ଦେବଗଡ଼: ଗଇଲୋ ଘାଟିରେ ଯାତ୍ରା ପାର୍ଟି ବସ୍ ଓଲଟି ୨୭ ମୃତ

ଦେବଗଡ଼: ଦେବଗଡ଼ ଜିଲ୍ଲା ଗଇଲୋ ଘାଟି ତଳକୁ ଯାତ୍ରା ପାର୍ଟି ବସ୍ ଖସି ୨୭ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକମାନେ ହେଲେ ବରଗଡ଼ ଜିଲ୍ଳା ବରପାଲି ରେମତାର ସୁକାନ୍ତି ପରିଡା, କାଶୀନାଥ ପ୍ରଧାନ, ସୀତାରାମ ପ୍ରଧାନ ଓ ଅଙ୍ଗଦ ପ୍ରଧାନ। ସେହିପରି ବାଗବାଡିର ରାଜେଶ ବେହେରା, ବରଗଡ଼ ଟାଉନ୍‌ର ଦେବରାଜ ସୁନା, ବରପାଲିର ନାରାୟଣ ପ୍ରଧାନ, ମଦନ ପାଣିଗ୍ରାହୀ, ଦୀପକ ପଟେଲ ଓ ରାଜକୁମାର ପଟେଲ ,ବାରଙ୍ଗାପାଲିର ସଞ୍ଜୀବ ଦେହୁରୀ ଓ ପ୍ରଦୀପ ଭୋଇ, କନବାର୍‌ର ସୁରେନ୍ଦ୍ର […]

death

death

Rakesh Mallick
  • Published: Monday, 18 April 2016
  • Updated: 18 April 2016, 02:20 PM IST

Sports

Latest News

deathଦେବଗଡ଼: ଦେବଗଡ଼ ଜିଲ୍ଲା ଗଇଲୋ ଘାଟି ତଳକୁ ଯାତ୍ରା ପାର୍ଟି ବସ୍ ଖସି ୨୭ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକମାନେ ହେଲେ ବରଗଡ଼ ଜିଲ୍ଳା ବରପାଲି ରେମତାର ସୁକାନ୍ତି ପରିଡା, କାଶୀନାଥ ପ୍ରଧାନ, ସୀତାରାମ ପ୍ରଧାନ ଓ ଅଙ୍ଗଦ ପ୍ରଧାନ। ସେହିପରି ବାଗବାଡିର ରାଜେଶ ବେହେରା, ବରଗଡ଼ ଟାଉନ୍‌ର ଦେବରାଜ ସୁନା, ବରପାଲିର ନାରାୟଣ ପ୍ରଧାନ, ମଦନ ପାଣିଗ୍ରାହୀ, ଦୀପକ ପଟେଲ ଓ ରାଜକୁମାର ପଟେଲ ,ବାରଙ୍ଗାପାଲିର ସଞ୍ଜୀବ ଦେହୁରୀ ଓ ପ୍ରଦୀପ ଭୋଇ, କନବାର୍‌ର ସୁରେନ୍ଦ୍ର ପ୍ରଧାନ ଓ ବନବାସ ସାହୁ, ସତଲମାର ସନକ ବେହେରା ଭେଡେନ୍‌ର ଶରତ ମାଝି ଏବଂ ବଲାଙ୍ଗିର ଜିଲ୍ଳା ବୁଦ୍ଧି ସରଡ଼ାର ଲକ୍ଷ୍ମୀକାନ୍ତ ଥାନାପତି।

ଦୁର୍ଘଟଣାରେ ଆହତ ହୋଇଥିବା ୬ ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ଦେବଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ୬ ଜଣ ହେଲେ ବରଗଡ଼ ଜିଲ୍ଲା ବରପାଲି ବାଘବାଦୀର ରାଜେଶ ବେହେରା, ବରପାଲି ପୁରୁପାଲ୍ଲୀର ଲକ୍ଷ୍ମୀ ସେଠ୍‌, ଟଙ୍ଗରପଡ଼ାର ପୂଜା ଛତ୍ରିଆ, ରେମତାର ଦିଲୀପ ପାଣ୍ଡେ, ସୁବର୍ଣ୍ଣପୁର ଜିଲ୍ଲା ଲଙ୍ଗଳକଣ୍ଟାର ବୁଲୁ ମିଶ୍ର ଓ ପିପିଲି ଡେଲାଙ୍ଗର ଝୁନୁରାଣୀ ମଲ୍ଲିକ।

ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ  ଓ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି।

ଦୁର୍ଘଟଣାଗ୍ରସ୍ତ ଯାତ୍ରୀ ସମ୍ପର୍କରେ ସୂଚନା ଲାଗି  ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ଦେବଗଡ଼ ଏସ୍‌ପି ସାରା ଶର୍ମା ସୂଚନା ଦେଇଛନ୍ତି। ଏହି ନମ୍ୱର ଗୁଡ଼ିକ ହେଲା ୮୮୯୫୦୦୨୦୦୦୫ ଏବଂ ୯୯୩୭୩୦୬୬୩୫। ଗତକାଲି ରାତିରୁ କାର୍ଯ୍ୟ ଆରମ୍ଭ କରିଥିବା ଏହି କଣ୍ଟ୍ରୋଲରୁମ୍‌ ଆଜି ମଧ୍ୟ କାମ କରିବ।

ଗତକାଲି ରାତି ପ୍ରାୟ ୨ଟା ୩୦ ସମୟରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା। ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ, ପୋଲିସ୍ ଅଧିକାରୀମାନେ ଉପସ୍ଥିତ ଥିଲେ।  ଅଗ୍ନିଶମ ବିଭାଗ, ଏପିଆର୍, ଓଏପିଏଫ୍, ସିଆରିପିଏଫ୍ ଓ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।  କିଛି ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ରବିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଥିବାରୁ ଘଞ୍ଚ ଜଙ୍ଗଲ ଓ ରାତି ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ବସ୍‌ଟି ପଡ଼ିଥିବା ସ୍ଥାନକୁ ଯିବା ପାଇଁ  ରାସ୍ତା ପଥୁରିଆ ହୋଇଥିବାରୁ ଏବଂ ଛୋଟ ନାଳ ପାରି ହୋଇ ଯିବା ପାଇଁ ପଡୁଥିବାରୁ ଉଦ୍ଧାରକାରୀ ଦଳକୁ ବହୁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥିଲା।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ  ଆଶ୍ଚର୍ଯ୍ୟଜନକ ଭାବେ ୮ ମାସର ଶିଶୁ ଓ ତାଙ୍କ ମା’ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେମାନଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି।

ଅନ୍ୟପକ୍ଷରେ କଳାକାରମାନଙ୍କୁ  ନେଉଯାଉଥିବା ଏହି ବସ୍‌ର ଫିଟ୍‌ନେସ୍‌ ଭେଲିଡିଟି ସରିଯାଇଥିବା ଜଣାପଡିଛି। ଆରଟିଓ ୱେବସାଇଟ୍‌ରୁ ମିଳିଥିବା ସୂଚନା ଅନୁଯାୟୀ ବସ୍‌ର  ମାଲିକ ହେଉଛନ୍ତି  କଟକ ସଦର ଆୟତ୍ତପୁର ନିମେଇଷପୁର ଦିଘିର  ତପନ କୁମାର ମହନ୍ତି। ବସ୍‌ଟି ୨୦୦୮ ମାର୍ଚ୍ଚ ୧୫ ତାରିଖରେ ପଞ୍ଜୀକୃତ ହୋଇଥିଲା। ଆଉ ଗାଡିର ଫିଟ୍‌ନେସ୍‌ ଭେଲିଡିଟି ୨୦୧୩ ଏପ୍ରିଲ୍‌ ୨୪ ତାରିଖ ପର୍ଯ୍ୟନ୍ତ ଥିଲା। ଗତ ୩ ବର୍ଷ ହେବ ବିନା ଫିଟ୍‌ନେସ୍‌ରେ ଗାଡି କିଭଳି ଚାଲୁଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ, ଭାରତୀ ଗଣନାଟ୍ୟର ପ୍ରାୟ ୩୮ ଜଣ କଳାକାରଙ୍କୁ ନେଇ ବସ୍‌ଟି ଗତକାଲି ଦେବଗଡ଼ରୁ ବରଗଡ଼ ଜିଲ୍ଲା ରେମତା ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଘାଟି ରାସ୍ତାରେ ଆସିଥିବା ବେଳେ ପ୍ରାୟ ୩୦୦ ଫୁଟ୍‌ ତଳକୁ ବସ୍‌ଟି ଖସି ପଡିବା ପରେ ନିଆଁ ଲାଗି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos