ଡେଙ୍ଗୁ ସ୍ଥିତିର ଅନୁଧ୍ୟାନ ପାଇଁ ନୋଡାଲ ଅଫିସର ନିଯୁକ୍ତ

ଭୁବନେଶ୍ୱର: ବଡ଼ବିଲ, କଟକ ଓ ଜଗତପୁର ଅଞ୍ଚଳରେ ଡେଙ୍ଗୁ ସ୍ଥିତି ବ୍ୟାପକ ରହିଛି। ସେଥିପାଇଁ ଆଜି ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ସବୁ ଜିଲ୍ଲାକୁ ଯାଇ ଡେଙ୍ଗୁ ସ୍ଥିତିର ଅନୁଧ୍ୟାନ କରିବା ପାଇଁ  ବିଭାଗ ପକ୍ଷରୁ ଆଇଏଏସ୍‌ ସଚିନ୍ ୟାଦବଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତୁନ ସବ୍ୟସାଚୀ କହିଛନ୍ତି। ସେ କହିଛନ୍ତି, “ଯେଉଁ ଅଞ୍ଚଳରେ ଡେଙ୍ଗୁ ବ୍ୟାପିଛି ଓ  ବ୍ୟାପିବାର ଆଶଙ୍କା ରହିଛି ସେହି ଅଞ୍ଚଳ ଗୁଡ଼ିକୁ […]

dangu

dangu

Rakesh Mallick
  • Published: Tuesday, 12 July 2016
  • Updated: 12 July 2016, 09:37 PM IST

Sports

Latest News

danguଭୁବନେଶ୍ୱର: ବଡ଼ବିଲ, କଟକ ଓ ଜଗତପୁର ଅଞ୍ଚଳରେ ଡେଙ୍ଗୁ ସ୍ଥିତି ବ୍ୟାପକ ରହିଛି। ସେଥିପାଇଁ ଆଜି ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ସବୁ ଜିଲ୍ଲାକୁ ଯାଇ ଡେଙ୍ଗୁ ସ୍ଥିତିର ଅନୁଧ୍ୟାନ କରିବା ପାଇଁ  ବିଭାଗ ପକ୍ଷରୁ ଆଇଏଏସ୍‌ ସଚିନ୍ ୟାଦବଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତୁନ ସବ୍ୟସାଚୀ କହିଛନ୍ତି।

ସେ କହିଛନ୍ତି, “ଯେଉଁ ଅଞ୍ଚଳରେ ଡେଙ୍ଗୁ ବ୍ୟାପିଛି ଓ  ବ୍ୟାପିବାର ଆଶଙ୍କା ରହିଛି ସେହି ଅଞ୍ଚଳ ଗୁଡ଼ିକୁ ସଫାସୁତରା ରଖାଯିବ ।”

ଡେଙ୍ଗୁ ସ୍ଥିତି ସମ୍ପର୍କରେ ସୂଚନା ଦେଇ  ମନ୍ତ୍ରୀ କହିଛନ୍ତି,“୧୩୦ ଜଣ ଡେଙ୍ଗୁ ରୋଗୀ ଏସସିବିରେ  ଭର୍ତ୍ତି ହୋଇଛନ୍ତି। ୨୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି।  ଡେଙ୍ଗୁର ମୁକାବିଲା ପାଇଁ ପ୍ରତି ଜିଲ୍ଲା ମୁଖ୍ୟ ହସପିଟାଲରେ ଡେଙ୍ଗୁ ୱାର୍ଡ ଖୋଲାଯାଇଛି ଓ ରୋଗୀମାନଙ୍କ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି।  ୫୬୦ ଜଣ ରୋଗୀଙ୍କ ରକ୍ତ ନମୁନା ପଜିଟିଭ ବାହାରିଛି।  ଡେଙ୍ଗୁ ବ୍ୟାପିଥିବା ଅଞ୍ଚଳରେ ଆଉ ଯେପରି ଡେଙ୍ଗୁ  ନ ବ୍ୟାପିବ ସେଥିପାଇଁ  ଲୋକମାନଙ୍କୁ ସଚେତନ କରାଯାଇଛି।”

ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ  କହିଛନ୍ତି, “ଡେଙ୍ଗୁ ସ୍ଥିତିର ମୁକାବିଲା ପାଇଁ  ଆକ୍ସନ୍ ପ୍ଲାନ୍ କରାଯାଇଛି। ଆକ୍ସନ୍ ପ୍ଲାନ୍ ଅନୁଯାୟୀ ବଡ଼ ଧରଣର ସଫେଇ କାର୍ଯ୍ୟକ୍ରମ କରାଯିବ।  ଏଥିରେ ବେସରକାରୀ ସଂସ୍ଥାକୁ  ସାମିଲ କରାଯିବ। ଡେଙ୍ଗୁ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଣେ ନୋଡ଼ାଲ ଅଫିସର ନିଯୁକ୍ତ କରାଯାଇଛି।”

ଅନ୍ୟପକ୍ଷରେ କେନ୍ଦୁଝର ବଡ଼ବିଲରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ୧୬୧୦ ରକ୍ତ ନମୁନା ପରୀକ୍ଷାରୁ ୫୨୨ ଜଣଙ୍କ ଡେଙ୍ଗୁ ପଜିଟିଭ ଥିବା ଜଣାପଡ଼ିଛି। ଏ ସଂପର୍କରେ  ବଡ଼ବିଲ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

କଟକ ଜଗତପୁରରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। କଟକରେ ଏପର୍ଯ୍ୟନ୍ତ ମୋଟ ୭୦ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ ଜଗତପୁର ଅଞ୍ଚଳର  ୫୭ ଜଣ ଆକ୍ରାନ୍ତ ଅଛନ୍ତି।

ସିଏମସି ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷ ରଂଜନ କୁମାର ବିଶ୍ୱାଳ କହିଛନ୍ତି, “କଟକ ଡେଙ୍ଗୁ ସଚେତନତା ଅଭିଯାନ ସହରରେ ଆରମ୍ଭ ହୋଇଛି। ୪୨ ନମ୍ୱର ୱାର୍ଡରୁ ଏହି ଅଭିଯାନ ଆରମ୍ଭ ହୋଇ ବିଭିନ୍ନ ସାହି ବସ୍ତି ପରିକ୍ରମା କରୁଛି। ଆଶାକର୍ମୀମାନେ ଘରଘର ବୁଲି ଲୋକମାନଙ୍କୁ ଡେଙ୍ଗୁ ସମ୍ପର୍କରେ ସଚେତନ କରିବା ସହିତ ଲିଫଲେଟ୍ ବଣ୍ଟନ କରୁଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମ ସହିତ ସ୍ୱଚ୍ଛଭାରତ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି।”

ସେହିପରି ରାଉରକେଲାରେ  ୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story