ସାଇବର ଠକେଇ ଅଭିଯୋଗରେ ୫ ଗିରଫ

କଟକ: କଟକ କମିଶନରେଟ ପୋଲିସ୍‌ ଆଜି ଏକ ସାଇବର ଠକେଇ ମାମଲାର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ଗିରଫ ୫ ଜଣଙ୍କ ମଧ୍ୟରେ ଦୁଇ ଜଣ ସାଲେପୁର ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ ଅଛନ୍ତି। ସେମାନେ ହେଲେ ଧ୍ରୁବଚରଣ ଖଟାଇ ଓ କୃତ୍ତିବାସ କାଣ୍ଡି। ଅନ୍ୟ ୩ ଅଭିଯୁକ୍ତ ହେଲେ ଅଖିଳେଶ ପାଣ୍ଡେ, ସତୀଶ ଯାଦବ ଓ ଅରୁଣ ମିଶ୍ର। ନକଲି ସିମ୍‌ ଓ ବ୍ୟାଙ୍କ ଆକାଉଣ୍ଟରୁ ତଥ୍ୟ ହ୍ୟାକ କରି ଏମାନେ ଲୁଟ୍‌ […]

cuttack loot, 5 arrest

cuttack loot, 5 arrest

Rakesh Mallick
  • Published: Saturday, 14 January 2017
  • Updated: 14 January 2017, 08:42 PM IST

Sports

Latest News

କଟକ: କଟକ କମିଶନରେଟ ପୋଲିସ୍‌ ଆଜି ଏକ ସାଇବର ଠକେଇ ମାମଲାର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ଗିରଫ ୫ ଜଣଙ୍କ ମଧ୍ୟରେ ଦୁଇ ଜଣ ସାଲେପୁର ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ ଅଛନ୍ତି। ସେମାନେ ହେଲେ ଧ୍ରୁବଚରଣ ଖଟାଇ ଓ କୃତ୍ତିବାସ କାଣ୍ଡି। ଅନ୍ୟ ୩ ଅଭିଯୁକ୍ତ ହେଲେ ଅଖିଳେଶ ପାଣ୍ଡେ, ସତୀଶ ଯାଦବ ଓ ଅରୁଣ ମିଶ୍ର। ନକଲି ସିମ୍‌ ଓ ବ୍ୟାଙ୍କ ଆକାଉଣ୍ଟରୁ ତଥ୍ୟ ହ୍ୟାକ କରି ଏମାନେ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି।

କଟକ ସିଡିଏ ଅଞ୍ଚଳର ସଞ୍ଜୀବ ଦାସଙ୍କ ଝିଅ ସାଳିନୀ ଦାସଙ୍କ ନାଁରେ ମର୍କତନଗର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଏକ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟରୁ ଗତ ନଭେମ୍ୱର ୨୬ରୁ ୨୮ ତାରିଖ ମଧ୍ୟରେ ୭୧ଟି ଟ୍ରାଞ୍ଜାକସନ୍ ମାଧ୍ୟମରେ ୨୫ ଲକ୍ଷ ୧୧ ହଜାର ୮୪ ଟଙ୍କା ଗାଏବ ହୋଇଥିଲା। ୫ଟି ଫେକ୍‌ ଆକାଉଣ୍ଟକୁ ଅନ୍‌ଲାଇନ୍‌ ଟ୍ରାନ୍ସଫର ସହ ସୁନା ଗହଣା, ସପିଂ ଓ ଅନ୍ୟାନ୍ୟ ବାବଦରେ ଟଙ୍କା ଖର୍ଚ୍ଚ ହୋଇଛି। ଏ ନେଇ ସଞ୍ଜୀବ ମର୍କତ ନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ କୋଲକାତାରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣି ପଚରାଉଚରା କରିବା ପରେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ମିଳିଥିଲା। ସେମାନଙ୍କ ବୟାନକୁ ଭିତ୍ତି କରି ଗତ ଶୁକ୍ରବାର ଅନ୍ୟ ଦୁଇ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କୁ ସାଲେପୁରରୁ ପୋଲିସ ଗିରଫ କରିଥିଲା। ଅଭିଯୁକ୍ତଙ୍କଠାରୁ ପୋଲିସ ଗୋଟିଏ ସୁନା ଚେନ୍‌, ୯୫,୦୦୦ ଟଙ୍କା ଓ ୩ଟି ବାଇକ ଜବତ କରିଛି। ଏହି ରାକେଟ ପଛରେ ଜଣେ ନାଇଜେରିଆନ୍‌ଙ୍କ ସମେତ ଆଉ ୨ ଜଣ ଦୁର୍ବୃତ୍ତ ଜଡିତ ଥିବା ପୋଲିସ୍‌ ସନ୍ଦେହ କରିଛି।

ଦୁର୍ବୃତ୍ତମାନେ ୟୁଜର ନେମ ଓ ପାସ୍‌ୱାର୍ଡ଼  ହ୍ୟାକ କରି ଇଣ୍ଟରନେଟ ବ୍ୟାଙ୍କିଙ୍ଗ ପାଇଁ ରେଜିଷ୍ଟ୍ରେଡ୍‌ ମୋବାଇଲ ନମ୍ୱର ହାତେଇ ଥିଲେ। ପରେ ଜାଲ କାଗଜପତ୍ର ମାଧ୍ୟମରେ ସାଲେପୁର ବିଏସ୍‌ଏନ୍‌ଏଲ୍‌ ଅଫିସରୁ ନକଲି ସିମ୍‌ କାର୍ଡ଼ ବାହାର କରିଥିଲେ। ଏହି ନମ୍ୱର ମାଧ୍ୟମରେ ସହଜରେ ଓଟିପି ହାସଲ କରି ଦୁର୍ବୃତ୍ତମାନେ ଟଙ୍କା ହଡପ୍‌ କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos