ଆଠଗଡ଼: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ହାତୀ ମୃତ

ଆଠଗଡ଼:  କଟକ ଜିଲ୍ଲା ବଇରି ରେଞ୍ଜ ସଫା ପଞ୍ଚାୟତର ଶ୍ରୀ ଅରବିନ୍ଦ ଶ୍ରୀକ୍ଷେତ୍ର  ଆଶ୍ରମ ପରିସରରେ  ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଦୁଇ ହାତୀଙ୍କ  ମୃତ୍ୟୁ ଘଟିଛି। ସକାଳେ ହାତୀ ଦୁଇଟି ଆଶ୍ରମ ପରିସରକୁ ଫସଲ ଖାଇବା  ପାଇଁ  ଯାଇଥିଲେ।  ତେବେ  ଜମି ଚାରିପାଖେ ବିଦ୍ୟୁତ ତାର ଲଗାଯାଇଥିବାରୁ ହାତୀ ଦୁଇଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା କୁହାଯାଉଛି। କଟକ ଡିଏଫଓ  ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି।