କେଜି ପ୍ରତି ୧୦ରୁ ୨୦ ଟଙ୍କା ବଢ଼ିଲା ଡାଲି ଦର

କଟକ: ଡାଲି ଦର ଧୀରେ ଧୀରେ ଆକାଶଛୁଆଁ ହେବାରେ ଲାଗିଲାଣି। କେବଳ ହରଡ଼ ଡାଲି ନୁହେଁ ବୁଟଡାଲି, ମୁଗଡାଲି, ବିରିଡାଲି ଓ ମସୁର ଡାଲିର ମଧ୍ୟ ଦର ବଢିଛି। ୩ ଦିନ ଭିତରେ ସବୁ ଡାଲିର ଦର କିଲୋପିଛା ୧୦ ରୁ ୨୦ ଟଙ୍କ। ବଢିଛି। ମାଲଗୋଦାମ ବ୍ୟବସାୟୀ ସଂଘ ସଂପାଦକ ପ୍ରଫୁଲ୍ଲ ଛାଟୋଇ କହିଛନ୍ତି, “କଟକ ମାଲଗୋଦାମରେ ହରଡ଼ ଡାଲି ଦୁଇ ଦିନ ତଳେ ୧୩୦ ଟଙ୍କ। ବିକ୍ରି ହେଉଥିବା ବେଳେ ଆଜି ୧୪୦ ରୁ […]

dal rate hiked

dal rate hiked

Rakesh Mallick
  • Published: Saturday, 16 April 2016
  • Updated: 16 April 2016, 02:14 PM IST

Sports

Latest News

dal rate hikedକଟକ: ଡାଲି ଦର ଧୀରେ ଧୀରେ ଆକାଶଛୁଆଁ ହେବାରେ ଲାଗିଲାଣି। କେବଳ ହରଡ଼ ଡାଲି ନୁହେଁ ବୁଟଡାଲି, ମୁଗଡାଲି, ବିରିଡାଲି ଓ ମସୁର ଡାଲିର ମଧ୍ୟ ଦର ବଢିଛି। ୩ ଦିନ ଭିତରେ ସବୁ ଡାଲିର ଦର କିଲୋପିଛା ୧୦ ରୁ ୨୦ ଟଙ୍କ। ବଢିଛି।

ମାଲଗୋଦାମ ବ୍ୟବସାୟୀ ସଂଘ ସଂପାଦକ ପ୍ରଫୁଲ୍ଲ ଛାଟୋଇ କହିଛନ୍ତି, “କଟକ ମାଲଗୋଦାମରେ ହରଡ଼ ଡାଲି ଦୁଇ ଦିନ ତଳେ ୧୩୦ ଟଙ୍କ। ବିକ୍ରି ହେଉଥିବା ବେଳେ ଆଜି ୧୪୦ ରୁ ୧୪୫ ଟଙ୍କ। ରହିଛି। ସେହିପରି ବିରି ଡାଲି ୧୨୦ରୁ ବୃଦ୍ଧି ପାଇ ୧୪୦ ଟଙ୍କ।, ବୁଟ ଡାଲି କେଜି ପ୍ରତି ୬୦ଟଙ୍କ।ରୁ ବୃଦ୍ଧି ପାଇ ୭୫ ଟଙ୍କ।ରେ ପହଞ୍ଚିଛି। ନାଗପୁର ଓ ରାୟପୁର ଅଞ୍ଚଳରୁ ଆସୁଥିବା ଡାଲି ଦର ଅଧିକା ରହିଥିବା ଯୋଗୁଁ ରାଜ୍ୟରେ ଦର ବୃଦ୍ଧି ପାଇଛି।”

କଟକ ମାଲଗୋଦାମ ଖୁଚୁରା ବ୍ୟବସାୟୀ ସଂଘ ସଭାପତି ବିନୋଦ ଚନ୍ଦ୍ର ସାହୁ କହିଛନ୍ତି,“ଏବେ ଡ଼ାଲି ଅମଳ କାର୍ଯ୍ୟ ଚାଲିଥିବା ବେଳେ ବଡ଼ ବଡ଼  କଂପାନୀ ମାନେ ଡାଲି କିଣି ଗଚ୍ଛିତ ରଖୁଥିବାରୁ ଏହି ସମସ୍ୟା ଦେଖାଦେଇଛି। ଫଳରେ ରାଜ୍ୟର ଡାଲି ବକ୍ରି ଉପରେ ଏହାର ପ୍ରଭାବ ପଡ଼ିଛି। ତିନି ଦିନ ମଧ୍ୟରେ ୧୦ରୁ ୨୦ ଟଙ୍କା ବୃଦ୍ଧି ପାଇଛି। ଯେଉଁ ଗ୍ରାହକ ଦୁଇ କିଲୋ ଡାଲି କିଣୁଥିଲା ସେ ଏବେ କିଲେ ଡାଲି କିଣିବାକୁ ବାଧ୍ୟ ହେଉଛି।”

କଟକର ରମେଶ ବେହେରା କହିଛନ୍ତି,“ପ୍ରତି ସପ୍ତାହରେ ଘରକୁ ୩ରୁ ୪ କିଲୋଗ୍ରାମ ଡାଲି ନେଉଥିଲି। ତିନିଦିନ ହେବ ଆଶାତୀତ ଭାବେ ଦର ବଢିଛି। ତେଣୁ ଆଜି ମୁଁ ୪ କେଜି ବଦଳରେ ଗୋଟିଏ କେଜି ନେଉଛି। ଦର ବଢୁଥିବାରୁ ଅଳ୍ପରେ କିପରି କାମ ଚଳିବ ସେ ବ୍ୟବସ୍ଥା କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos