ଡାଲି ଦର ବୃଦ୍ଧି ଖବର ଗୁଜବ: ମାଲଗୋଦାମ ବ୍ୟବସାୟୀ ସଂଘ

କଟକ: ଗତ ୪ରୁ ୫ ଦିନ ହେବ ରାଜ୍ୟରେ ଡାଲି ଦର ବୃଦ୍ଧି ପାଇଥିବା ପ୍ରଚାର ହେଉଛି, ଯାହା ଖାଉଟିଙ୍କୁ ଚିନ୍ତାରେ ପକାଇ ଦେଇଛି। ଡାଲି ଦର ବୃଦ୍ଧି ନେଇ ପ୍ରଚାର ହେଉଥିବା ଏହି ଖବର ଗୁଜବ ବୋଲି ମାଲଗୋଦାମ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି। ଆଜି ମାଲଗୋଦାମ ବ୍ୟବସାୟୀ ସଂଘ ଓ କଟକ ଜିଲ୍ଲାପାଳଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ସଂଘ ପକ୍ଷରୁ ଏହା କୁହାଯାଇଛି। ମାଲଗୋଦାମରେ ହରଡ଼ ଡାଲି କେଜି ୧୩୫ରୁ ୧୪୦ଟଙ୍କ।ରେ ବିକ୍ରି […]

dali

dali

Rakesh Mallick
  • Published: Monday, 18 April 2016
  • Updated: 18 April 2016, 12:05 PM IST

Sports

Latest News

dar-rate-hikedକଟକ: ଗତ ୪ରୁ ୫ ଦିନ ହେବ ରାଜ୍ୟରେ ଡାଲି ଦର ବୃଦ୍ଧି ପାଇଥିବା ପ୍ରଚାର ହେଉଛି, ଯାହା ଖାଉଟିଙ୍କୁ ଚିନ୍ତାରେ ପକାଇ ଦେଇଛି। ଡାଲି ଦର ବୃଦ୍ଧି ନେଇ ପ୍ରଚାର ହେଉଥିବା ଏହି ଖବର ଗୁଜବ ବୋଲି ମାଲଗୋଦାମ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି। ଆଜି ମାଲଗୋଦାମ ବ୍ୟବସାୟୀ ସଂଘ ଓ କଟକ ଜିଲ୍ଲାପାଳଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ସଂଘ ପକ୍ଷରୁ ଏହା କୁହାଯାଇଛି। ମାଲଗୋଦାମରେ ହରଡ଼ ଡାଲି କେଜି ୧୩୫ରୁ ୧୪୦ଟଙ୍କ।ରେ ବିକ୍ରି ହେଉଛି। ତେବେ କିଛିଦିନ ମଧ୍ୟରେ ଏହି ଦର ୩ରୁ ୪ଟଙ୍କା ବୃଦ୍ଧି ପାଇଛି, ଯାହା ଅତି ନଗଣ୍ୟ। ଖାଉଟି ଭୟଭୀତ ହେବାର କିଛି କାରଣ ନାହିଁ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।

କେବଳ ଡାଲି ନୁହେଁ ମାଲଗୋଦାମରେ ଗଚ୍ଛିତ ଥିବା ସମସ୍ତ ଖାଦ୍ୟଶସ୍ୟ ଦର ଉପରେ ପ୍ରଶାସନ ନଜର ରଖିଛି। ପ୍ରତିଦିନ ଡାଲି ଦର ସମ୍ପର୍କରେ ଅବଗତ କରାଇବା ପାଇଁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି।

ମାଲଗୋଦାମ ବ୍ୟବସାୟୀ ସଂଘର ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ କହିଛନ୍ତି, “ଗତ ୧୦ରୁ ୧୫ ଦିନ ମଧ୍ୟରେ ଡାଲି ଦରରେ ସାମାନ୍ୟ ବୃଦ୍ଧି ଘଟିଛି। ହେଲେ ଗଣମାଧ୍ୟମରେ ଏହାକୁ ଅତିରଞ୍ଜିତ କରି ପ୍ରକାଶ କରାଯାଉଛି। ସ୍ଥିତି ଏବେ ସମ୍ପୃର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଆବଶ୍ୟକ ପରିମାଣରେ ଡାଲି ଗଚ୍ଛିତ ଅଛି। ଆଗକୁ ଦର ବଢିବାର କୌଣସି ସମ୍ଭାବନା ନାହିଁ। ଡାଲି ଦର କେନ୍ଦ୍ର ସରକାର ସ୍ଥିର କରିଥାନ୍ତି। ସେଠାରେ ଦର ବୃଦ୍ଧି ଘଟିଲେ ଓଡ଼ିଶା ମାର୍କେଟରେ ଏହାର ପ୍ରଭାବ ପଡ଼ିପାରେ। ବର୍ତ୍ତମାନ ବିରି ଡାଲି ୧୨୦ରୁ ୧୩୦ ଟଙ୍କା କେଜିରେ ବିକ୍ରି ହେଉଥିବା ବେଳେ ହରଡ଼ ଡାଲି ୧୩୫ରୁ ୧୪୦ ଟଙ୍କା କେଜି ବିକ୍ରି ହେଉଛି। ଖାଉଟିମାନେ ଭୟଭୀତ ହେବାର କୌଣସି କାରଣ ନାହିଁ।”

ଜିଲ୍ଲାପାଳ ମିଶ୍ର କହିଛନ୍ତି, “ଡାଲି ଦର ବୃଦ୍ଧି ଖବର ପ୍ରଚାରିତ ହେବା ପରେ ଆଜିର ଏ ବୈଠକ ଡକାଇଥିଲି। ବ୍ୟବସାୟୀମାନଙ୍କ କହିବାର ହେଲା ଇ-ଅକ୍ସନରେ ପ୍ରତିଦିନ ୨୦୦ରୁ ୪୦୦ ଟଙ୍କା ବୃଦ୍ଧି ଘଟୁଛି। ଏଥିରେ ଭଡ଼ା ଓ ସର୍ବନିମ୍ନ ଲାଭ ପକାଇ ସେମାନେ ବିକ୍ରି କରୁଛନ୍ତି। ଫଳରେ ଦର କିଛି ବଢୁଛି। ଆଜି ସୁଦ୍ଧା ବିଭିନ୍ନ ପ୍ରକାରର ହରଡ଼ ଡାଲି ୧୨୪ରୁ ୧୪୫ ଟଙ୍କା, ମୁଗ ଡାଲି ୮୫ରୁ ୯୫, ବୁଟ ଡାଲି ୭୩ରୁ ୮୦, ବିରି ଡାଲି ୧୪୫ରୁ ୧୭୦, ମସୁର ଡାଲି ୭୫ରୁ ୮୦ ଟଙ୍କାରେ ମାଲଗୋଦାମରେ ବିକ୍ରି କରାଯାଉଛି। ପ୍ରତିଦିନ ଡାଲି କିଣାବିକା ଦର ଜଣାଇବାକୁ ବ୍ୟବସାୟୀଙ୍କୁ କୁହାଯାଇଛି। ଏହାକୁ ତର୍ଜମା କରି ଦର ଠିକ୍‌ ରହୁଛି କି ନାହିଁ ତା’ ଉପରେ ନଜର ରଖିବୁ। କେନ୍ଦ୍ର ସରକାର ଡାଲି ଉପରେ ୧୩୦୦ ଟଙ୍କା ବଢାଇ ଥିବା ବ୍ୟବସାୟୀମାନେ ସୂଚନା ଦେଇଛନ୍ତି। ଏହି ବର୍ଦ୍ଧିତ ମୂଲ୍ୟ ଏପର୍ଯ୍ୟନ୍ତ ଆସିନାହିଁ। ଏ ନେଇ ଆମ ପାଖରେ ମଧ୍ୟ କିଛି ଖବର ନାହିଁ। ଯଦି ଏହା ସତ୍ୟ ହୋଇଥାଏ ତେବେ ଡାଲି ମୂଲ୍ୟରେ କିଛିଟା ବୃଦ୍ଧି ନିଶ୍ଚିତ ଘଟିବ। ଏହା ଉପରେ ଆମେ ନଜର ରଖିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story