ଡି’ବ୍ରଦର୍ସ ଲିଙ୍କ୍: ଆଶୀର୍ବାଦ ବେହେରାଙ୍କ ପୁଅ ଓ ୨ କର୍ପୋରେଟରଙ୍କୁ ଥାନାରେ ହାଜର ହେବାକୁ ନୋଟିସ୍

କଟକ: ଡି’ବ୍ରଦର୍ସ ଲିଙ୍କ୍ ମାମଲାରେ କମିଶନରେଟ୍ ପୋଲିସ୍ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସଂପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ତଥା ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ସଂପାଦକ ସଂଜୟ ବେହେରାଙ୍କୁ ନୋଟିସ୍‌ ଜାରି କରିଛି। ୭ ଦିନ ମଧ୍ୟରେ ଥାନାରେ ହାଜର ହେବାକୁ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି ବୋଲି କଟକ ଡିସିପି ସଂଜୀବ ଆରୋରା କହିଛନ୍ତି। ସେ କହିଛନ୍ତି ଯେ ସଂଜୟ ଓ ସୁଶୀଲ ଧଳସାମନ୍ତଙ୍କ ମଧ୍ୟରେ ବନ୍ଧୁତା ଥିବା କଥା ତଦନ୍ତରୁ ଜଣାପଡ଼ିଛି। ୨୦୧୦ ମସିହାରେ ଏ […]

sanjay

sanjay

Rakesh Mallick
  • Published: Thursday, 10 March 2016
  • Updated: 10 March 2016, 06:06 AM IST

Sports

Latest News

[caption id="attachment_73004" align="alignleft" width="150"]sanjay ସଂଜୟ ବେହେରା (ବାମରୁ ପ୍ରଥମ) ଓ ସୁଶୀଲ ଧଳସାମନ୍ତ (ମଝି)[/caption]

କଟକ: ଡି’ବ୍ରଦର୍ସ ଲିଙ୍କ୍ ମାମଲାରେ କମିଶନରେଟ୍ ପୋଲିସ୍ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସଂପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ତଥା ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ସଂପାଦକ ସଂଜୟ ବେହେରାଙ୍କୁ ନୋଟିସ୍‌ ଜାରି କରିଛି। ୭ ଦିନ ମଧ୍ୟରେ ଥାନାରେ ହାଜର ହେବାକୁ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି ବୋଲି କଟକ ଡିସିପି ସଂଜୀବ ଆରୋରା କହିଛନ୍ତି। ସେ କହିଛନ୍ତି ଯେ ସଂଜୟ ଓ ସୁଶୀଲ ଧଳସାମନ୍ତଙ୍କ ମଧ୍ୟରେ ବନ୍ଧୁତା ଥିବା କଥା ତଦନ୍ତରୁ ଜଣାପଡ଼ିଛି। ୨୦୧୦ ମସିହାରେ ଏ ଦୁହେଁ ଏକାଠି ବ୍ୟବସାୟ କରୁଥିଲେ। ତେବେ ଏ ଦୁହେଁ କେଉଁ ବ୍ୟବସାୟ କରୁଥିଲେ ଡିସିପି ସେ ନେଇ କିଛି ସୂଚନା ଦେଇ ନାହାନ୍ତି।

ସଂଜୟଙ୍କ ବ୍ୟତୀତ କଟକ ମହାନଗର ନିଗମର କର୍ପୋରେଟର ଚିରଞ୍ଜୟ ସାହୁ, ରଞ୍ଜିତା ବିଶ୍ୱାଳ ଓ ଯୁବକ ସଂଘ ସଭାପତି ସମ୍ବିତ ବେହେରାଙ୍କୁ ମଧ୍ୟ ଥାନାରେ ହାଜର ହେବାକୁ କମିଶନରେଟ୍ ପୋଲିସ୍ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos