ଖୋଜା ଚାଲିଛି ଡି’ ବ୍ରଦର୍ସଙ୍କ ଗଡ୍‌ ଫାଦରଙ୍କୁ

କଟକ: ଗିରଫ ଧଳସାମନ୍ତ ଭ୍ରାତାଙ୍କ ଅପରାଧ ସାମ୍ରାଜ୍ୟ ଠିକ୍‌ଠାକ୍‌ ଚାଲିଥିଲା। ରୋଜଗାର ବି ଭଲ ହେଉଥିଲା। ପୂରା ଉପକୂଳ ଓଡ଼ିଶାରେ ଥିଲା ଦୁଇ ଭାଇଙ୍କ ଆତଙ୍କ। ଏପରି ସ୍ଥିତିରେ ସମାଜ ସେବାକୁ ଆସିବାକୁ କାହିଁକି ମନ ବଳାଇଲେ ଦୁଇ ଭାଇ? ପ୍ରଥମେ ସମାଜ ସେବା ଓ ପରେ ରାଜନୀତିକୁ ଆସିବାକୁ କିଏ ଦେଲା ସେମାନଙ୍କୁ ଗୁରୁମନ୍ତ୍ର। ସେମାନଙ୍କ ପଛରେ କେହି ଗଡ୍‌ ଫାଦର୍ ଥିଲେ କି? ଯଦି ଥିଲେ ତେବେ ସେ କିଏ? ଏବେ ଏହି ଗଡ୍‌ ଫାଦର୍କୁ ଖୋଜୁଛି […]

d-brothers

d-brothers

Rakesh Mallick
  • Published: Thursday, 04 February 2016
  • Updated: 05 February 2016, 03:47 AM IST

Sports

Latest News

କଟକ: ଗିରଫ ଧଳସାମନ୍ତ ଭ୍ରାତାଙ୍କ ଅପରାଧ ସାମ୍ରାଜ୍ୟ ଠିକ୍‌ଠାକ୍‌ ଚାଲିଥିଲା। ରୋଜଗାର ବି ଭଲ ହେଉଥିଲା। ପୂରା ଉପକୂଳ ଓଡ଼ିଶାରେ ଥିଲା ଦୁଇ ଭାଇଙ୍କ ଆତଙ୍କ। ଏପରି ସ୍ଥିତିରେ ସମାଜ ସେବାକୁ ଆସିବାକୁ କାହିଁକି ମନ ବଳାଇଲେ ଦୁଇ ଭାଇ? ପ୍ରଥମେ ସମାଜ ସେବା ଓ ପରେ ରାଜନୀତିକୁ ଆସିବାକୁ କିଏ ଦେଲା ସେମାନଙ୍କୁ ଗୁରୁମନ୍ତ୍ର। ସେମାନଙ୍କ ପଛରେ କେହି ଗଡ୍‌ ଫାଦର୍ ଥିଲେ କି? ଯଦି ଥିଲେ ତେବେ ସେ କିଏ? ଏବେ ଏହି ଗଡ୍‌ ଫାଦର୍କୁ ଖୋଜୁଛି ପୋଲିସ୍।

ଆଉ ହାତରେ ରହିଛି ୩ଦିନର ରିମାଣ୍ଡ ସମୟ। ଏହି ସମୟ ମଧ୍ୟରେ ଡି’ ବ୍ରଦର୍ସଙ୍କ ପଛରେ ଥିବା ରହସ୍ୟମୟ ବ୍ୟକ୍ତି ଜଣଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି ପୋଲିସ୍। ଏଥିପାଇଁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଚଲାଇଛି ମାରଥନ୍ ଜେରା। ଏହାସହ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପ, ଅର୍ଥ ଓ ଚୋରା ବନ୍ଧୁକ କାରବାର, ପଲିଟିକାଲ ଲିଙ୍କକୁ ନେଇ ପୋଲିସ ଦୁଇ ଭାଇଙ୍କୁ ପଚରାଉଚରା କରୁଛି।

ପୋଲିସ ଚିନ୍ତା କରୁଛି, ବିନା ବାଧାରେ ନିଜର ଅପରାଧ ସାମ୍ରାଜ୍ୟ ବଢାଇ ଚାଲିଥିବା ଏହି ଦୁଇ ଭାଇଙ୍କ ମୁଣ୍ଡରେ ରାଜନୀତିରେ ପ୍ରବେଶ କରିବାକୁ ଉପାୟ କେହି ଜଣେ ନିଶ୍ଚିତ ପୂରାଇଛି। ଏଥିପାଇଁ ସମାଜ ସେବାକୁ ଢାଲ କରିବାକୁ ମଧ୍ୟ ଉକ୍ତ ବ୍ୟକ୍ତି ଜଣଙ୍କ ଦୁଇ ଭାଇଙ୍କ କାନରେ ମନ୍ତ୍ର ଫୁଙ୍କିଛି। ମଣିଷ ରକ୍ତରେ ହୋଲି ଖେଳୁଥିବା ଡି’ ବ୍ରଦର୍ସ ମହତ ଉଦ୍ଦେଶ୍ୟ ରଖି ରକ୍ତଦାନ ଶିବିର ଆୟୋଜନ କରିବାକୁ କେହି ସହଜରେ ହଜମ କରି ପାରୁନାହାନ୍ତି।

ତେବେ ଏପରି ଆଇଡିଆ ସେମାନଙ୍କୁ ରାଜା ଭୈୟା ଦେଇଥିବା ସନ୍ଦେହ କରୁଛି ପୋଲିସ୍। କାରଣ ୟୁପିର ଏହି ଡନ୍ ଜଣଙ୍କ ଏବେ ରାଜନୀତିରେ ବେଶ୍ ସକ୍ରିୟ। ତା’ ସହ ଦୁଇ ଭାଇଙ୍କର ସମ୍ପର୍କ ଥିବାରୁ ନିଜ ବାହୁବଳ, କଳା ଟଙ୍କାକୁ ହତିଆର କରି ରାଜନୀତିକୁ ପ୍ରବେଶ କରିବାକୁ ସେ ଉପଦେଶ ଦେଇଥାଇ ପାରନ୍ତି। ଅନ୍ୟପକ୍ଷେ ଦୁଇ ଭାଇ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ବିଚକ୍ଷଣ ବୁଦ୍ଧିର ଅଧିକାରୀ ହୋଇଥିବାରୁ ନିଜେ ଏପରି ଚିନ୍ତା କରିଥାଇ ପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି। ସେ ଯାହା ବି ହେଉ, ଯଦି ସବୁ ଠିକ୍‌ଠାକ୍ ଚାଲିଥା’ନ୍ତି ନିକଟ ଭବିଷ୍ୟତରେ କଟକ ରାଜନୀତିରେ ସୁଶୀଲର ଆବିର୍ଭାବ ଯେ ନିଶ୍ଚିତ ଥିଲା ଏଥିରେ ଦ୍ୱିମତ ନାହିଁ। ଏପରି କି ୨୦୧୯ ବିଧାନସଭା ନିର୍ବାଚନ ସୁଶୀଲର ଟାର୍ଗେଟରେ ଥିଲା। କୌଣସି ଦଳରୁ ଟିକେଟ୍ ନ ମିଳିଥିଲେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିଲା ସେ। ଏପରି ସ୍ଥିତିରେ ରିମାଣ୍ଡ ଅବଧି ସରିବା ପୂର୍ବରୁ ସେମାନଙ୍କ ପଛରେ ଥିବା ଗଡ୍ ଫାଦର୍‌କୁ ଖୋଜି ବାହାର କରିବାକୁ ତଦନ୍ତକାରୀ ଅଧିକାରୀମାନେ ଆଶା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos