ଧଳସାମନ୍ତ ଭାତ୍ରାଙ୍କୁ ୭ ଦିନ ରିମାଣ୍ଡରେ ନେଲା କମିଶନରେଟ୍ ପୋଲିସ

କଟକ:  ଧଳସାମନ୍ତ ଭାତ୍ରାଙ୍କୁ  ଅଧିକ ପଚରାଉଚରା ପାଇଁ ୭ ଦିନ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍। ଏହି ଦୁଇ ଟେଣ୍ଡର ମାଫିଆଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ସୋମବାର କଟକ ଏସଡିଜେଏମ୍ କୋର୍ଟ ଅନୁମତି ଦେଇଥିଲେ। ଧଳସାମନ୍ତ ଭ୍ରାତାଙ୍କୁ ୧୦ ଦିନ ରିମାଣ୍ଡରେ ନେବା ଲାଗି ଅନୁମତି ମାଗିଥିଲା କମିଶନେରଟ୍ ପୋଲିସ୍।

ଏକ ଅଜ୍ଞାତ ସ୍ଥାନରେ ରଖି ଦୁଇ ଭାଙ୍କୁ ଜେରା କରାଯାଉଛି। ଏଥିରେ ସ୍ପେଶାଲ ମିଟ୍ ସାମିଲ ହେବେ। କଳା ଟଙ୍କା କେଉଁଠୁ ଆସୁଥିଲା, କେଉଁଠି ବିନିଯୋଗ ହେଉଛି, ବେଆଇନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କେଉଁଠୁ ପାଉଥିଲେ, ଅନ୍ୟ ରାଜ୍ୟ ସହ କ’ଣ ରହିଛି ଅପରାଧିକ ଲିଙ୍କ ଏ ସବୁ ସମ୍ପର୍କରେ ଟିମ ଦୁଇ ଭାଇଙ୍କୁ ଜେରା କରୁଛି।

ରିମାଣ୍ଡରେ ଯିବା ବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ସୁଶୀଲ। ଏହା ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସେ କହିଛି।

ଗତ ଗୁରୁବାର ରାତିରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଭୁବନେଶ୍ୱରର ପୋଖରୀପୁଟ ସ୍ଥିତ ଏକ ଭଡ଼ା ଘରୁ ଗିରଫ କରାଯାଇଥିଲା। ସୁଶାନ୍ତ ନାଁରେ ୩ଟି ହତ୍ୟା ଘଟଣାରେ ୱାରେଣ୍ଟ୍ ରହିଥିଲା। ସେମାନଙ୍କ ନିକଟରୁ ୨.୬୫ କୋଟିରୁ ଅଧିକ ଟଙ୍କା ସହିତ ୧୦ଟି ବିଭିନ୍ନ ଧରଣର ବନ୍ଧୁକ ଜବତ କରାଯାଇଥିଲା। ସେହିପରି ଦେଢ଼ ଶହରୁ ଅଧିକ ଗୁଳି ମଧ୍ୟ ସେମାନଙ୍କ ଘରୁ ଜବତ କରାଯାଇଥିଲା। ଏହା ସହିତ ୩ଟି ମର୍ସିଡିଜ୍ ଓ ୨ଟି ଅଡି କାର ସହିତ ଏକାଧିକ ମୋବାଇଲ, ଲାପଟପ୍ ଓ ଡାଏରୀ ଜବତ କରାଯାଇଥିଲା। ଶୁକ୍ରବାର ଏହି ଦୁଇ ଭାଇଙ୍କୁ କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇ ଚୌଦ୍ୱାର ଜେଲ୍ ପଠାଇ ଦିଆଯାଇଥିଲା।

ଅନ୍ୟପକ୍ଷରେ କଟକ ପୋଲିସ୍ ଆଜି ଏହି ଦୁଇ ଭାଇଙ୍କର ଦୁଇ ସହଯୋଗୀ ଭାରତ ସ୍ୱାଇଁ ଓ ରାମ ଦାସଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୨.୪୪ ଲକ୍ଷ ଟଙ୍କା ସହିତ ୪ଟି ବନ୍ଧୁକ ଓ ୧୬୦ ରାଉଣ୍ଡ ଗୁଳି ଜବତ କରାଯାଇଛି।

ଧଳସାମନ୍ତ ଭ୍ରାତାଙ୍କ ବିଭିନ୍ନ ଆଡ୍ଡା ଉପରେ ଚଢ଼ାଉ ଜାରି ରହିଛି। ରବିବାର ଏହି ଦୁଇ ଭାଇଙ୍କର କିଛି ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା।  ଏସବୁ ସ୍ଥାନରୁ କିଛି ଅସ୍ତ୍ରଶସ୍ତ୍ର ଜବତ ହୋଇଛି।  ୫ଟି ଜଣଙ୍କୁ ଅଟକ ରଖି ଥିଲା।  ଏମାନଙ୍କ ଅପରାଧ ସାମ୍ରାଜ୍ୟ ସମ୍ପର୍କରେ ଖୋଳତାଡ଼ ଲାଗି  ସ୍ପେଶାଲ ଟିମ୍ ଭାଇଜାଗ, ମୁମ୍ବାଇ ସମେତ ଅନ୍ୟାନ୍ୟ ସ୍ଥାନକୁ ଯାଇଛି। ଏହି ଦୁଇଭାଇଙ୍କ ସହ କାହାର ଲିଙ୍କ୍ ଅଛି, ଏମାନଙ୍କ ନିକଟରୁ କେଉଁଠୁ କଳାଟଙ୍କା ଆସୁଥିଲା, ଅନ୍ୟ ରାଜ୍ୟରେ କେମିତି ସାମ୍ରାଜ୍ୟ ବିସ୍ତାର କଲେ ଡି’ ବ୍ରଦର୍ସ, ମୁମ୍ବାଇ,ମିରଟ, କୋଲକାତା ଓ ୟୁପିରୁ କେମିତି ପାଉଥିଲେ ଅସ୍ତ୍ରଶସ୍ତ୍ର- ଏସବୁର ସ୍ପେଶାଲ ଟିମ୍ ଯାଞ୍ଚ ଚଳାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।