ବାଲିଯାତ୍ରା ପାଇଁ ଏନ୍‌ଜିଟିର କ୍ଲିୟରାନ୍ସ

କଟକ: ଚଳିତବର୍ଷ ଐତିହାସିକ ବାଲିଯାତ୍ରାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଦୂର ହୋଇଛି। ମହାନଦୀ ପଠାରେ ବାଲିଯାତ୍ରା ଆୟୋଜନ ପାଇଁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) କ୍ଲିୟରାନ୍ସ ଦେବା ପରେ ଜିଲ୍ଲା ପ୍ରଶାସନ ତଳ ଓ ଉପର ପଡ଼ିଆରେ ଷ୍ଟଲ ପାଇଁ ପ୍ଲଟ୍‌ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛି। ମହାନଦୀ ତଳ ପଠାରେ ଯାତ୍ରା ଆୟୋଜନ ଉପରେ ଏନ୍‌ଜିଟି କଟକଣା ଲଗାଇବା ସହ ଏଠାରେ କୌଣସି ସ୍ଥାୟୀ ଓ ଅସ୍ଥାୟୀ ନିର୍ମାଣ ହୋଇ ପାରିବ ନାହିଁ ବୋଲି ଗତକାଲି କହିଥିଲା। […]

bale-jatra

bale-jatra

Rakesh Mallick
  • Published: Friday, 04 November 2016
  • Updated: 20 February 2017, 05:32 PM IST

Sports

Latest News

bale-jatraକଟକ: ଚଳିତବର୍ଷ ଐତିହାସିକ ବାଲିଯାତ୍ରାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଦୂର ହୋଇଛି। ମହାନଦୀ ପଠାରେ ବାଲିଯାତ୍ରା ଆୟୋଜନ ପାଇଁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) କ୍ଲିୟରାନ୍ସ ଦେବା ପରେ ଜିଲ୍ଲା ପ୍ରଶାସନ ତଳ ଓ ଉପର ପଡ଼ିଆରେ ଷ୍ଟଲ ପାଇଁ ପ୍ଲଟ୍‌ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛି।

ମହାନଦୀ ତଳ ପଠାରେ ଯାତ୍ରା ଆୟୋଜନ ଉପରେ ଏନ୍‌ଜିଟି କଟକଣା ଲଗାଇବା ସହ ଏଠାରେ କୌଣସି ସ୍ଥାୟୀ ଓ ଅସ୍ଥାୟୀ ନିର୍ମାଣ ହୋଇ ପାରିବ ନାହିଁ ବୋଲି ଗତକାଲି କହିଥିଲା। ଏହାସହ ଜିଲ୍ଲା ପ୍ରଶାସନକୁ ନୋଟିସ୍‌ କରି ୭ ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଥିଲା। ନଦୀ ଶଯ୍ୟା ପୋତିବାରୁ ବିରତ ରହିବା, ଆବର୍ଜନା ନ ଫିଙ୍ଗିବା ଓ ବନ୍ଧ ଜବରଦଖଲ ମୁକ୍ତ କରିବା ପାଇଁ ଏନ୍‌ଜିଟି କହିଥିଲା। ଫଳରେ ବାଲିଯାତ୍ରା ପାଇଁ ଷ୍ଟଲ୍‌ ଲଗାଇବାକୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ପ୍ଳଟ୍‌ ଆବଣ୍ଟନକୁ ବନ୍ଦ ରଖାଯାଇଥିଲା।

ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ସାଂସ୍କୃତିକ କାର୍ଯ୍ୟକ୍ରମ ତଳ ପଡିଆରେ ହୋଇଥାଏ। ଏଠାରେ ଗଣକବି ବୈଷ୍ଣବ ପାଣିଙ୍କ ମଞ୍ଚ ରହିଛି। ବିଭିନ୍ନ ଶିଳ୍ପାନୁଷ୍ଠାନର ଷ୍ଟଲ୍‌ ସହ ବଡ଼ବଡ଼ ଦୋଳି ଓ ଫୁଡ୍‌ ଷ୍ଟଲ ଏଠାରେ ଲାଗିଥାଏ। ଷ୍ଟଲ୍‌ ଖୋଲିବା ଉପରେ କଟକଣା ଲଗାଯାଇଥିବା ଜଣାପଡିବା ପରେ ବ୍ୟବସାୟୀମାନେ ନିରାଶ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos