ଡାଲି ଗୋଦାମରେ ଚଢାଉ ପ୍ରତିବାଦ: ଆଜିଠାରୁ ମାଲଗୋଦାମକୁ ଖାଦ୍ୟଶସ୍ୟ ଆମଦାନୀ ବନ୍ଦ

କଟକ: ବିଭିନ୍ନ ସ୍ଥାନରେ ଡାଲି ଗୋଦାମରେ ଚାଲିଥିବା ଚଢ଼ାଉ ପ୍ରତିବାଦରେ ଆଜିଠାରୁ ମାଲଗୋଦାମକୁ ଖାଦ୍ୟଶସ୍ୟ ଆମଦାନୀ ବନ୍ଦ କରିଛି କଟକ ଚାମ୍ୱର୍ସ ଅଫ୍ କମର୍ସ ଆସୋସିଏସନ୍। ଯୋଗାଣ ବିଭାଗ ପକ୍ଷରୁ ଯେଉଁ ସବୁ ଡାଲି ଗୋଦାମ୍ ଉପରେ ଚଢାଉ କରାଯାଇ ହୋଇ ଡାଲି ଜବତ ହୋଇଛି ସେସବୁକୁ ସମ୍ପୃକ୍ତ ଗୋଦାମ ମାଲିକଙ୍କୁ ହସ୍ତାନ୍ତର କରା ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆସୋସିଏସନ୍ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଡାଲି ସଙ୍କଟ ଗୁରୁତର ହେବା ପରେ ବେଆଇନ ମହଜୁଦକାରୀଙ୍କ ଉପରେ ଲଗାମ୍ କଷିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ସୋମବାର କଟକ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଗୋଦାମରେ ଚଢାଉ କରି ମହଜୁଦ ଡାଲିକୁ ଜବତ କରାଯାଇଥିଲା। ଏହାର ପ୍ରତିବାଦରେ କଟକ ଚାମ୍ୱର ଅଫ କମର୍ସ ପକ୍ଷରୁ ଗତକାଲି ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ କଟକ ମାଲଗୋଦାମରେ ସମସ୍ତ ଖାଦ୍ୟଶସ୍ୟ ଆମଦାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା । ସରକାର ଯଦି ଆଲୋଚନା କରି ସମସ୍ୟାର ସମାଧାନ ନ କରନ୍ତି ତେବେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ବୋଲି ସଂଘ ପକ୍ଷରୁ କୁହାଯାଇଛି।