କଟକ: ମାଲବାହୀ ଉପରେ ଚଢ଼ିଗଲା ପାସେଞ୍ଜର, ୨ମୃତ, ୨୭ ଗୁରୁତର

କଟକ: କଟକ କାଠଯୋଡ଼ି ଷ୍ଟେସନ୍‌ ନିକଟରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର-ଭଦ୍ରକ ଡିଏମ୍‌ୟୁ ଏକ ମାଲବାହୀ ଟ୍ରେନ୍‌ ଉପରେ ଚଢ଼ି ଯାଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ୨୭ଜଣ ଗୁରୁତରଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ୯ଟି ୧୦୮ ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।