ପ୍ରେସଛକ ବୋମା ମାଡ଼ ମାମଲା: ମହିମାଙ୍କ ଜାମିନ ଖାରଜ

କଟକ: ୨୦୧୩ ମସିହାରେ କଟକ ପ୍ରେସ ଛକରେ ଆଇନ୍‌ଜୀବୀ ଅଭୟ ଭଟ୍ଟଙ୍କ ଉପରେ ହୋଇଥିବା ବୋମା ମାଡ଼ ମାମଲାରେ ମହିମା ମିଶ୍ରଙ୍କ ଜାମିନ୍‌ ଆବେଦନ ଆଜି ଖାରଜ ହୋଇଯାଇଛି। ମାମଲାର ତଦନ୍ତ ଚାଲିଥିବାରୁ ମହିମାଙ୍କୁ ଜାମିନ୍‌ ଦିଆଯାଇପାରିବ ନାହିଁ ବୋଲି କଟକ ଜିଲ୍ଲା ଓ ଦୌରାଜଜ କହିଛନ୍ତି। ଜମି ବିବାଦକୁ ନେଇ ୨୦୧୩ ସେପ୍ଟେମ୍ୱର ୨୦ ତାରିଖରେ ମଧୁପାଟଣା ପ୍ରେସ ଛକରେ ଅଭୟଙ୍କ ଉପରକୁ ବୋମା ମାଡ଼ ହୋଇଥିଲା। ଫଳରେ ଅଭୟ ଓ ତାଙ୍କ ଜଣେ ବନ୍ଧୁ […]

mahima

mahima

Rakesh Mallick
  • Published: Tuesday, 07 February 2017
  • Updated: 07 February 2017, 10:13 PM IST

Sports

Latest News

କଟକ: ୨୦୧୩ ମସିହାରେ କଟକ ପ୍ରେସ ଛକରେ ଆଇନ୍‌ଜୀବୀ ଅଭୟ ଭଟ୍ଟଙ୍କ ଉପରେ ହୋଇଥିବା ବୋମା ମାଡ଼ ମାମଲାରେ ମହିମା ମିଶ୍ରଙ୍କ ଜାମିନ୍‌ ଆବେଦନ ଆଜି ଖାରଜ ହୋଇଯାଇଛି। ମାମଲାର ତଦନ୍ତ ଚାଲିଥିବାରୁ ମହିମାଙ୍କୁ ଜାମିନ୍‌ ଦିଆଯାଇପାରିବ ନାହିଁ ବୋଲି କଟକ ଜିଲ୍ଲା ଓ ଦୌରାଜଜ କହିଛନ୍ତି।

ଜମି ବିବାଦକୁ ନେଇ ୨୦୧୩ ସେପ୍ଟେମ୍ୱର ୨୦ ତାରିଖରେ ମଧୁପାଟଣା ପ୍ରେସ ଛକରେ ଅଭୟଙ୍କ ଉପରକୁ ବୋମା ମାଡ଼ ହୋଇଥିଲା। ଫଳରେ ଅଭୟ ଓ ତାଙ୍କ ଜଣେ ବନ୍ଧୁ ଗୁରୁତର ଆହତ ହୋଇଥିଲେ। ଏନେଇ ପୋଲିସ ବୋମାମାଡ଼ ଓ ହତ୍ୟା ମାମଲା ରୁଜୁ କରିଥିଲା।

ଏହି ମାମଲାରେ ପୋଲିସ ଗତ ମାସରେ ଗଣେଶ ସାହୁ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗଣେଶଙ୍କ ବୟାନକୁ ଆଧାର କରି ପୋଲିସ ମହିମାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ରିମାଣ୍ଡରେ ନେଇଥିଲା।

କଟକ ଏସ୍‌ଡିଜେଏମ୍‌ରେ ମହିମାଙ୍କ ଜାମିନ୍‌ ଆବେଦନ ଖାରଜ କରିବା ପରେ ସେ ଜିଲ୍ଲା ଓ ଦୌରାଜଜଙ୍କ ନିକଟରେ ଆବେଦନ କରିଥିଲେ।

ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗତକାଲି ଜଗତସିଂହପୁର ଜିଲ୍ଲା ଓ ଦୌରାଜଜ ମହିମାଙ୍କ ଜାମିନ ଆବେଦନ ଖାରଜ କରିଦେଇବା ପରେ ଆଜି ସେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି।

ଅନ୍ୟପକ୍ଷରେ ମହିମାଙ୍କ ସହଯୋଗୀ ବସନ୍ତ ବଳଙ୍କ ଜାମିନ ଆବେଦନକୁ ଜଗତସିଂହପୁର ଜିଲ୍ଲା ଓ ଦୌରା ଜଜ୍‌ ଖାରଜ କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos