ଦେବାଶିଷ ମୋ ବିରୋଧରେ ଗାତୁଆ ମୂଷା ଭଳି ଲାଗିଛନ୍ତି: ଦାମ

ଭୁବନେଶ୍ୱର: ସିଏମ୍‌ସିର ୨୧ ନମ୍ବର ୱାର୍ଡ ଉପନିର୍ବାଚନରେ ବିଜେଡିର ପରାଜୟ ପରେ ମନ୍ତ୍ରୀ ଦାମୋଦର ରାଉତ ଏବଂ ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟ ମୁହାଁମୁହିଁ ହୋଇଥିଲେ। ଦେବାଶିଷଙ୍କ ନାଁ ନ ନେଇ ଦାମ ସିଏମ୍‌ସି ନିର୍ବାଚନ ପରାଜୟ ପାଇଁ ପରୋକ୍ଷରେ ତାଙ୍କୁ ଦାୟୀ କରିଥିଲେ। ଆଜି ତାଙ୍କୁ ସିଧାସଳଖ ଆକ୍ଷେପ କରିବା ସହ ଗାତୁଆ ମୂଷା ପରି ଦେବାଶିଷ ତାଙ୍କ ପଛରେ ଲାଗିଛନ୍ତି ବୋଲି କହିଛନ୍ତି। ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, “ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ […]

dama

dama

Rakesh Mallick
  • Published: Sunday, 05 June 2016
  • Updated: 05 June 2016, 10:04 PM IST

Sports

Latest News

damaଭୁବନେଶ୍ୱର: ସିଏମ୍‌ସିର ୨୧ ନମ୍ବର ୱାର୍ଡ ଉପନିର୍ବାଚନରେ ବିଜେଡିର ପରାଜୟ ପରେ ମନ୍ତ୍ରୀ ଦାମୋଦର ରାଉତ ଏବଂ ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟ ମୁହାଁମୁହିଁ ହୋଇଥିଲେ। ଦେବାଶିଷଙ୍କ ନାଁ ନ ନେଇ ଦାମ ସିଏମ୍‌ସି ନିର୍ବାଚନ ପରାଜୟ ପାଇଁ ପରୋକ୍ଷରେ ତାଙ୍କୁ ଦାୟୀ କରିଥିଲେ। ଆଜି ତାଙ୍କୁ ସିଧାସଳଖ ଆକ୍ଷେପ କରିବା ସହ ଗାତୁଆ ମୂଷା ପରି ଦେବାଶିଷ ତାଙ୍କ ପଛରେ ଲାଗିଛନ୍ତି ବୋଲି କହିଛନ୍ତି।

ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, “ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ କହି କାହିଁକି ତାଙ୍କ ଗୁରୁତ୍ୱ ବଢାଇବି? ସେ ଗାତୁଆ ମୂଷା ଭଳି ମୋ ନିର୍ବାଚନ ମଣ୍ଡଳୀରେ ଗାତ କରିବାକୁ ଆରମ୍ଭରୁ ଚେଷ୍ଟା କରୁଛନ୍ତି।”

ସେ କହିଛନ୍ତି, “ମୋତେ ଥରେ ବିଜୁ ପଟ୍ଟନାୟକ କହିଥିଲେ, ସମ୍ପତ୍ତି ଆହରଣ କରିବା ମଣିଷର ସ୍ୱାଭାବିକ ପ୍ରବୃତ୍ତି। ଏଥିରୁ ନିବୃତ୍ତ ରହିଲେ ଜନପ୍ରତିନିଧି ହୋଇ ପାରିବୁ। ଦେବାଶିଷ ସାମନ୍ତରାୟଙ୍କ ସମେତ ବହୁ ନେତା ଏହାକୁ ଭୁଲି ଯାଇଛନ୍ତି। ସେମାନେ କହୁଛନ୍ତି, ସମ୍ପତ୍ତି ଆହରଣ କରିବା ସାଧାରଣ ମଣିଷର ସ୍ୱାଭାବିକ ପ୍ରବୃତ୍ତି। ସେ ପ୍ରବୃତ୍ତିର ପ୍ରାବଲ୍ୟ ସେମାନଙ୍କଠାରେ ଅଛି, ତେଣୁ ସେମାନେ ଲୋକ ପ୍ରତିନିଧି ହେଉଛନ୍ତି। ଏବେ ଯାହା ହେବା କଥା ହେଉଛି, ମୋତେ ଦୋଷ ଦେଲେ କ’ଣ ହେବ?”

ମନ୍ତ୍ରୀମଣ୍ଡଳ ଅଦଳବଦଳ ସମ୍ପର୍କରେ ଦାମ କହିଛନ୍ତି, “ମନ୍ତ୍ରୀମଣ୍ଡଳ ଗଠନ କରିବା ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କର। ସେ ଯାହାକୁ ଚାହିଁବେ ତାଙ୍କ ମନ୍ତ୍ରୀମଣ୍ଡଳରେ ରଖିବେ ଓ ଯାହାକୁ ଚାହିଁବେ ବାହାର କରିବେ। ଯାହା ଉପରୁ ମୁଖ୍ୟମନ୍ତ୍ରୀ ଆସ୍ଥା ହରାଇବେ ସେ ମନ୍ତ୍ରୀମଣ୍ଡଳରେ ରହିବେ ନାହିଁ। ମୁଁ ତ ଦୁଇ ଦୁଇ ଥର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ମୁଖ୍ୟମନ୍ତ୍ରୀ ମୋତେ ଇସ୍ତଫା ଦେବାକୁ କହିଥିଲେ ଓ ମୁଁ ଦେଇଥିଲି।”

ବିଧାୟକ ସାମନ୍ତରାୟ କହିଛନ୍ତି, “ଦାମ ବାବୁ ଜଣେ ବରିଷ୍ଠ ନେତା ’ହୋଇ ତଳସ୍ତରକୁ ପଳାଉଛନ୍ତି। ମୋ ବିରୋଧରେ ସବୁବେଳେ ଅଶୋଭନୀୟ ମନ୍ତବ୍ୟ ଦେଉଛନ୍ତି। କେବଳ ମୋତେ ନୁହେଁ, ଅନ୍ୟମାନଙ୍କ ବିରୋଧରେ ମଧ୍ୟ ଏପରି କଟାକ୍ଷ କରୁଛନ୍ତି। ମୋ ରାଜନୈତିକ କ୍ୟାରିୟରକୁ ନେଇ ସେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ତେଣୁ ସେ ଏପରି କହୁଛନ୍ତି।”

ଦାମଙ୍କ ଏପିରି ମନ୍ତବ୍ୟକୁ ନେଇ ବିଧାୟକ ପ୍ରଭାତ ବିଶ୍ୱଳ ତାଙ୍କୁ କଡା ସମାଲୋଚନା କରିଛନ୍ତି।

ବିଧାୟକ ବିଶ୍ୱାଳ କହିଛନ୍ତି, “ଦାମ ବାବୁ ଥରେ ମତ ଦେବା ପରେ ପୁଣି ବଦଳାଇ ଦେଇଥାନ୍ତି। ଏହାର ପ୍ରଭାବ ଦଳ ଉପରେ ପଡିବ ନାହିଁ। ସେ ପାରାଦୀପର ବିଧାୟକ, କଟକ ବିଷୟରେ ମୁଣ୍ଡ ନ ଖେଳାନ୍ତୁ। ସମ୍ପତ୍ତି ଆହରଣରେ ଆମର ପ୍ରାବଲ୍ୟ ନାହିଁ। ବିଧାୟକ ହେବା ପରେ ଆମେ ସମ୍ପତ୍ତି ହରାଇଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos