ଏଠାରେ ଦୁର୍ଗା ଓ ଲକ୍ଷ୍ମୀଙ୍କୁ ପୂଜା କରାଯାଏ... ହେଲେ ବୁଦା ମୂଳରୁ ମିଳେ ଶିଶୁକନ୍ୟା...

କେନ୍ଦୁଝର: ଏଠାରେ ଦୁର୍ଗା ଓ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ହେଲେ ବୁଦା ମୂଳରୁ ମିଳେ ଶିଶୁକନ୍ୟା। ଜନ୍ମକଲା ମାଆବାପା ବୁଝି ପାରନ୍ତିନି ମମତାର ମୂଲ। ସବୁମାନବିକତାକୁ ଜଳାଞ୍ଜଳିଦେଇ ଅତିନିର୍ଦୟ ଭାବେ ନଜ ଜନ୍ମକଲା ଶିଶୁକନ୍ୟାକୁ ନଈ ପାଖ ଗଛ ମୂଳରେ ଫିଙ୍ଗି ଦେଇ ଚାଲିଗଲେ। ନିଛାଟିଆ ଜାଗାରେ ପିଲାର କାନ୍ଦ ଶୁଣି ହଳ କରିବାକୁ ଯାଉଥିବା ଚାଷୀ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ। ତା’ ପାଖକୁ ଯିବାକୁ ସାହସ କରିପାରିନଥିଲେ। ହେଲେ ବିବେକ ସେମାନଙ୍କୁ ଧିକ୍କାର କରିଥିଲା। ଶେଷରେ […]

Kendujhar

Kendujhar

Rakesh Mallick
  • Published: Friday, 23 June 2017
  • Updated: 23 June 2017, 04:43 PM IST

Sports

Latest News

କେନ୍ଦୁଝର: ଏଠାରେ ଦୁର୍ଗା ଓ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ହେଲେ ବୁଦା ମୂଳରୁ ମିଳେ ଶିଶୁକନ୍ୟା। ଜନ୍ମକଲା ମାଆବାପା ବୁଝି ପାରନ୍ତିନି ମମତାର ମୂଲ। ସବୁମାନବିକତାକୁ ଜଳାଞ୍ଜଳିଦେଇ ଅତିନିର୍ଦୟ ଭାବେ ନଜ ଜନ୍ମକଲା ଶିଶୁକନ୍ୟାକୁ ନଈ ପାଖ ଗଛ ମୂଳରେ ଫିଙ୍ଗି ଦେଇ ଚାଲିଗଲେ। ନିଛାଟିଆ ଜାଗାରେ ପିଲାର କାନ୍ଦ ଶୁଣି ହଳ କରିବାକୁ ଯାଉଥିବା ଚାଷୀ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ। ତା’ ପାଖକୁ ଯିବାକୁ ସାହସ କରିପାରିନଥିଲେ। ହେଲେ ବିବେକ ସେମାନଙ୍କୁ ଧିକ୍କାର କରିଥିଲା। ଶେଷରେ ସାହସ ଜୁଟାଇ କିଛି ଚାଷୀଙ୍କୁ ଏକାଠି କରି ଘଟଣାସ୍ଥଳକୁ ଯାଇ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ।

ଆଜି ସକାଳେ ହରିହରପୁର ଗାଁରେ କେତେକ ଲୋକ ହଳ କରିବାକୁ ବିଲକୁ ଯାଉଥିଲେ। ଏହି ସମୟରେ ଗାଁ ପାର୍ଶ୍ୱ ନଈ ଗଛ ମୂଳରୁ ଶିଶୁ କନ୍ୟାର କାନ୍ଦ ଶୁଣିବାକୁ ପାଇଥିଲେ। ପରେ ସାହାସ ଜୁଟାଇ ଶିଶୁକନ୍ୟାକୁ ଉଦ୍ଧାର କରି ଆଶାକର୍ମୀଙ୍କୁ ଖବର ଦେଇଥିଲେ। ଆଶା କର୍ମୀ ଗାଁରେ ପହଞ୍ଚି ନବଜାତ ଶିଶୁନ୍ୟାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶିଶୁର ଓଜନ ୧କେଜି ଥିବାରୁ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ନାହିଁ। ତେଣୁ ତାକୁ ଏସ୍‌ଏନ୍‌ସିୟୁରେ ରଖାଯାଇଛି। ମାତ୍ର ଶିଶୁର ପ୍ରକୃତ ପରିଚୟ ଚଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos