ଢେଙ୍କାନାଳ, ସୁନ୍ଦରଗଡ଼ ଓ ନୂଆପଡ଼ାରେ ଜୀବନ ହାରିଲେ ତିନି ଚାଷୀ

ଢେଙ୍କାନାଳ/ରାଉରକେଲା/ନୂଆପଡ଼ା: ରାଜ୍ୟରେ ଥମିବାର ନାଁ ନେଉ ନାହିଁ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଆଜି ପୁଣି ତିନି ଜଣ ଚାଷୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଆସିଛି। ଢେଙ୍କାନାଳ, ରାଉରକେଲା ଓ ନୂଆପଡ଼ା ଜିଲ୍ଲାରୁ ଆସିଛି ଏହି ଅଭିଯୋଗ। ଏ ସମସ୍ତେ ଫସଲ ହାନି ଓ ଋଣବୋଝରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦିଗନ୍ତ ଦାସ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ମୃତ ଦିଗନ୍ତ ୫ ଏକର ଜମିରେ ଧାନ […]

farmer

farmer

Rakesh Mallick
  • Published: Friday, 20 November 2015
  • Updated: 20 November 2015, 12:27 PM IST

Sports

Latest News

ଢେଙ୍କାନାଳ/ରାଉରକେଲା/ନୂଆପଡ଼ା: ରାଜ୍ୟରେ ଥମିବାର ନାଁ ନେଉ ନାହିଁ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଆଜି ପୁଣି ତିନି ଜଣ ଚାଷୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଆସିଛି। ଢେଙ୍କାନାଳ, ରାଉରକେଲା ଓ ନୂଆପଡ଼ା ଜିଲ୍ଲାରୁ ଆସିଛି ଏହି ଅଭିଯୋଗ। ଏ ସମସ୍ତେ ଫସଲ ହାନି ଓ ଋଣବୋଝରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦିଗନ୍ତ ଦାସ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ମୃତ ଦିଗନ୍ତ ୫ ଏକର ଜମିରେ ଧାନ ଚାଷ କରିଥିଲେ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ତାଙ୍କ ଫସଲ ଉଜୁଡି ଯାଇଥିଲା । ଏଥିରେ ମାନସିକ ଭାରସାମ୍ୟ ହରାଇ ଦିଗନ୍ତ ଗୁରୁବାର ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଗଁଦିଆ ବରପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର ଆଜି ମୃତ୍ୟୁ ଘଟିଛି। ଚାଷ ଲାଗି ଦିଗନ୍ତ ୪ରୁ ୫ ଲକ୍ଷ ଟଙ୍କା ଋଣ ଓ ହାତଉଧାରି କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେହିପରି ସୁନ୍ଦରଗଡ ଜିଲ୍ଲାରୁ ପ୍ରଥମ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ବିର୍ସା ବ୍ଲକ କୋପରଣ୍ଡା ଗାଁର ଚାଷୀ ସତନ ଏକ୍କା ଫସଲ ଉଜୁଡି ଯିବା ଚିନ୍ତାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଏକ୍କାଙ୍କ ପୁଅ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କ ବାପା ଋଣ କରି ଚାଷ କରିଥିଲେ । ଫସଲ ଉଜୁଡି ଯିବାରୁ କିଛିଦିନ ହେବ ସେ ଋଣ ଶୁଝିବା ଚିନ୍ତାରେ ଥିଲେ । ମାନସିକ ଭାରସାମ୍ୟ ହରାଇ ସେ ଚାଷ ଜମିରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରି ଦେଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।

ନୂଆପଡ଼ାରେ ମଧ୍ୟ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶୋଭାସିଂ ମାଝି। ତାଙ୍କ ଘର ସିନାପାଲି ଡଙ୍ଗରିଗୁଡ଼ାରେ। ବିଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଫସଲହାନି ଓ ଋଣବୋଝ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଶୋଭାସିଂ ଚାଷ ପାଇଁ ବ୍ୟାଙ୍କ ସମେତ ମହାଜନଠାରୁ ହାତଉଧାରି ମଧ୍ୟ କରିଥିଲେ। ଋଣ ଶୁଝି ନପାରିବା ନେଇ ସେ କିଛି ଦିନ ହେଲା ଚିନ୍ତିତ ଥିଲା ଓ ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ମରୁଡି ସ୍ଥିତି ଓ ଚାଷୀ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଉଭୟ ସରକାର ଓ ବିରୋଧୀ ପରସ୍ପରକୁ କାଦୁଅ ଭିଙ୍ଗିବାରେ ଲାଗିଛନ୍ତି । ବିଜେଡି ସରକାର ଚାଷୀ ମୃତ୍ୟୁ ଘଟଣାରେ ରୋକ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନେଉଥିବା ଘୋଷଣା କରୁଛନ୍ତି । ମାତ୍ର ଏହା ଚାଷୀ ମୃତ୍ୟୁ ପରି ଏକ ସମ୍ବେଦନଶୀଳ ଘଟଣାକୁ ରୋକିବାରେ ସଫଳ ହେଉନାହିଁ । ଗତକାଲି ବରଗଡ ଜିଲ୍ଲା ସୋହେଲାରେ ବିଜେଡି ସରକାର ବିଶାଳ ଚାଷୀ ସମାବେଶ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇ ଚାଷୀଙ୍କ ଲାଗି ବିଭିନ୍ନ ସୁବିଧା ସୁଯୋଗ ଘୋଷଣା କରିଥିଲେ ମଧ୍ୟ ଏହା ଚାଷୀଙ୍କ ମନ ଜିଣିବାରେ ସଫଳ ହେବା ପରି ଲାଗୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ୨୪ ଘଣ୍ଟା ନ ପୁରୁଣୁ ରାଜ୍ୟରେ ପୁଣି ତିନି ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story