ଆଶ୍ଚର୍ଯ୍ୟ: ଏୟାର ଇଣ୍ଡିଆ କ୍ରାସ୍‌ର ୫୦ ବର୍ଷ ପରେ ମିଳିଲା ଯାତ୍ରୀଙ୍କ ମୃତ ଦେହ

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାର ବହୁ ବର୍ଷ ପରେ ମିଳିଲା ଯାତ୍ରୀଙ୍କ ମୃତଦେହର ଅଂଶବିଶେଷ । ବରଫାବୃତ୍ତ ପାହାଡ଼ରୁ ଏହି ମୃତଦେହର ଅଂଶବିଶେଷ  ମିଳିଥିବା ବେଳେ ଡିଏନଏ ଟେଷ୍ଟ କରାଯାଇ ଚିହ୍ନଟ କରାଯାଇଛି।  ମୃତକ ଉଭୟ ସ୍ୱାମୀ ସ୍ତ୍ରୀ ବୋଲି ଡିଏନଏ ରିପୋର୍ଟରୁ ଜଣାପଡ଼ିଛି। ଜଣଙ୍କ ନାମ ମାସିଁଲିନ୍‌ ଡୁମୁଲିନ୍‌ ଏବଂ ତାଙ୍କ ପତ୍ନୀ ଫ୍ରାନ୍ସିନି (୩୭) ବୋଲି ଜଣାପଡ଼ିଛି। ତେବେ ୫୦ ବର୍ଷ ତଳେ ଏୟାର ଇଣ୍ଡିଆର ଦୁଇଟି ବିମାନ ଦୁର୍ଘଟଣା ଘଟିଥିବା ବେଳେ ଯେକୌଣସି ଗୋଟିଏରେ […]

plane

plane

Rakesh Mallick
  • Published: Saturday, 29 July 2017
  • Updated: 29 July 2017, 09:35 PM IST

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାର ବହୁ ବର୍ଷ ପରେ ମିଳିଲା ଯାତ୍ରୀଙ୍କ ମୃତଦେହର ଅଂଶବିଶେଷ । ବରଫାବୃତ୍ତ ପାହାଡ଼ରୁ ଏହି ମୃତଦେହର ଅଂଶବିଶେଷ  ମିଳିଥିବା ବେଳେ ଡିଏନଏ ଟେଷ୍ଟ କରାଯାଇ ଚିହ୍ନଟ କରାଯାଇଛି।  ମୃତକ ଉଭୟ ସ୍ୱାମୀ ସ୍ତ୍ରୀ ବୋଲି ଡିଏନଏ ରିପୋର୍ଟରୁ ଜଣାପଡ଼ିଛି। ଜଣଙ୍କ ନାମ ମାସିଁଲିନ୍‌ ଡୁମୁଲିନ୍‌ ଏବଂ ତାଙ୍କ ପତ୍ନୀ ଫ୍ରାନ୍ସିନି (୩୭) ବୋଲି ଜଣାପଡ଼ିଛି। ତେବେ ୫୦ ବର୍ଷ ତଳେ ଏୟାର ଇଣ୍ଡିଆର ଦୁଇଟି ବିମାନ ଦୁର୍ଘଟଣା ଘଟିଥିବା ବେଳେ ଯେକୌଣସି ଗୋଟିଏରେ ଏହି ମୃତ ଦେହ ବୋଲି କୁହାଯାଉଛି।

 ଏ ସମ୍ପର୍କରେ ଗବେଷଣା କରିଥିବା ଡାନିଏଲ ରୋଚି ନାମକ ଜଣେ ବିଶେଷଜ୍ଞ ଏହା ଦାବି କରିଛନ୍ତି। ସୂଚନା ଅନୁଯାୟୀ ୧୯୬୬ରେ ଏୟାର ଇଣ୍ଡିଆର ବୋଇଁ ୭୦୭ ବମ୍ବେରୁ ନ୍ୟୁୟର୍କ ଯାତ୍ରା କରୁଥିବା ବେଳେ ଇୟୁରୋପର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ବ୍ଲାଙ୍କ(ବରଫାବୃତ୍ତ ପାହାଡ଼) ନିକଟରେ ଦୁର୍ଘଟଣା ଘଟିଥିଲା। ଏହି ମର୍ମନ୍ତୁ ଦୁର୍ଘଟଣାରେ ୧୧୭ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୧୯୫୦ରେ ଉକ୍ତ ସ୍ଥାନରେ ଏୟାର ଇଣ୍ଡିଆର ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪୮ ଜଣ ପ୍ରାଣ ହରାଇଥିଲେ। ଏନେଇ ଦୀର୍ଘ ଦିନ ହେଲା ଡାନିଏଲ ଗବେଷଣା ଜାରି ରଖିଥିଲେ।  

ପ୍ରଥମେ ଉକ୍ତ ସ୍ଥାନରୁ ଦୁର୍ଘଟଣାଗ୍ରସ୍ତ ବିମାନର ଏକ(ଇଞ୍ଜିନ) ଭଗ୍ନାବଶେଷ ଠାବ କରାଯାଇଥିଲା। ହେଲେ ଇଞ୍ଜିନ କେଉଁ ବିମାନର ତାହା ଜଣାପଡ଼ି ନାହିଁ।  ଆଉ ଗତ ୧୦ ଦିନ ପୂର୍ବେ ଉକ୍ତ ସ୍ଥାନରୁ ଦୁଇଟି କଙ୍କାଳ ଉଦ୍ଧାର କରାଯାଥିଳା। ସମ୍ପୃକ୍ତ ଗବେଷକଙ୍କ କହିବା ଅନୁଯାୟୀ ତାଙ୍କ ଗବେଣା କାଳରେ ପ୍ରଥମ ଥର ପାଇଁ ସେ ଏଭଳି ମଣିଶ ଶରୀରର ଅଂଶବିଶେଷ ଠାବ କରିପାରିଛନ୍ତି। ଗୋଟିଏ ସ୍ଥାନରେ ସେ ଏକାଠି ଭାବେ  ଗୋଟିଏ ହାତ ଏବଂ ଗୋଟିଏ ଗୋଡ଼ର କିଛି ଅଂଶ ପାଇଥିବା କହିଛନ୍ତି। ସେହିପରି ଉଦ୍ଧାର ହୋଇଥିବା ବିମାର ଭଗ୍ନାବଶେଷ ଏୟାର ଇଣ୍ଡିଆର ବୋଲି ସେ କହିଛନ୍ତି । ତେବେ ଉଦ୍ଧାର ହୋଇଥିବା ମୃତ ଦେହ  ଉପରୋକ୍ତ ଦୁଇଟିରୁ  ଦୁର୍ଘଟଣାର ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ବରଫ ଯୋଗୁ ମୃତଦେହର ଅଂଶବିଶେଷ ନଷ୍ଟ ହୋଇ ନଥିବା ବିଶେଷଜ୍ଞ କହିଛନ୍ତି। ମୃତ ଦେହ ଠାବ କରି ଏହାର ଡିଏନଏ ପରୀକ୍ଷା କରିଥିଲେ ଡାନିଏଲ।

ସୌଜନ୍ୟ: ଟାଇମ୍‌ସ୍‌ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos