ଅଧିକ ଗ୍ରିନ୍‌ ଟି ପିଉଛନ୍ତି କି ? ସାବଧାନ୍, ନଷ୍ଟ ହୋଇପାରେ ଲିଭର

ଆଜିକାଲି ପିଲାଠୁ ବୃଦ୍ଧ ଯାଏଁ ସମସ୍ତେ ଫିଟ୍‌ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ପ୍ରାୟ ଲୋକେ ନିୟମିତ ବ୍ୟାୟାମ କରିବା ସହ ଗ୍ରୀନ୍‌ ଟିର ସେବନ କରୁଛନ୍ତି। ଯଦି ଆପଣ ଫିଟ୍‌ ଓ ସ୍ୱାସ୍ଥ୍ୟବାନ ରହିବାକୁ ଗ୍ରୀନ୍‌ ଟିର ସେବନ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ୟୁରୋପିୟନ୍ ଫୁଡ୍ ସେଫ୍ଟି ଅଥୋରିଟି(EFSA) ତରଫରୁ ଏକ ଗବେଷଣାରେ ଜଣାପଡ଼ିଛି ଯେ ଗ୍ରିନ୍‌ ଟି ଅଧିକ ପିଇଲେ ଲିଭର କ୍ଷତିଗ୍ରସ୍ତ ହେବାର ଆଶଂକା ରହିଛି। ଆସନ୍ତୁ ଜାଣିବା ଏହାର କାରଣ କ’ଣ? […]

green-tea

green-tea

Rakesh Mallick
  • Published: Thursday, 19 April 2018
  • Updated: 19 April 2018, 12:24 PM IST

ଆଜିକାଲି ପିଲାଠୁ ବୃଦ୍ଧ ଯାଏଁ ସମସ୍ତେ ଫିଟ୍‌ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ପ୍ରାୟ ଲୋକେ ନିୟମିତ ବ୍ୟାୟାମ କରିବା ସହ ଗ୍ରୀନ୍‌ ଟିର ସେବନ କରୁଛନ୍ତି। ଯଦି ଆପଣ ଫିଟ୍‌ ଓ ସ୍ୱାସ୍ଥ୍ୟବାନ ରହିବାକୁ ଗ୍ରୀନ୍‌ ଟିର ସେବନ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ୟୁରୋପିୟନ୍ ଫୁଡ୍ ସେଫ୍ଟି ଅଥୋରିଟି(EFSA) ତରଫରୁ ଏକ ଗବେଷଣାରେ ଜଣାପଡ଼ିଛି ଯେ ଗ୍ରିନ୍‌ ଟି ଅଧିକ ପିଇଲେ ଲିଭର କ୍ଷତିଗ୍ରସ୍ତ ହେବାର ଆଶଂକା ରହିଛି। ଆସନ୍ତୁ ଜାଣିବା ଏହାର କାରଣ କ’ଣ?

୧) ଆଣ୍ଟି ଅକ୍ସିଡେଣ୍ଟ ମାତ୍ରା ଅଧିକ- ଗ୍ରିନ୍‌ ଟିରେ ଆଣ୍ଟିଅକ୍ସିଡେଣ୍ଟର ମାତ୍ରା କମ୍‌ ଥିବାରୁ ଏହା ଆଧିକ ସୁରକ୍ଷିତ ବୋଲି କୁହାଯାଏ। କିନ୍ତୁ ଏହି ଆଣ୍ଟିଅକ୍ସିଡେଣ୍ଟର ଅତ୍ୟଧିକ ସେବନ କଲେ ଶରୀରୀର କ୍ଷତି ହୋଇଥାଏ। ଏହା ଆପଣଙ୍କ ଲିଭରକୁ ନଷ୍ଟ କରିଦିଏ।

୨) ୮୦୦ ମିଲିଗ୍ରାମରୁ ଅଧିକ ସେବନ କ୍ଷତିକାରକ- EFSA ଅନୁଯାୟୀ ପ୍ରତିଦିନ ୮୦୦ ମିଲିଗ୍ରାମରୁ ଅଧିକ ଗ୍ରୀନ୍ ଟି ପିଇଲେ ଲିଭର ନଷ୍ଟ ହେବାର ଭୟ ରହିଛି। ତେଣୁ ଦୈନିକ ୮୦୦ ମିଲିଗ୍ରାମରୁ କମ ଗ୍ରିନ୍‌ ଟି ପିଇବାକୁ ଚେଷ୍ଟା କରନ୍ତୁ।

୩) ଓଜନ କମାଇବା- ଏକ ଗବୋଷଣାରୁ ଜଣାପଡ଼ିଛି ଯେ ଯେଉଁମାନେ ଓଜନ କମାଇବାକୁ ମିଳୁଥିବା ଗ୍ରିନ୍‌ ଟି ବ୍ୟବହାର କରୁଛନ୍ତି ସେମାନେ ଏହାକୁ ଖାଲି ପେଟରେ ପିଇବା ଉଚିତ୍‌। ପ୍ରତି ଦିନ ଏହାର ସିଙ୍ଗିଲ ଡୋଜ୍ ନେବା ଉଚିତ୍। ଏଥିରୁ ଅଧିକ ବା ବ୍ୟତିକ୍ରମ ଘଟିଲେ ଲିଭର କ୍ଷତିଗ୍ରସ୍ତ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos