ମେଳ ଖାଇଲା ରକ୍ତ ନମୂନା: ଆସିଲା ମାଆପିଲା ମିଳନର ମୁହୂର୍ତ୍ତ

କଟକ: କଟକ ଏସ୍‌ସିବିରୁ ପିଲା ଚୋରି ଘଟଣାର ଡିଏନ୍‌ଏ ଟେଷ୍ଟ୍‌ ରିପୋର୍ଟ ଆସିଛି। ରିପୋର୍ଟରେ ଦୁଇ ଦମ୍ପତି ଓ ଉଦ୍ଧାର ହୋଇଥିବା ଦୁଇ ଶିଶୁଙ୍କ ରକ୍ତ ନମୂନା ମେଳ ଖାଇଛି। ଆଜି ମଙ୍ଗଳାବାଳଗ ପୋଲିସ ଉପସ୍ଥିତିରେ ପିଲାମାନଙ୍କୁ ସେମାନଙ୍କ ବାପା ଓ ମା’ଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜାନୁଆରୀ ୫ ଓ ମାର୍ଚ୍ଚ ୮ ତାରିଖରେ ଏସ୍‌ସିବିରୁ ପିଲା ଚୋରି ହୋଇଥିଲା। ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ […]

scb medical

scb medical

Rakesh Mallick
  • Published: Saturday, 25 March 2017
  • Updated: 25 March 2017, 02:38 PM IST

Sports

Latest News

କଟକ: କଟକ ଏସ୍‌ସିବିରୁ ପିଲା ଚୋରି ଘଟଣାର ଡିଏନ୍‌ଏ ଟେଷ୍ଟ୍‌ ରିପୋର୍ଟ ଆସିଛି। ରିପୋର୍ଟରେ ଦୁଇ ଦମ୍ପତି ଓ ଉଦ୍ଧାର ହୋଇଥିବା ଦୁଇ ଶିଶୁଙ୍କ ରକ୍ତ ନମୂନା ମେଳ ଖାଇଛି। ଆଜି ମଙ୍ଗଳାବାଳଗ ପୋଲିସ ଉପସ୍ଥିତିରେ ପିଲାମାନଙ୍କୁ ସେମାନଙ୍କ ବାପା ଓ ମା’ଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଜାନୁଆରୀ ୫ ଓ ମାର୍ଚ୍ଚ ୮ ତାରିଖରେ ଏସ୍‌ସିବିରୁ ପିଲା ଚୋରି ହୋଇଥିଲା। ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜକୁ ଯାଞ୍ଚ କରି ଶିଶୁ ଚୋରଙ୍କ ସ୍କେଚ୍‌ ଜାରି କରିଥିଲା। ପରେ ପୋଲିସ ଦୁଇ ଶିଶୁଙ୍କୁ ଉଦ୍ଧାର କରି ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲା। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଉଦ୍ଧାର ହୋଇଥିବା ଶିଶୁଙ୍କ ପ୍ରକୃତ ପରିଚୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପରେ ଡିଏନ୍‌ଏ ଟେଷ୍ଟ ପାଇଁ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ପୋଲିସ ପରାମର୍ଶ ଦେଇଥିଲା। ଗତ ୧୪ ତାରିଖରେ ପୋଲିସ ଡିଏନ୍‌ଏ ଟେଷ୍ଟ ପାଇଁ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା। କୋର୍ଟଙ୍କ ପରାମର୍ଶରେ ଉଦ୍ଧାର ଦୁଇ ଶିଶୁ ଓ ସେମାନଙ୍କ ବାପାମା’ଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos