ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ; ଗଣଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁରର ଗୁନ୍ଥୁଳିନାଳରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ଉଲଗ୍ନ ଅବସ୍ଥାରେ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିବା ବେଳେ କିଛି ଦୂରରେ ଜୋତା ଓ ଡ୍ରେସ୍ ପଡ଼ିଛି। ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।

ଗତ ଦୁଇ ଦିନ ତଳେ ଗାଁ ପାଖ ସାଙ୍ଗ ଘରକୁ ଯାଇ ଆଉ ଫେରିନଥିଲେ ସଂପୃକ୍ତ ନାବାଳିକା। ଏନେଇ ପୁଟାସିଂ ଥାନାରେ ମଧ୍ୟ ଏକ ମାମଲା ହୋଇଥିଲା।