ମନ୍ତ୍ରୀଙ୍କୁ ଅଣ୍ଡାମାଡ଼: ସଞ୍ଜୟଙ୍କ ପରେ ଏବେ ଅତନୁଙ୍କ ପାଳି

ଦେବଗଡ଼: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପରେ ଏବେ ଅଣ୍ଡାମାଡ ଖାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଜଣକ ପରେ ଜଣେ ମନ୍ତ୍ରୀଙ୍କ ଗାଡି ଉପରକୁ ଏପରି ଅଣ୍ଡାମାଡ ଘଟଣା ରାଜ୍ୟରେ ରାଜନୀତିକୁ ଉଷ୍ମ କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତ ସାରି ଅଚାନକ ଦେବଗଡ ଆସୁଥିବା ବେଳେ କୁରଡି ନିକଟରେ ଏହି ଅଣ୍ଡାମାଡ଼ ଘଟଣା ଘଟିଛି। ଅଣ୍ଡାମାଡ କରିଥିବା ଯୁବକମାନେ ହାତରେ କଂଗ୍ରେସ ପତାକା ଧରିଥିବା ଦେଖିବାକୁ ମିଳିଥିଲା। ଛାତ୍ର କଂଗ୍ରେସ ପକ୍ଷରୁ ଏହି […]

deogarh

deogarh

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 04:23 PM IST

Sports

Latest News

ଦେବଗଡ଼: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପରେ ଏବେ ଅଣ୍ଡାମାଡ ଖାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଜଣକ ପରେ ଜଣେ ମନ୍ତ୍ରୀଙ୍କ ଗାଡି ଉପରକୁ ଏପରି ଅଣ୍ଡାମାଡ ଘଟଣା ରାଜ୍ୟରେ ରାଜନୀତିକୁ ଉଷ୍ମ କରିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତ ସାରି ଅଚାନକ ଦେବଗଡ ଆସୁଥିବା ବେଳେ କୁରଡି ନିକଟରେ ଏହି ଅଣ୍ଡାମାଡ଼ ଘଟଣା ଘଟିଛି। ଅଣ୍ଡାମାଡ କରିଥିବା ଯୁବକମାନେ ହାତରେ କଂଗ୍ରେସ ପତାକା ଧରିଥିବା ଦେଖିବାକୁ ମିଳିଥିଲା। ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଥିବା କୁହାଯାଇଛି। ଏହି ଘଟଣାପରେ ମଧ୍ୟ ସେ ଦେବଗଡ ସଦର ଡାକ୍ତରଖାନା ପରିଦର୍ଶନ କରିଥିଲେ। ପରେ ଦଳୀୟ କର୍ମୀଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଫେରିଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ବଲପୁରରେ ପହଞ୍ଚିବା ପରେ ଜିଲ୍ଲା ଚିକିତ୍ସାଳୟକୁ ଯାଇ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।ଏହାସହ ରୋଗୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। କୌଣସି ସ୍ଥାନରେ ମନ୍ତ୍ରୀଙ୍କୁ ପ୍ରତିବାଦ କରାଯାଇ ନ ଥିଲା। ସେଠାରୁ ମନ୍ତ୍ରୀ ଅଚାନକ ଦେବଗଡ ଜିଲ୍ଲା ଗସ୍ତ କରିଥିଲେ। ମନ୍ତ୍ର ଦେବଗଡ ସଦର ଡାକ୍ତରଖାନା ଯାଉଥିବା ବେଳେ ବାଟରେ ଏହି ଘଟଣା ଘଟିଥିଲା। ତେବେ ମନ୍ତ୍ରୀ ଅଚାନକ ଗସ୍ତ କରୁଥିବା ବେଳେ ଏ ସମ୍ପର୍କରେ ସୂଚନା ଅଣ୍ଡାମାଡ କରିଥିବା ଯୁବକମାନେ କିପରି ପାଇଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼କୁ ଆମେ ସ୍ୱାଗତ କରୁଛୁ। ରାଜ୍ୟରେ ଛାତ୍ର ଓ ଯୁବ ସମାଜ ଏହି ସରକାରଙ୍କ ଦ୍ୱାରା ଉପେକ୍ଷିତ ହୋଇଛନ୍ତି। ଏହାର ପ୍ରତିଫଳନ ଦେଖିବାକୁ ମିଳୁଛି। ଯେଉଁମାନଙ୍କର ମନ୍ତ୍ରୀ ହେବାକୁ ଯୌଗ୍ୟତା ନାହିଁ, ସେମାନଙ୍କୁ ଆମେ ରାସ୍ତାରେ ବୁଲାଇ ଦେବୁନାହିଁ।

ବିଜେଡି ଛାତ୍ର ସଭାପତି ବ୍ୟୋମକେଶ ରାୟ କହିଛନ୍ତି, ଛାତ୍ର ନିର୍ବାଚନର ବିଫଳତା ପରେ ମିଡିଆକୁ ଆସିବାକୁ ଏହା ଛାତ୍ର କଂଗ୍ରେସର ପ୍ରୟାସ। ଏପରି କାର୍ଯ୍ୟରୁ ଦୂରେଇ ରହିବାକୁ ସମସ୍ତ ଛାତ୍ରଙ୍କୁ ଅନୁରୋଧ କରୁଛୁ। ଛାତ୍ର କଂଗ୍ରେସ ପକ୍ଷରୁ ଏପରି ଅଣ୍ଡାମାଡ ଘଟଣା ଜାରି ରହିଲେ ଆମେ ଦୃଢ ଜବାବ ଦେବୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଯୋଗାଣ ମନ୍ତ୍ରୀଙ୍କ ଉପରକୁ ଦୁଇଥର ହୋଇଥିବା ଅଣ୍ଡାମାଡ଼ ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story