ଯୁବ ମନ୍ତ୍ରୀମାନେ ବରିଷ୍ଠ, ଆଉ ଆମେ ବୟସ୍କ: ଦାମ

କଟକ: ରାଜ୍ୟରେ ଯୁବମନ୍ତ୍ରୀମାନେ ବରିଷ୍ଠ ପାଲଟିଛନ୍ତି। ଆଉ ବରିଷ୍ଠ ମନ୍ତ୍ରୀମାନେ ବୟସ୍କ ଭାବେ ପରିଗଣିତ ହେଉଛନ୍ତି। ରବିବାର କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅବସରରେ ଏ କଥା କହିଛନ୍ତି ସମବାୟ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ। ଏପ୍ରିଲ୍ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ସଞ୍ଜୟ ଦାସବର୍ମାଙ୍କ ସମେତ ୫ ଜଣ ଯୁବ ମନ୍ତ୍ରୀ ତାଙ୍କୁ ଭେଟିବା ପରିପ୍ରେକ୍ଷୀରେ ସେ ଏହା କହିଛନ୍ତି। ଦାମ କହିଥିଲେ,“ମୁଖ୍ୟମନ୍ତ୍ରୀ ସେମାନଙ୍କୁ […]

damodarrout

damodarrout

Rakesh Mallick
  • Published: Sunday, 10 April 2016
  • Updated: 10 April 2016, 11:48 AM IST

Sports

Latest News

damaକଟକ: ରାଜ୍ୟରେ ଯୁବମନ୍ତ୍ରୀମାନେ ବରିଷ୍ଠ ପାଲଟିଛନ୍ତି। ଆଉ ବରିଷ୍ଠ ମନ୍ତ୍ରୀମାନେ ବୟସ୍କ ଭାବେ ପରିଗଣିତ ହେଉଛନ୍ତି। ରବିବାର କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅବସରରେ ଏ କଥା କହିଛନ୍ତି ସମବାୟ ଓ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ। ଏପ୍ରିଲ୍ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ସଞ୍ଜୟ ଦାସବର୍ମାଙ୍କ ସମେତ ୫ ଜଣ ଯୁବ ମନ୍ତ୍ରୀ ତାଙ୍କୁ ଭେଟିବା ପରିପ୍ରେକ୍ଷୀରେ ସେ ଏହା କହିଛନ୍ତି।

ଦାମ କହିଥିଲେ,“ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଡାକି ଥିଲେ କି ସେମାନେ ନିଜ ଆଡୁ ଯାଇଥିଲେ ମୁଁ କେମିତି ଜାଣିବି?”

ମୁଖ୍ୟମନ୍ତ୍ରୀ କ’ଣ କେବଳ ଯୁବ ମନ୍ତ୍ରୀମାନଙ୍କୁ କେମିତି ଡାକିଲେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେ କହିଥିଲେ,“ଏବେ ରାଜ୍ୟଟା ଯୁବକମାନଙ୍କର। ଏ ରାଜ୍ୟ କ’ଣ ଆଉ ବୁଢ଼ାମାନଙ୍କର ହୋଇ ରହିଛି?”

ସରକାରରେ ବରିଷ୍ଠ ମନ୍ତ୍ରୀମାନଙ୍କର ଗୁରୁତ୍ୱ କମିଛି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ,“ବରିଷ୍ଠ ହେଉଛନ୍ତି ସେମାନେ (ଯୁବମନ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ), ଆମେ ହେଉଛୁ ବୟସ୍କ। ଦଳରେ କାହାର ଗୁରୁତ୍ୱ ବଢ଼ିଛି ବା କମିଛି ସେ କଥା ଯିଏ ଦଳ ଚଳାଉଛନ୍ତି ତାଙ୍କୁ ପଚାର। ମୋତେ କାହିଁକି ପଚାରୁଛ?”

ସେହିଭଳି ସଞ୍ଜୟ ଦାସବର୍ମାଙ୍କୁ ନେଇ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଦେଇଥିବା ମନ୍ତବ୍ୟ ଉପରେ ଏକ ପ୍ରତିକ୍ରିୟା ଦେବାକୁ ଯାଇ ଦାମ କହିଥିଲେ,“ମୁଁ ମୋଟେ ବରିଷ୍ଠ ମନ୍ତ୍ରୀ ନୁହେଁ। ମୁଁ ବୟସ୍କ ମନ୍ତ୍ରୀ।”

ଚିଟ୍‌ଫଣ୍ଡ୍ ଦୁର୍ନୀତି ନେଇ ଯାହା ବିରୁଦ୍ଧରେ ସିବିଆଇ ତଥ୍ୟ ପାଉଛି ସେମାନଙ୍କୁ ନୋଟିସ୍ ଜାରି କରୁଛି। ତେଣୁ ସଞ୍ଜୟଙ୍କୁ ସିବିଆଇ ନୋଟିସ୍ କରିବା ଘଟଣାକୁ ଅଧିକ ନ ମାଜିବାକୁ ଭର୍ତ୍ତୃହରି କହିଥିଲେ। ସେହିପରି ନୈତିକତା ଦୃଷ୍ଟିରୁ ସେ (ସଞ୍ଜୟ) ଇସ୍ତଫା ଦେଇ ଦେବା ଉଚିତ୍ ବୋଲି ବିରୋଧୀଙ୍କ ଦାବି ଏକ ଭଲ ପରାମର୍ଶ ବୋଲି କହିଥିଲେ ଭର୍ତ୍ତୃହରି।

ସୂଚନାଯୋଗ୍ୟ, ଏପ୍ରିଲ୍ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ତାଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଅରୁଣ ସାହୁ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଭେଟିଥିଲେ।  ଏହି ୫ ଯୁବ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ଭେଟିବାକୁ ଡକାଇଥିଲେ, ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos