ଦାମ ଓ ତିନି କଟକ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ପହଞ୍ଚିବାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଓ କଟକ ଜିଲ୍ଲାର ତିନି ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ ଓ ପ୍ରତାପ ଜେନା ଆଜି ଆଗ ପଛ ହୋଇ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଯଦିଓ ଏମାନେ କେଉଁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଯାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହାକୁ ନେଇ ରାଜନୈତିକ ମହଲରେ କଳ୍ପନା, ଜଳ୍ପନା ଆରମ୍ଭ ହୋଇଯାଇଛି। କିଛି ଦିନ ହେଲା ଦାମୋଦର ରାଉତ ଓ ଦେବାଶିଷ, ପ୍ରଭାତ, ପ୍ରତାପ […]

debashish

debashish

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 03:47 PM IST

Sports

Latest News

debashishଭୁବନେଶ୍ୱର: ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଓ କଟକ ଜିଲ୍ଲାର ତିନି ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ ଓ ପ୍ରତାପ ଜେନା ଆଜି ଆଗ ପଛ ହୋଇ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଯଦିଓ ଏମାନେ କେଉଁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଯାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହାକୁ ନେଇ ରାଜନୈତିକ ମହଲରେ କଳ୍ପନା, ଜଳ୍ପନା ଆରମ୍ଭ ହୋଇଯାଇଛି।

କିଛି ଦିନ ହେଲା ଦାମୋଦର ରାଉତ ଓ ଦେବାଶିଷ, ପ୍ରଭାତ, ପ୍ରତାପ ଓ ରାଜ୍ୟସଭାକୁ ସଦ୍ୟ ନିର୍ବାଚିତ ହୋଇଥିବା ବିଷ୍ଣୁ ଦାସଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁ ସହିତ ଆଜି ଏ ଚାରି ନେତାଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ପହଞ୍ଚିବା ଘଟଣାର ସମ୍ପର୍କ ଥାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ପ୍ରଥମେ ବିଧାୟକ ପ୍ରତାପ ଜେନା ଓ ପରେ ପରେ ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ପହଞ୍ଚିଥିଲେ। ସବା ଶେଷରେ ଯାଇଥିଲେ ଦାମ ରାଉତ। କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଏମାନଙ୍କ ମଧ୍ୟରୁ କେବଳ ମନ୍ତ୍ରୀ ଡଃ ରାଉତ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଯିବା ପଛର କାରଣ ସଂପର୍କରେ ଦେବାଶିଷ ଓ ପ୍ରଭାତ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

କିନ୍ତୁ ବିଧାୟକ ତଥା ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି,“ଦେବାଶିଷ ସାମନ୍ତରାୟ ଓ ପ୍ରଭାତ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କି ନାହିଁ, ସେ ନେଇ ମୋ’ ପାଖରେ କୌଣସି ସୂଚନା ନାହିଁ।  ସେମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ  ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ  ଭେଟିବେ ବୋଲି ମୋତେ କହୁଥିଲେ।”

ଗତ ମଙ୍ଗଳବାର ଦେବାଶିଷ ସାମନ୍ତରାୟ, ପ୍ରତାପ ଜେନା ଓ ବିଷ୍ଣୁ ଦାସଙ୍କୁ ଭୂତ ବୋଲି କହି ସମାଲୋଚନା କରିଥିବା ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଗତକାଲି ତାଙ୍କ ମନ୍ତବ୍ୟ ବଦଳାଇଥିଲେ। ସେ କାହାକୁ ଭୂତ କହି ନ ଥିଲେ ବୋଲି ସଫେଇ ଦେଇଥିଲେ। ତା’ ପୂର୍ବରୁ କଟକ ମହାନିଗର ନିଗମର ୨୧ ନମ୍ବର ୱାର୍ଡରେ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହାରିଯିବା ପରେ ଦାମ ରାଉତ ଦେବାଶିଷ ଓ ପ୍ରଭାତଙ୍କୁ ଟାର୍ଗେଟ୍ କରିଥିଲେ। ଦାମଙ୍କ ଆକ୍ଷେପ ପରେ ଦେବାଶିଷ ଓ ପ୍ରଭାତ ମଧ୍ୟ ଗଣମାଧ୍ୟମରେ ତାଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos