ଦାନକୁ ଦାୟୀ କଲେ ସରକାର

ଭୁବନେଶ୍ୱର: କାନ୍ଧରେ ସ୍ତ୍ରୀଙ୍କ ଶବ ବୋହିଥିବା ଦାନ ମାଝିଙ୍କୁ ପୂରା ଘଟଣା ପାଇଁ ଦାୟୀ କରିଛନ୍ତି ସରକାର। ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଲିଖିତ ଉତ୍ତରରୁ ଏହା ସ୍ପଷ୍ଟ ହେଉଛି। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରକାରଙ୍କୁ ଦେଇଥିବା ରିପୋର୍ଟରେ କହିଛନ୍ତି ଦାନ ମାଝି ଆମ୍ବୁଲାନ୍ସ ପାଇଁ କୌଣସି ସହାୟତା ମାଗି ନ ଥିଲେ। ସ୍ତ୍ରୀର ଶବକୁ ଧରି ସେ ଫେରାର ହୋଇଯାଇଥିଲେ। ଗରିବ ରୋଗୀଙ୍କ ପାଇଁ ରେଡକ୍ରସ ମାଧ୍ୟମରେ ପରିବହନର […]

dana Manjhi

dana Manjhi

Rakesh Mallick
  • Published: Friday, 23 September 2016
  • Updated: 23 September 2016, 10:02 PM IST

Sports

Latest News

ଭୁବନେଶ୍ୱର: କାନ୍ଧରେ ସ୍ତ୍ରୀଙ୍କ ଶବ ବୋହିଥିବା ଦାନ ମାଝିଙ୍କୁ ପୂରା ଘଟଣା ପାଇଁ ଦାୟୀ କରିଛନ୍ତି ସରକାର। ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଲିଖିତ ଉତ୍ତରରୁ ଏହା ସ୍ପଷ୍ଟ ହେଉଛି। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରକାରଙ୍କୁ ଦେଇଥିବା ରିପୋର୍ଟରେ କହିଛନ୍ତି ଦାନ ମାଝି ଆମ୍ବୁଲାନ୍ସ ପାଇଁ କୌଣସି ସହାୟତା ମାଗି ନ ଥିଲେ। ସ୍ତ୍ରୀର ଶବକୁ ଧରି ସେ ଫେରାର ହୋଇଯାଇଥିଲେ। ଗରିବ ରୋଗୀଙ୍କ ପାଇଁ ରେଡକ୍ରସ ମାଧ୍ୟମରେ ପରିବହନର ବ୍ୟବସ୍ଥା କରାଯାଇଥାଏ। ତେବେ ସେଦିନ ଦାନ ମାଝି ସହାୟତା ପାଇଁ କାହାକୁ କହି ନ ଥିବା ରିପୋର୍ଟରେ କୁହାଯାଇଛି। ତଥାପି କର୍ତ୍ତବ୍ୟରେ ଅବହେଳା ଯୋଗୁଁ ୨ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos