କୋପକଲେ ଇନ୍ଦ୍ରଦେବତା! ମୁଖ୍ୟମନ୍ତ୍ରୀ ମାଗିଲେ ରିପୋର୍ଟ  

ଭୁବନେଶ୍ୱର: କୋପକଲେ ଇନ୍ଦ୍ରଦେବତା। ଏଥର ପାଣିପାଗର ଆକଳନ ଅନୁସାରେ ହେଲାନି ବର୍ଷା। ଜୁନରୁ ସେପ୍ଟେମ୍ବର ମଧ୍ୟରେ  ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ  ରାଜ୍ୟର ୧୧୪ଟି ବ୍ଲକ ପ୍ରଭାବିତ ହୋଇଛି। ଆଜି ରାଜ୍ୟରେ ମରୁଡ଼ି ସ୍ଥିତି ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁନରୁ ସେପ୍ଟେମ୍ୱର ମଧ୍ୟରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ୧୧୪ଟି ବ୍ଲକ ପ୍ରଭାବିତ ହୋଇଛି। ୨୫ଟି ବ୍ଲକରେ ସ୍ଥିତି ସଂଗୀନ ରହିଛି।  ଆସନ୍ତା ଅକ୍ଚୋବର ୧୫ ତାରିଖ ସୁଦ୍ଧା ବୃଷ୍ଟିପାତ ଓ ଫସଲ ସ୍ଥିତି […]

indra-1

indra-1

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 05:57 PM IST

Sports

Latest News

ଭୁବନେଶ୍ୱର: କୋପକଲେ ଇନ୍ଦ୍ରଦେବତା। ଏଥର ପାଣିପାଗର ଆକଳନ ଅନୁସାରେ ହେଲାନି ବର୍ଷା। ଜୁନରୁ ସେପ୍ଟେମ୍ବର ମଧ୍ୟରେ  ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ  ରାଜ୍ୟର ୧୧୪ଟି ବ୍ଲକ ପ୍ରଭାବିତ ହୋଇଛି। ଆଜି ରାଜ୍ୟରେ ମରୁଡ଼ି ସ୍ଥିତି ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁନରୁ ସେପ୍ଟେମ୍ୱର ମଧ୍ୟରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ୧୧୪ଟି ବ୍ଲକ ପ୍ରଭାବିତ ହୋଇଛି। ୨୫ଟି ବ୍ଲକରେ ସ୍ଥିତି ସଂଗୀନ ରହିଛି।  ଆସନ୍ତା ଅକ୍ଚୋବର ୧୫ ତାରିଖ ସୁଦ୍ଧା ବୃଷ୍ଟିପାତ ଓ ଫସଲ ସ୍ଥିତି ସମ୍ପର୍କରେ ପଞ୍ଚାୟତୱାରୀ ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।   ମରୁଡି ସ୍ଥିତିର ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ କୃଷି ବିଭାଗ କହିଛି- ବର୍ତ୍ତମାନ ରାଜ୍ୟରେ ସ୍ୱଭାବିକ ବର୍ଷାର ପରିମାଣ ୧,୧୪୪.୩ ମିଲିମିଟର ରହିବା କଥା। ହେଲେ ୧୦୨୮. ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହାକି ସ୍ୱଭାବିକଠାରୁ ୧୦.୧ ପ୍ରତିଶତ କମ୍। ୧୪୮ ବ୍ଲକ୍‌ରେ ୩ ସପ୍ତାହରୁ ଅଧିକ ସମୟ ହେଲା ଆଦୌ ବର୍ଷା ହୋଇନି। ତେବେ ଚାଷ ପାଇଁ ପ୍ରାୟ ୧୨ ଲକ୍ଷ ଚାଷୀ ସମବାୟ ବ୍ୟାଙ୍କରୁ ଋ଼ଣ ନେଇଛନ୍ତି। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ସହାୟତା ଦେବାକୁ ଅର୍ଥ ବିଭାଗ ପକ୍ଷରୁ ଜଣେ ନୋଡାଲ୍ ଅଫିସର ନିଯୁକ୍ତି ଦିଆଯିବ।

କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି-“ପ୍ରତି ପଞ୍ଚାୟତକୁ ଯାଇ ମରୁଡ଼ି ସ୍ଥିତି ଆକଳନ କରିବାକୁ କୃଷି ବିଭାଗ ଅଧିକାରୀଙ୍କୁ କୁହାଯାଇଛି। ସେମାନଙ୍କ ତଥ୍ୟ ଆଧାରରେ ନିଷ୍ପତ୍ତି ନିଆଯିବ।” ଏସଆରସି ବିଷ୍ଣପଦ ସେଠୀ କହିଛନ୍ତି-“ଅକ୍ଟୋବର ୧୫ ସୁଦ୍ଧା ପଞ୍ଚାୟତୱାରୀ ମରୁଡ଼ି ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି। ରିପୋର୍ଟ ମିଳିବା ପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।”

ଏପ୍ରିଲରେ ପାଣିପାଗ ବିଭାଗ କ’ଣ କରିଥିଲା ଆକଳନ?

ଏବର୍ଷ ମୌସୁମୀ ଭଲ ବର୍ଷିବ। ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷିବ ବୋଲି ଆକଳନ କରାଯାଇଥିଲା। ଭାରତୀୟ ପାଣିପାଗ ବିଭାଗ ଆଇଏମ୍‌ଡି ମତରେ ସାଧାରଣତଃ ୯୬ ପ୍ରତିଶତ ବା ଏହାଠାରୁ ଧିକ ବର୍ଷା ହେଲେ ଏହାକୁ ସ୍ୱାଭାବିକ ମୌସୁମୀ ଭାବେ ବିବେଚନା କରାଯାଏ। ୧୦୪ ପ୍ରତିଶତରୁ ଅଧିକ ହେଲେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ବୋଲି ବିବେଚନା କରାଯାଏ। ଏଥର ୯୬ ପ୍ରତିଶତ ବା ତା ଠାରୁ  ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା।। ସେହିପରି ଚଳିତ ବର୍ଷ ସ୍ୱାଭାବିକ୍‌ ବର୍ଷାନେଇ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ଭବିଷ୍ୟବାଣୀ କରିଥିଲା। ମୁଖ୍ୟତଃ ରାଜ୍ୟରେ ଜୁନ୍‌ରେ ହାରାହାରି ୨୨୦ ମିଲିମିଟର ବର୍ଷା ହୋଇଥାଏ। ଜୁଲାଇ ମାସରେ ୩୧୫, ଏବଂ ଅଗଷ୍ଟ ମାସରେ ୩୪୦ ମିଲିମିଟର ବର୍ଷା ହୁଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos