ନରାଜରେ ପହଞ୍ଚିଲା ହୀରାକୁଦ ଡ୍ୟାମ୍‌ର ପ୍ରଥମ ବନ୍ୟାଜଳ

କଟକ/ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଯାଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆଜି  ନରାଜରେ ପହଞ୍ଚିଛି। ବନ୍ୟାଜଳ ପ୍ରାୟ ୩ ଶହ କିଲୋମିଟର ଅତିକ୍ରମ କରି  ନରାଜଠାରେ ପହଞ୍ଚିବା ଲାଗି ପାଖାପାଖି ୩୬ ଘଣ୍ଟା ସମୟ ନେଇଛି। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଣ୍ଡୁଳୀ, ନରାଜ ଓ ଜୋବ୍ରା ବ୍ୟାରେଜ୍‌ର କଣ୍ଟ୍ରୋଲ୍‌ ରୁମ୍‌କୁ ସଜାଗ ରଖାଯାଇଛି। ୨୪ ଘଣ୍ଟିଆ ସୂଚନା ପ୍ରଦାନ ସହ ବନ୍ୟା  ଜଳ ଉପରେ ନଜର ରଖିବ ଏହି […]

ctc naraj

ctc naraj

Rakesh Mallick
  • Published: Sunday, 07 August 2016
  • Updated: 07 August 2016, 03:38 PM IST

Sports

Latest News

ctcକଟକ/ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଯାଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆଜି  ନରାଜରେ ପହଞ୍ଚିଛି। ବନ୍ୟାଜଳ ପ୍ରାୟ ୩ ଶହ କିଲୋମିଟର ଅତିକ୍ରମ କରି  ନରାଜଠାରେ ପହଞ୍ଚିବା ଲାଗି ପାଖାପାଖି ୩୬ ଘଣ୍ଟା ସମୟ ନେଇଛି। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଣ୍ଡୁଳୀ, ନରାଜ ଓ ଜୋବ୍ରା ବ୍ୟାରେଜ୍‌ର କଣ୍ଟ୍ରୋଲ୍‌ ରୁମ୍‌କୁ ସଜାଗ ରଖାଯାଇଛି। ୨୪ ଘଣ୍ଟିଆ ସୂଚନା ପ୍ରଦାନ ସହ ବନ୍ୟା  ଜଳ ଉପରେ ନଜର ରଖିବ ଏହି ନିୟନ୍ତ୍ରଣ କକ୍ଷ।

ଗତ ଶୁକ୍ରବାର ହୀରାକୁଦର ୧୦ଟି ଗେଟ୍‌  ଖୋଲାଯାଇଥିଲା। ଶନିବାର ପୁଣି ୨ଟି ଗେଟ୍‌ ଖୋଲାଯାଇଥିଲା। ଆଜି ପୁଣି ୪ଟି ଗେଟ୍ ଖୋଲା ଯାଇଛି। ଫଳରେ ମୋଟ ୧୬ଟି ଗେଟ୍ ଦେଇ ଏବେ ହୀରାକୁଦ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos