କଟକ, ବ୍ରହ୍ମପୁର ଓ ସମ୍ବଲପୁରକୁ ସ୍ମାର୍ଟସିଟି କରିବାକୁ ମୋଦିଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ, ବ୍ରହ୍ମପୁର ଓ ସମ୍ବଲପୁରକୁ ସ୍ମାର୍ଟସିଟିରେ ସାମିଲ କରିବା ପାଇଁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ସ୍ମାର୍ଟସିଟି ଯୋଜନାକୁ ଏକ ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କ ସହ ଆଲୋଚନା ବେଳେ ନବୀନ ଏହା କହିଛନ୍ତି। ଏହାସହ ଭୁବନେଶ୍ୱରରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସେ ମୋଦିଙ୍କୁ ଅବଗତ କରିଛନ୍ତି। ଆଜି ମୋଦି ନବୀନଙ୍କ ସମେତ ସ୍ମାର୍ଟସିଟି ସୂଚୀରେ ସ୍ଥାନ ପାଇଥିବା ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା […]

cmnaveen

cmnaveen

Rakesh Mallick
  • Published: Saturday, 25 June 2016
  • Updated: 25 June 2016, 10:16 PM IST

Sports

Latest News

cmnaveenଭୁବନେଶ୍ୱର: କଟକ, ବ୍ରହ୍ମପୁର ଓ ସମ୍ବଲପୁରକୁ ସ୍ମାର୍ଟସିଟିରେ ସାମିଲ କରିବା ପାଇଁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ସ୍ମାର୍ଟସିଟି ଯୋଜନାକୁ ଏକ ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କ ସହ ଆଲୋଚନା ବେଳେ ନବୀନ ଏହା କହିଛନ୍ତି। ଏହାସହ ଭୁବନେଶ୍ୱରରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସେ ମୋଦିଙ୍କୁ ଅବଗତ କରିଛନ୍ତି। ଆଜି ମୋଦି ନବୀନଙ୍କ ସମେତ ସ୍ମାର୍ଟସିଟି ସୂଚୀରେ ସ୍ଥାନ ପାଇଥିବା ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ରାଉରକେଲାକୁ ସ୍ମାର୍ଟସିଟିରେ ସାମିଲ କରିବାକୁ କେନ୍ଦ୍ରକୁ ଦିଆଯିବାକୁ ଥିବା ରିପୋର୍ଟ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି। ମାସକ ମଧ୍ୟରେ ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି।

ପାଢୀ କହିଛନ୍ତି, “ବିର୍ସା ଛକରୁ ପାନପୋଷ ଛକ ପର୍ଯ୍ୟନ୍ତ ୧୦୦୦ ଏକର ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ କରାଯିବ। ଏହାସହ ପୂରା ସହରରେ ଯାହା ଉନ୍ନୟନ ହୋଇପାରିବ ସେ ବିଷୟରେ ଆଲୋଚନା କରାଗଲା। ସ୍ମାର୍ଟସିଟି ପ୍ରୋଜେକ୍ଟ ପାଇଁ ଅଢେଇ ହଜାର କୋଟି ଟଙ୍କା ଅଟକଳ କରାଯାଇଛି। କେନ୍ଦ୍ର ୫୦୦ କୋଟି ଦେବ ବାକି ଅର୍ଥ ରାଜ୍ୟ ସରକାର ଓ ପିପିପିରୁ ଖର୍ଚ୍ଚ କରାଯିବ।”

ବିଶେଷ କରି ସହରର ଭିତ୍ତିଭୂମି, ଜଳଯୋଗାଣ, ପରିବହନ, ଯୋଗାଯୋଗ, ଡ୍ରେନେଜ୍‌ ଓ ସ୍ୱରେଜର ବିକାଶ ପାଇଁ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ ରହିଛି।

ସ୍ମାର୍ଟସିଟି ଯୋଜନା ଆରମ୍ଭର ବର୍ଷପୂତ୍ତି ଅବସରରେ ବିଏମ୍‌ସି କାର୍ଯ୍ୟାଳୟ ପରିସରରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ ୨୦୧୫-୧୬ ବର୍ଷର ସଫଳତା ସମ୍ପର୍କରେ ଆଲୋଚନା ହେବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା। ଆସନ୍ତା ୩ରୁ ୪ ବର୍ଷ ମଧ୍ୟରେ ଅମୃତ ଯୋଜନାରେ ଭୁବନେଶ୍ୱରରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ଯୋଜନା କରାଯାଇଛି।

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, “ସହରର ଟ୍ରାଫିକ ସିଗନାଲ ନେଇ କଣ୍ଟ୍ରାକ୍ଟ ଚୂଡାନ୍ତ ହୋଇଛି। ବିଭିନ୍ନ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇଛି। ଅମୃତ ଯୋଜନାରେ ୨ଟି ପାର୍କ ଶୈଳଶ୍ରୀବିହାର ଓ କାନନବିହାରରେ କରାଯିବାକୁ ସ୍ଥିର ହୋଇଛି। ସ୍ମାର୍ଟସିଟି ଓ ଅମୃତ ଯୋଜନାର ବର୍ଷ ପୂର୍ତ୍ତି ହୋଇଛି। ଆମକୁ ଆହୁରି ଅଧିକ କିଛି ହାସଲ କରିବାକୁ ପଡିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story