ତରଭା ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲେ ଧର୍ମେନ୍ଦ୍ର

ଢେଙ୍କାନାଳ: ତରଭା ହତ୍ୟାକାଣ୍ଡ ଘଟଣା ଚିନ୍ତାଜନକ ବିଷୟ ଓ ଦୁଃଖଦାୟକ। ସଲମନ ରାଉତଙ୍କୁ ପୂର୍ବଯୋଜନା ଅନୁଯାୟୀ ହତ୍ୟା କରାଯାଇଛି। ଏହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି କେନ୍ଦ୍ର ପେଟ୍ରୋଲିୟନ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତରଭାରେ ମୃତକଙ୍କ ପରିବାରକୁ ଭେଟି କହିଛନ୍ତି। ସେ କହିଛନ୍ତି,“ତରଭା ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ଦ୍ୱାରା ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ। ସିବିଆଇ ତଦନ୍ତ କଲେ ଏହା ନିରେପେକ୍ଷ ହୋଇପାରିବ।” ମୃତ ସଲମନ ରାଉତଙ୍କ ପରିବାରର ମହିଳା ସଦସ୍ୟଙ୍କୁ ପୋଲିସ୍ ମାଡ଼ ମାରିଥିବା […]

darmendra

darmendra

Rakesh Mallick
  • Published: Wednesday, 08 February 2017
  • Updated: 08 February 2017, 03:31 PM IST

Sports

Latest News

ଢେଙ୍କାନାଳ: ତରଭା ହତ୍ୟାକାଣ୍ଡ ଘଟଣା ଚିନ୍ତାଜନକ ବିଷୟ ଓ ଦୁଃଖଦାୟକ। ସଲମନ ରାଉତଙ୍କୁ ପୂର୍ବଯୋଜନା ଅନୁଯାୟୀ ହତ୍ୟା କରାଯାଇଛି। ଏହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି କେନ୍ଦ୍ର ପେଟ୍ରୋଲିୟନ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତରଭାରେ ମୃତକଙ୍କ ପରିବାରକୁ ଭେଟି କହିଛନ୍ତି।

ସେ କହିଛନ୍ତି,“ତରଭା ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ଦ୍ୱାରା ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ। ସିବିଆଇ ତଦନ୍ତ କଲେ ଏହା ନିରେପେକ୍ଷ ହୋଇପାରିବ।”

ମୃତ ସଲମନ ରାଉତଙ୍କ ପରିବାରର ମହିଳା ସଦସ୍ୟଙ୍କୁ ପୋଲିସ୍ ମାଡ଼ ମାରିଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ସଲମନଙ୍କ ମୃତଦେହ ଆଣିବା ବେଳେ ଏସପିଙ୍କ ସମ୍ମୁଖରେ ମହିଳାଙ୍କୁ ପୁରୁଷ ପୋଲିସ୍‌ ମାଡ଼ ମାରିଥିଲେ। ଏହା ବ୍ରିଟିଶ ଶାସନକୁ ବଳିଗଲା। ”

ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି,“କେନ୍ଦ୍ରରେ ଧର୍ମେନ୍ଦ୍ରଙ୍କ ଦଳର ସରକାର ଅଛି। କେନ୍ଦ୍ର ଆଇନ କରୁ, ଯେଉଁଠି ହତ୍ୟା ହେବ ସେଠି ସିବିଆଇ ତଦନ୍ତ କରିବ।”

ସେ ଆହୁରି କହିଛନ୍ତି,“ତରଭା ହତ୍ୟାକୁ ରାଜନୈତିକ ରୂପ ଦେବା ବିଧି ବ୍ୟବସ୍ଥାର ପରିପନ୍ଥୀ। ବିଜୁ ଜନତା ଦଳ ହିଂସାରେ ବିଶ୍ୱାସ କରେ ନାହିଁ।

ଗତ ଶନିବାର ରାତିରେ ସଲମନ ରାଉତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ରାଜ୍ୟ ନିର୍ବାଚନ କମିଶନ ଘଟଣାର କ୍ରାଇମବ୍ରାଞ୍ଚ  ତଦନ୍ତ ପାଇଁ ସୁପାରିଶ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos