ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ଏସ୍‌ଆରସି

ଭୁବନେଶ୍ୱର: ଓଡ଼ିଶାରେ ସାଇକ୍ଲୋନ୍‌ ‘କ୍ୟାଣ୍ଟ’ର ପ୍ରଭାବ ପଡ଼ିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଆଇଏମ୍‌ଡି ଦିଲ୍ଲୀ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯାଉଛି ବୋଲି ଆଜି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି,“ସାଇକ୍ଲୋନ୍‌ ପାଇଁ ଉପକୂଳ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଚାଷୀଙ୍କୁ ଅମଳ ଧାନକୁ ସଂଗ୍ରହ କରି ସୁରକ୍ଷିତ ସ୍ଥାନରେ ରଖିବା […]

hrc

hrc

Rakesh Mallick
  • Published: Monday, 24 October 2016
  • Updated: 25 October 2016, 10:31 AM IST

Sports

Latest News

hrcଭୁବନେଶ୍ୱର: ଓଡ଼ିଶାରେ ସାଇକ୍ଲୋନ୍‌ ‘କ୍ୟାଣ୍ଟ’ର ପ୍ରଭାବ ପଡ଼ିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଆଇଏମ୍‌ଡି ଦିଲ୍ଲୀ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯାଉଛି ବୋଲି ଆଜି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ସେ କହିଛନ୍ତି,“ସାଇକ୍ଲୋନ୍‌ ପାଇଁ ଉପକୂଳ ଓ ଏହାର ନିକଟବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଚାଷୀଙ୍କୁ ଅମଳ ଧାନକୁ ସଂଗ୍ରହ କରି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ କୁହାଯାଇଛି। ଏହା ଛଡ଼ା ଜିଲ୍ଲା କଣ୍ଟ୍ରୋଲ ରୁମ୍‌ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି।”

ସେ ଆହୁରି କହିଛନ୍ତି, “ଓଡ୍ରାଫ ଓ ଫାୟାର ସର୍ଭିସ୍‌ ୟୁନିଟ୍‌କୁ ସଜାଗ ରହିବା ପାଇଁ କୁହାଯାଇଛି। ଲୋକମାନେ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି।”

ସାଇକ୍ଲୋନ୍‌ ୱାର୍ଣ୍ଣିଂ ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,“ସାମୁଦ୍ରିକ ଝଡ଼ ପୋର୍ଟବ୍ଲେୟାର ଠାରୁ ୫୨୦ କି.ମି ଦୂରରେ ରହିଛି,ଉତ୍ତର ଦିଗକୁ ଗତି କରୁଛି। କ୍ରମଶଃ ଏହାର ଗତିର ପରିବର୍ତ୍ତନ ହେବ।

ସେ କହିଛନ୍ତି, “ସାଇକ୍ଲୋନ୍‌ କ୍ୟାଣ୍ଟ’’ ୨୭ ତାରିଖରେ ସକାଳେ ଉତ୍ତର-ପୂର୍ବ ବଙ୍ଗୋପସାଗରେ ପହଞ୍ଚିବ। ଏହା ପ୍ରଭାବରେ ଉପକୂଳ ଅଞ୍ଚଳରେ ୪୫ କି.ମି. ବେଗରେ ପବନ ବହିବ। ପ୍ରକୃତରେ କେଉଁ ଉପକୂଳ ଦେଇ ଦେଇ ଅତିକ୍ରମ ତାହାସ୍ପଷ୍ଟ ହୋଇନାହିଁ। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।”

ଚିଫ୍‌ ଫାୟାର ଅଫିସର ସୁକାନ୍ତ ସେଠୀ କହିଛନ୍ତି, ”ସାଇକ୍ଲୋନ ‘କ୍ୟାଣ୍ଟ’ର ୧୧ଜିଲ୍ଲାରେ ପ୍ରଭାବ ପକାଇବ। ସେଥିପାଇଁ ୧୧ଟି ଜିଲ୍ଲା ୫ଟି ଜୋନ୍‌ରେ ବିଭକ୍ତ କରିଛୁ। ପ୍ରତି ଜୋନରେ ଜଣେ ଡେପୁଟି ଫାୟାର  ଅଫିସର  ରହିବେ। ୧୧ଟି  ଜିଲ୍ଲାରେ ଥିବା ଫାୟାର ଷ୍ଟେସନକୁ ସଜାଗ ରହିବାକୁ  କୁହାଯାଇଛି।”
ସାଇକ୍ଲୋନ ‘କ୍ୟାଣ୍ଟ’ର ମୁକାବିଲା ପାଇଁ ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ’ପକ୍ଷରୁ ନୋଟିସ୍ କରାଯାଇଛି। ଏହା ସହ ପ୍ରତି ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ଗାଡ଼ି ଓ  ଔଷଧ ମହଜୁଦ ରଖିବାକୁ ମଧ୍ୟ  ଚିଠି କରାଯାଇଛି। ବାତ୍ୟା ସମୟରେ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଏବେ ଗୋପାଳପୁରରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ  କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହୋଇ ସାଇକ୍ଲୋନିକ୍ ଷ୍ଟର୍ମ ବା ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଆଜି ସନ୍ଧ୍ୟାରେ ଏହା ମ୍ୟାନମାର୍‌ ଉପକୂଳରେ ପହଞ୍ଚିବ। ସେଠାରୁ ଦିଗ ପରିବର୍ତ୍ତନ କରି  ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ମୁହାଁଇବାର ସମ୍ଭାବନା ରହିଛି। ଏପରି ହେଲେ ଓଡ଼ିଶା ଉପରେ ଘୂର୍ଣ୍ଣବାତ୍ୟାର ପ୍ରଭାବ ରହିବ। ୨୬ ଓ ୨୭ ତାରିଖ ବେଳକୁ ରାଜ୍ୟରେ ବର୍ଷା ପବନର ଆଶଙ୍କା ରହିଛି। ଉପକୂଳ ଓ ନିକଟବର୍ତ୍ତୀ ୧୧ଟି ଜିଲ୍ଲା ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story