୧୫ ଦିନରେ ମୋଟାପଣ ଦୂର କରିବ ଏହି ପାଣି

ମୋଟାପଣ ଏପରି ଏକ ସମସ୍ୟା ଯାହା ଏବେ ସମସ୍ତଙ୍କର ଚିନ୍ତାର କାରଣ ହୋଇଛି। ଓଜନ କମାଇବା ଲାଗି ଲୋକେ ଅନେକ ବ୍ୟାୟାମ କରିବା ସହ ଔଷଧ ଖାଇଥାନ୍ତି। ହେଲେ ଆଶା ମୁତାବକ ଏଥିରୁ ଫାଇଦା ମିଳି ନଥାଏ। ଯଦି ଆପଣ ଏପରି ସମସ୍ୟାରେ ପଡିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଏପରି ଏକ ସହଜ ଉପାୟ ଅଛି, ଯାହାକୁ ଆପଣେଇଲେ ମୋଟାପଣରୁ ମୁକ୍ତି ମିଳିପାରିବ। ଜିରା ପାଣି ଏପରି ଜିନିଷ, ଯାହା ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବ। ତେବେ ଆସନ୍ତୁ ଜାଣିବା ଜିରା ପାଣି କିପରି ମୋଟାପଣ ଦୂର କରିବାରେ ସହାୟକ ହୋଇଥାଏ।

ପ୍ରତିଦିନ ସକାଳେ ଖାଲି ପେଟରେ ଜିରା ପାଣି ପିଇଲେ ମୋଟାପଣ ଦୂର ହୋଇଥାଏ। ଏହା ହଜମ ଶକ୍ତି ବୃଦ୍ଧି କରିବା ସହ ଶରୀରର ଫ୍ୟାଟ୍‌କୁ କମ୍‌ କରାଏ।

Capture9ଆବଶ୍ୟକ ସାମଗ୍ରୀ: ପାଣି, ଜିରା, ଲେମ୍ୱୁ ଓ  ମହୁ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ପାଣି ଫୁଟାନ୍ତୁ। ପାଣି ଫୁଟିଗଲା ପରେ ଜିରା ପକାଇ ୧୦ ମିନିଟ୍ ଫୁଟାନ୍ତୁ। ଏହାପରେ ଏକ ଚାମଚ ମହୁ, ଓ ଲେମ୍ୱୁ ପକାଇ ଗୋଳାଇ ଦିଅନ୍ତୁ।

jeeraକ’ଣ ମଳେ ଲାଭ ?

ପାଚନ ତନ୍ତ୍ରକୁ ସୁସ୍ଥ ରଖେ: ଜିରା ପାଚନ ତନ୍ତ୍ରକୁ ସୁସ୍ଥ ରଖେ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ୍‌, ଭିଟାମିନ୍‌, ମିନେରାଲ, ପେଟ ସମସ୍ୟା ଦୂର କରିଥାଏ। ଜିରା ପାଣି ନିୟମିତ ପିଇବା ଦ୍ୱାରା ବାନ୍ତି, ଗ୍ୟାସ୍‌, କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ: ଜିରା ପାଣିରେ ଭିଟାମିନ୍‌ ଏ, ସି ଓ ଆଇରନ୍‌ ମାତ୍ରା ପ୍ରଚୁର ପରିମାଣରେ ରହିଛି।  ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ଭଲ ନିଦ କରାଏ: ଆପଣଙ୍କୁ ନିଦ ଭଲ ହେଉ ନଥିଲେ ନିୟମିତ ଜିରା ପାଣି ପିଅନ୍ତୁ। ଭଲ ନିଦ ହେବାରେ ସାହାଯ୍ୟ କରିବ।

କ’ଣ ରଖିବେ ଧ୍ୟାନ ?

ଜିରା ପାଣି ପିଇବା ସମୟରେ ଧ୍ୟାନ ରଖିବେ ଯେ ପାଣିରେ ଥିବା ଜିରାକୁ ପିଇବା ବଦଳରେ ଚୋବାଇ କରି ଖାଇବେ। ଯଦି ଆପଣଙ୍କୁ ଜିରା ଖାଇବାକୁ ପସନ୍ଦ ନୁହେଁ, ତେବେ ଜିରା ପାଉଡର ବ୍ୟବହାର କରିପାରିବେ। ଏହାକୁ ପିଇବାର ଦୁଇ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଦ୍ୟ ଖାଇବେ ନାହିଁ କି ପିଇବେ ନାହିଁ। ଦିନକୁ ଥରେ ଖାଲିପେଟରେ ପିଇବା ଲାଭଦାୟକ।