାଇବା ପରେ ଏପରି ଆଶଙ୍କା ପ୍ରକାଶ ପାଇଛି। ଏନ୍‌ଜିଟିଙ୍କ ରୋକ ପରେ ଏବେ ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀମାନେ ଚିନ୍ତାରେ ପଡିଯାଇଛନ୍ତି। ୭ ଦିନ ମଧ୍ୟରେ ନୋଟିସ୍‌ର ଜବାବ ଦେବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିବା ବେଳେ ଆଇନ୍‌ର ଆଶ୍ରୟ ନେବାକୁ ଜିଲ୍ଲା ପ୍ରଶାସନ ଚିନ୍ତା କରୁଛନ୍ତି। ମହାନଦୀ ତଳ ପଠାରେ ଯାତ୍ରା ଆୟୋଜନ ଉପରେ […]

bale-jatra

bale-jatra

Rakesh Mallick
  • Published: Thursday, 03 November 2016
  • Updated: 03 November 2016, 10:26 PM IST

bale-jatraକଟକ: ଚଳିତବର୍ଷ ଐତିହାସିକ ବାଲିଯାତ୍ରା ଫିକା ପଡ଼ିବାକୁ ଯାଉଛି। ମହାନଦୀ ପଠାରେ ଯାତ୍ରା ଆୟୋଜନ ଉପରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ରୋକ ଲଗାଇବା ପରେ ଏପରି ଆଶଙ୍କା ପ୍ରକାଶ ପାଇଛି। ଏନ୍‌ଜିଟିଙ୍କ ରୋକ ପରେ ଏବେ ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀମାନେ ଚିନ୍ତାରେ ପଡିଯାଇଛନ୍ତି। ୭ ଦିନ ମଧ୍ୟରେ ନୋଟିସ୍‌ର ଜବାବ ଦେବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିବା ବେଳେ ଆଇନ୍‌ର ଆଶ୍ରୟ ନେବାକୁ ଜିଲ୍ଲା ପ୍ରଶାସନ ଚିନ୍ତା କରୁଛନ୍ତି।

ମହାନଦୀ ତଳ ପଠାରେ ଯାତ୍ରା ଆୟୋଜନ ଉପରେ ଏନ୍‌ଜିଟି କଟକଣା ଲଗାଇବା ସହ ଏଠାରେ କୌଣସି ସ୍ଥାୟୀ ଓ ଅସ୍ଥାୟୀ ନିର୍ମାଣ ହୋଇ ପାରିବ ନାହିଁ ବୋଲି କହିଛନ୍ତି। ଏହାସହ ଜିଲ୍ଲା ପ୍ରଶାସନକୁ ନୋଟିସ୍‌ କରି ୭ ଦିନ ମଧ୍ୟରେ ଉତ୍ତର ଦେବାକୁ କହିଛନ୍ତି। ନଦୀ ଶଯ୍ୟା ପୋତିବାରୁ ବିରତ ରହିବା, ଆବର୍ଜନା ନ ଫିଙ୍ଗିବା ଓ ବନ୍ଧ ଜବରଦଖଲ ମୁକ୍ତ କରିବା ପାଇଁ ଏନ୍‌ଜିଟି କହିଛନ୍ତି। ଫଳରେ ବାଲିଯାତ୍ରା ପାଇଁ ଷ୍ଟଲ୍‌ ଲଗାଇବାକୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ପ୍ଳଟ୍‌ ଆବଣ୍ଟନକୁ ବନ୍ଦ କରି ଦିଆଯାଇଛି।

କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି,“ଜିଲ୍ଲା ପ୍ରଶାସନ ଏହାର ତର୍ଜମା କରୁଛି। ଏହା ଏକ ଐତିହାସିକ ଉତ୍ସବ ଓ ଲୋକଙ୍କ ଭାବାବେଗ ସହ ଜଡ଼ିତ ଥିବାରୁ ଏନ୍‌ଜିଟିର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆଇନର ଦ୍ୱାରସ୍ଥ ହେବାକୁ ଚିନ୍ତା କରୁଛୁ।”

ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ସାଂସ୍କୃତିକ କାର୍ଯ୍ୟକ୍ରମ ତଳ ପଡିଆରେ ହୋଇଥାଏ। ଏଠାରେ ଗଣକବି ବୈଷ୍ଣବ ପାଣିଙ୍କ ମଞ୍ଚ ରହିଛି। ବିଭିନ୍ନ ଶିଳ୍ପାନୁଷ୍ଠାନର ଷ୍ଟଲ୍‌ ସହ ବଡ଼ବଡ଼ ଦୋଳି ଓ ଫୁଡ୍‌ ଷ୍ଟଲ ଏଠାରେ ଲାଗିଥାଏ। ଷ୍ଟଲ୍‌ ଖୋଲିବା ଉପରେ କଟକଣା ଲଗାଯାଇଥିବା ଜଣାପଡିବା ପରେ ବ୍ୟବସାୟୀମାନେ ନିରାଶ ହୋଇଛନ୍ତି।

ବ୍ୟବସାୟୀ ସନ୍ତୋଷ ବିଶ୍ୱାଳ କହିଛନ୍ତି,“ହଠାତ ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ବାଲିଯାତ୍ରାକୁ ଆଉ ଅଳ୍ପ ସମୟ ଥିବା ବେଳେ ପ୍ରଶାସନ ପକ୍ଷରୁ ଆମକୁ ଏପର୍ଯ୍ୟନ୍ତ କିଛି କୁହାଯାଇନାହିଁ। ଖୋଲା ଯାଇଥିବା ଅସ୍ଥାୟୀ ତହସିଲ ଅଫିସ୍‌ ବନ୍ଦ କରିଦିଆଯାଇଛି। ଚଳିତବର୍ଷ ତଳ ପଡ଼ିଆରେ ଷ୍ଟଲ ହେବ କି ନାହିଁ ଆମେ ଜାଣିପାରୁନାହୁଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos