ଡିସେମ୍ବରରେ ନିଲାମ ହେବ ୧୦ଟି ଖଣି: ବାଦ୍ ପଡ଼ିଲା ସୁନ୍ଦରଗଡ଼ର ଖଣ୍ଡାଧାର ଓ କେନ୍ଦୁଝରର ମାଙ୍କଡ଼ମୋଚା

ଭୁବନେଶ୍ୱର: ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ରାଜ୍ୟରେ ଖଣି ନିଲାମ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ମାସରେ ୧୦ଟି ଖଣି ନିଲାମୀ ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ସୁନ୍ଦରଗଡ଼ର ଖଣ୍ଡାଧାର ଓ କେନ୍ଦୁଝରର ମାଙ୍କଡ଼ମୋଚା ଲୁହାପଥର ଖଣିକୁ ନିଲାମୀରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର। ଡିଜିପିଏସ୍ ସର୍ଭେ ଓ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ସରି ନ ଥିବାରୁ ପ୍ରଥମ ପର୍ଯ୍ୟାୟ ନିଲାମୀରେ ଏହି ଦୁଇଟି ଖଣି ସାମିଲ ହେବ ନାହିଁ। […]

praffulla mallick

praffulla mallick

Rakesh Mallick
  • Published: Friday, 13 November 2015
  • Updated: 13 November 2015, 02:19 PM IST

Sports

Latest News

ଭୁବନେଶ୍ୱର: ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ରାଜ୍ୟରେ ଖଣି ନିଲାମ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ମାସରେ ୧୦ଟି ଖଣି ନିଲାମୀ ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ସୁନ୍ଦରଗଡ଼ର ଖଣ୍ଡାଧାର ଓ କେନ୍ଦୁଝରର ମାଙ୍କଡ଼ମୋଚା ଲୁହାପଥର ଖଣିକୁ ନିଲାମୀରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର। ଡିଜିପିଏସ୍ ସର୍ଭେ ଓ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ସରି ନ ଥିବାରୁ ପ୍ରଥମ ପର୍ଯ୍ୟାୟ ନିଲାମୀରେ ଏହି ଦୁଇଟି ଖଣି ସାମିଲ ହେବ ନାହିଁ। ତେଣୁ ୧୨ ବଦଳରେ ୧୦ଟି ଖଣି ନିଲାମ ନେଇ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ। ଡିସେମ୍ୱର ମାସରେ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ଏହି ୧୦ଟି ଖଣି ମଧ୍ୟରେ ୩ଟି ଲୁହାପଥର, ୫ ମାଙ୍ଗାନିଜ୍, ଗୋଟିଏ ଲାଇମ୍ ଷ୍ଟୋନ୍ ଓ ଗୋଟିଏ ବକ୍ସାଇଟ୍ ଖଣି ରହିଛି। ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଖଣିର ନିଲାମ କରାଯିବ। ଏଥିପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ। ତା’ପରେ ଏସବିଆଇ ଟେଣ୍ଡର କାଗଜପତ୍ର ପ୍ରସ୍ତୁତ କରିବ। ଡିସେମ୍ବର ମାସ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ କରାଯିବ। ଏହି ପର୍ଯ୍ୟାୟରେ ସୁନ୍ଦରଗଡ଼ର ଖଣ୍ଡାଧାର ଓ କେନ୍ଦୁଝରର ମାଙ୍କଡମୋଚା ଲୁହାପଥର ଖଣିକୁ ନିଲାମୀରୁ ବାଦ୍ ଦିଆଯାଇଛି।

ଖଣି ନିଲାମୀ ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଖଣି ଚିହ୍ନଟ, ପରିମାଣ ଆକଳନ, ସମୟ ସୀମା ଓ ଦର ନିର୍ଦ୍ଧାରଣ ସହ ନିଲାମୀ ପ୍ରକ୍ରିୟାକୁ ତ୍ବରାନ୍ୱିତ କରିବା ନେଇ କମିଟି ରାଜ୍ୟ ସରକାରଙ୍କୁ ଅବଗତ କରିଛି। ତେବେ ଖଣି ଅଞ୍ଚଳରେ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ସାଙ୍ଗକୁ ସଂଶୋଧିତ ଏମ୍.ଏମ.ଡି.ଆର ଆକଟର ମିନେରାଲ ରୁଲସ୍ ଅନୁସାରେ ସବୁ ଅନୁମତି ନ ମିଳିଲେ ଖଣି ନିଲାମୀ ପରେ ଲିଜଧାରୀମାନେ ଅଡୁଆରେ ପଡିପାରନ୍ତି ବୋଲି ବିଶେଷଜ୍ଞମତ ଦେଇଛନ୍ତି

ରାଜ୍ୟରେ ଖଣି ନିଲାମ ପ୍ରକ୍ରିୟା ବିଳମ୍ୱ ନେଇ ଗତ ମାସରେ ରାଜ୍ୟସଭା ଲେଜିସଲେସନ ସବୋର୍ଡିନେଟ୍ କମିଟି ଆସନ୍ତୋଷ ପ୍ରକାଶ କରିଥିଲା। ଏନେଇ ସରକାରଙ୍କୁ ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଟି ନିର୍ଦ୍ଦେଶ ଦେଇଥିଲା। ରାଜ୍ୟ ଯୋଜନା ଓ ସମନ୍ୱୟ ବିଭାଗ ଜରିଆରେ ରାଜ୍ୟ ଖଣି ବିଭାଗ କମିଟି ନିକଟରେ ସରକାର ଉତ୍ତର ରଖିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story