ହ୍ୱାଟ୍ସଅପ୍‌ରେ ହେଟ୍‌ଷ୍ଟୋରୀ: ନବରଙ୍ଗପୁରରେ ବୁଲିଲା ଯୁବତୀଙ୍କ ନଗ୍ନ ଫଟୋ

ଉମରକୋଟ: ସୋସିଆଲ ମିଡିଆ ଯେତେ ଲୋକପ୍ରିୟ ହେବାରେ ଲାଗିଛି ଏଥିରେ ଅପରାଧ ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି। ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଫଟୋ ସହ ଅଶ୍ଳୀଳ କ୍ୟାପସନ୍‌ ଘଟଣା ଲୋକଙ୍କ ମନରୁ ନ ଲିଭୁନୁ ପୁଣି ଆସିଛି ଆଉ ଏକ ସାଇବର କ୍ରାଇମ ଅଭିଯୋଗ। ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ ଆସିଛି। ଏହି ଘଟଣାରେ ଉମରକୋଟ ପୋଲିସ ରାକେଶ ମହଲଦାର ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ରାକେଶ […]

umarkot

umarkot

Rakesh Mallick
  • Published: Friday, 07 April 2017
  • Updated: 07 April 2017, 06:09 PM IST

ଉମରକୋଟ: ସୋସିଆଲ ମିଡିଆ ଯେତେ ଲୋକପ୍ରିୟ ହେବାରେ ଲାଗିଛି ଏଥିରେ ଅପରାଧ ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି। ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଫଟୋ ସହ ଅଶ୍ଳୀଳ କ୍ୟାପସନ୍‌ ଘଟଣା ଲୋକଙ୍କ ମନରୁ ନ ଲିଭୁନୁ ପୁଣି ଆସିଛି ଆଉ ଏକ ସାଇବର କ୍ରାଇମ ଅଭିଯୋଗ। ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ ଆସିଛି। ଏହି ଘଟଣାରେ ଉମରକୋଟ ପୋଲିସ ରାକେଶ ମହଲଦାର ନାମକ ଜଣେ ଯୁବକଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ ରାକେଶ ହ୍ୱାଟ୍ସଅପ୍‌ରେ ଏକ ଗ୍ରୁପ୍‌ କ୍ରିଏଟ୍‌ କରିଥିଲେ। ଯେଉଁଥିରେ ସେ ଯୁବତୀଙ୍କ ନଗ୍ନ ଫଟୋ ପୋଷ୍ଟ କରିଥିଲେ। ପରେ ଉକ୍ତ ଫଟୋଟି ଭାଇରାଲ ହୋଇଯାଇଥିଲା। ଏନେଇ ଜଣାପଡିବା ପରେ ଯୁବତୀଙ୍କ ପୁରୁଷ ବନ୍ଧୁ ଏବଂ ତାଙ୍କ ପରିବାର ଲୋକେ ଉମରକୋଟ ଥାନାରେ ଏତଲା ଦେଇଥିଲେ।

ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ରାକେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos