ଚିଟ୍‌ଫଣ୍ଡ୍ କୋର୍ଟଙ୍କ ପ୍ରଥମ ଦଣ୍ଡ ଘୋଷଣା: ଶିରିଡ଼ି ସାଇ ରିୟଲ ଇଷ୍ଟେଟ୍‌ ଏମ୍‌ଡିଙ୍କୁ ୫ ବର୍ଷ ଜେଲ୍

କଟକ: କଟକ ସ୍ପେଶାଲ୍‌ ଚିଟ୍‌ଫଣ୍ଡ୍ କୋର୍ଟ ଶୁଣାଇଛନ୍ତି ପ୍ରଥମ ଦଣ୍ଡ। ଚିଟ୍‌ଫଣ୍ଡ ଠକେଇରେ ଦୋଷୀ ସାବ୍ୟସ୍ତ ଶିରିଡ଼ି ସାଇ ରିୟଲ ଇଷ୍ଟେଟ୍‌ ଏମ୍‌ଡିଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ତା’ସହିତ ୩ ଲକ୍ଷ ଟଙ୍କା ଜରିମାନା ଦେବାକୁ ବି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୋଟ ୧ କୋଟି ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପ୍ରକାଶଙ୍କୁ ଗତ ୨୦୧୪ ଫେବୃଆରୀ ୧୫ ତାରିଖରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)   ଗିରଫ କରିଥିଲା। ପ୍ରକାଶଙ୍କୁ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରୁ ଗିରଫ କରାଯାଇଥିଲା। ଏହି ସଂସ୍ଥାର ୨୬ ଲକ୍ଷ ଟଙ୍କାର ଜମି ଜବତ କରାଯାଇଥିବା ବେଳେ ଦୁଇଟି ଦାମୀ ଗାଡ଼ି ବି ଜବତ କରାଯାଇଛି। ଏଗୁଡ଼ିକୁ ନିଲାମ ଜରିଆରେ ବିକ୍ରି କରି ଉକ୍ତ ଅର୍ଥକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।