ଦେବଗଡ଼ ବସ୍‌ ଦୁର୍ଘଟଣା ମୃତକଙ୍କ ଅନ୍ତିମ ସଂସ୍କାର ଶେଷ

ଦେବଗଡ଼: ଦେବଗଡ଼ ଯାତ୍ରାପାର୍ଟି ବସ୍‌ ଦୁର୍ଘଟଣାରେ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଛି। ହସ୍ପିଟାଲରୁ ଆଜି ମୃତଦେହ ସବୁ ନିଜ ନିଜ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଦୁର୍ଘଟଣାରେ ରେମତା ଗାଁର ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଗାଁରେ ମୃତଦେହଗୁଡିକ ପହଞ୍ଚିବା ପରେ ଚାରିଆଡୁ ଶୁଭିଥିଲା ବୁକୁ ଫଟା କାନ୍ଦ। ଦୁର୍ଘଟଣା ଖବର ପାଇବା ପରଠାରୁ ପୁରା ଗାଁ ସ୍ତବ୍ଧ ହୋଇଯାଇଥିଲା। ଯାତ୍ରାପାର୍ଟିର ମାଲିକ ସୀତାରାମ ପ୍ରଧାନ ଓ ମ୍ୟାନେଜର ନାରାୟଣ ପ୍ରଧାନଙ୍କ […]

deogarh

deogarh

Rakesh Mallick
  • Published: Monday, 18 April 2016
  • Updated: 18 April 2016, 05:36 PM IST

Sports

Latest News

deogarhଦେବଗଡ଼: ଦେବଗଡ଼ ଯାତ୍ରାପାର୍ଟି ବସ୍‌ ଦୁର୍ଘଟଣାରେ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଛି। ହସ୍ପିଟାଲରୁ ଆଜି ମୃତଦେହ ସବୁ ନିଜ ନିଜ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଦୁର୍ଘଟଣାରେ ରେମତା ଗାଁର ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଗାଁରେ ମୃତଦେହଗୁଡିକ ପହଞ୍ଚିବା ପରେ ଚାରିଆଡୁ ଶୁଭିଥିଲା ବୁକୁ ଫଟା କାନ୍ଦ। ଦୁର୍ଘଟଣା ଖବର ପାଇବା ପରଠାରୁ ପୁରା ଗାଁ ସ୍ତବ୍ଧ ହୋଇଯାଇଥିଲା। ଯାତ୍ରାପାର୍ଟିର ମାଲିକ ସୀତାରାମ ପ୍ରଧାନ ଓ ମ୍ୟାନେଜର ନାରାୟଣ ପ୍ରଧାନଙ୍କ ସହ ଗୋଟିଏ ସ୍ଥାନରେ ଜଳିଥିଲା ସମସ୍ତଙ୍କ ଜୁଇ।

କେବଳ ରେମତା ନୁହେଁ ଆଖାପାଖ ସାତଲମା, ନାଇକେନ୍‌ପାଲି, କାଇଁମିର, ବାରଙ୍ଗପାଲି, ବୁଡାପାଲି ଓ ବରପାଲି ଗାଁରେ ମଧ୍ୟ ଥିଲା ଶୋକର ଛାୟା। ଏସବୁ ଗାଁର କଳାକାରଙ୍କୁ ନେଇ ରେମତା ଗାଁରେ ଗଢା ଯାଇଥିଲା ଭାରତୀ ଗଣନାଟ୍ୟ। ଯାତ୍ରା ପରିବେଷଣ କରି ସେମାନେ ଲୋକଙ୍କ ମନୋରଞ୍ଜନ କରୁଥିଲେ। ହେଲେ ଗଇଲୋ ଘାଟିରେ ଏହି କଳାକାରମାନଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ଶୋକସାଗରରେ ଭସାଇ ଦେଇଛି।

ଦିଲୀପ କୁମାର ଦାସ (ରେମତା ବାସନ୍ଦା) କହିଛନ୍ତି, “ଖବର ପାଇବା ପରେ ପୁରା ଗାଁ ସ୍ତବ୍ଧ ହୋଇଯାଇଥିଲା। ସାରା ରାତି ସମସ୍ତେ ଉପାସ ରହିଥିଲେ। ସେ ପିଲାମାନେ ଆମ ସହ ଅଭିନୟ କରିଥିଲେ, ସେ କଥା ମନେ ପଡିଲା ବେଳକୁ ଛାତି ଫାଟି ଯାଉଛି।”

ଘାଟିରୁ ମୃତଦେହ ସବୁକୁ ପ୍ରଥମେ ଦେବଗଡ ହସ୍ପିଟାଲ ଅଣାଯାଇଥିଲା। ଶବ ଚିହ୍ନଟ ବେଳର ଦୃଶ୍ୟ ବି ଥିଲା ହୃଦୟ ବିଦାରକ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବା ପରେ ମୃତଦେହ ଗୁଡିକ ସଂସ୍କାର ପାଇଁ ନିଜ ନିଜ ଗାଁକୁ ନେଇଥିଲେ ଆତ୍ମୀୟମାନେ। ଏହି ଦୁର୍ଘଟଣାରେ କେବଳ ବରଗଡ ଜିଲ୍ଲାର ୨୧ଜଣ କଳାକାର ଜୀବନ ହାରିଥିବା ବେଳେ ସୁବର୍ଣ୍ଣପୁର ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଏବଂ ଉପକୂଳ ଜିଲ୍ଲାରୁ ୪ ଜଣଙ୍କର ଜୀବନଦୀପ ଲିଭିଗଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos