ପୂର୍ବତନ ବାଚସ୍ପତି ରବି ରାୟଙ୍କ ଦେହାନ୍ତ

କଟକ: ବିଶିଷ୍ଟ ଜନନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ସେ କିଛି ଦିନ ଧରି ଅସୁସ୍ଥ ଥିଲେ। କଟକ ବଡ଼ ମେଡିକାଲର ସେଣ୍ଟ୍ରାଲ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୨୬ ନଭେମ୍ବର ୨୬ରେ ସେ ପୁରୀ ଜିଲ୍ଲା ଭଁରାଗଡ଼ ଗାଁରେ ଜନ୍ମ ହୋଇଥିଲେ। ସେ ଏକାଧିକ ଥର ଲୋକସଭା ଓ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ନବମ […]

RabiRay

RabiRay

Rakesh Mallick
  • Published: Monday, 06 March 2017
  • Updated: 06 March 2017, 11:07 PM IST

Sports

Latest News

କଟକ: ବିଶିଷ୍ଟ ଜନନେତା ତଥା ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ସେ କିଛି ଦିନ ଧରି ଅସୁସ୍ଥ ଥିଲେ। କଟକ ବଡ଼ ମେଡିକାଲର ସେଣ୍ଟ୍ରାଲ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

୧୯୨୬ ନଭେମ୍ବର ୨୬ରେ ସେ ପୁରୀ ଜିଲ୍ଲା ଭଁରାଗଡ଼ ଗାଁରେ ଜନ୍ମ ହୋଇଥିଲେ। ସେ ଏକାଧିକ ଥର ଲୋକସଭା ଓ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ନବମ ଲୋକସଭାରେ ସେ ବାଚସ୍ପତି ହୋଇଥିଲେ। ୧୯୮୯ରେ ଝୁଲା ଲୋକସଭାରେ ବି ସବୁ ଦଳ ମିଳିତ ଭାବେ ରବି ରାୟଙ୍କୁ ବାଚସ୍ପତି ଭାବେ ବାଛିବା, ତାଙ୍କର ଲୋକପ୍ରିୟତାକୁ ପ୍ରମାଣିତ କରିଥିଲା। ସେ ବାଚସ୍ପତି ଚୌକିରେ ବସିଥିବା ସମୟରେ ଭି.ପି ସିଂହ ସରକାର ବିଶ୍ୱାସମତ ପାଇଥିଲା। ଆଉ ୧୧ ମାସ ପରେ ଗୃହରେ ବିଶ୍ୱାସ ମତରେ ବି ହାରିଥିଲା ସରକାର। ଏଥିରୁ ଗଣତନ୍ତ୍ର ପ୍ରତି ତାଙ୍କର ପ୍ରତିବଦ୍ଧତା ଜଣାପଡୁଛି। ପ୍ରଥମ ଥର ପାଇଁ ସଂସଦର ପ୍ରୋସିଡିଙ୍ଗ୍‌ର ଲାଇଭ୍‌ ଟେଲିକାଷ୍ଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ ରବି ରାୟ। ଏହାବାଦ୍‌ ମୋରାରଜୀ ଦେଶାଇଙ୍କ ସରକାରରେ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ।

ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ୧୯୪୭ରେ ଗିରଫ ହୋଇଥିଲେ। ତେବେ ୧୯୪୮ରୁ ସୋସିଆଲିଷ୍ଟ ପାର୍ଟିରୁ ଜଣେ ସମାଜବାଦୀ ଭାବେ ରାଜନୀତି ଆରମ୍ଭ କରିଥିଲେ। ପ୍ରଥମେ ୧୯୬୭ରେ ପୁରୀ ଲୋକସଭା ଆସନରୁ ଜିତିଥିଲେ ରବି ରାୟ। ୧୯୭୪ରେ ସେ ଓଡ଼ିଶାରୁ ରାଜ୍ୟସଭାକୁ  ନିର୍ବାଚିତ ହୋଇଥିଲେ। ୧୯୮୯ରେ ସେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇଥିଲେ।

ତାଙ୍କ ମୃତ୍ୟୁରେ ବିଶିଷ୍ଟ ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ପରଲୋକରେ ରାଜ୍ୟପାଳ ଏସ୍‌ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକଟ କରିଛନ୍ତି। ସେହିପରି ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡ଼େଇ, କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ବିଧାୟକ ପ୍ରଭାତ ତ୍ରିପାଠୀ ଓ ଦେବାଶିଷ ନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ପରଲୋକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜେଡିୟୁ ସଭାପତି ଶରଦ ଯାଦବ, ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos