‘ଇକୋ ଟୁରିଜିମ୍‌ ଉପରେ ବିଶେଷ ଧ୍ୟାନ ଦିଆଯାଉଛି’

ଭୁବନେଶ୍ୱର: ଓଡ଼ିଶାର ଇକୋ ଟୁରିଜିମ୍‌ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ୱେବସାଇଟ୍‌ ଖୋଲା ଯାଇଛି। ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ରେ ଆବେଦନ କରି ଭିତରକନିକା, ଚିଲିକା, ଶିମିଳିପାଳ, ସାତକୋଶିଆର ନେଚର କ୍ୟାମ୍ପରେ ରହିବାର ସୁଯୋଗ ପାଇପାରିବେ। ଗତ ଦୁଇ ମାସ ମଧ୍ୟରେ କୋଟିଏ ଟଙ୍କାରୁ ଅଧିକ ଉପାର୍ଜନ ହୋଇଥିବା ବେଳେ ୬୪୦୦ ପର୍ଯ୍ୟଟକ ନେଚର କ୍ୟାମ୍ପର ମଜା ନେଇଛନ୍ତି। ଏହାଛଡ଼ା ଦାରିଙ୍ଗବାଡ଼ି, ମଙ୍ଗଳାଯୋଡ଼ି, ପୁରୀ-କୋଣାର୍କ ଓ ବାଲେଶ୍ୱର ବିଚିତ୍ରପୁର ପରି ପର୍ଯ୍ୟଟନ ସ୍ଥଳର ବିକାଶ […]

suresh mohapatra

suresh mohapatra

Rakesh Mallick
  • Published: Saturday, 28 January 2017
  • Updated: 28 January 2017, 11:06 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାର ଇକୋ ଟୁରିଜିମ୍‌ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ୱେବସାଇଟ୍‌ ଖୋଲା ଯାଇଛି। ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ରେ ଆବେଦନ କରି ଭିତରକନିକା, ଚିଲିକା, ଶିମିଳିପାଳ, ସାତକୋଶିଆର ନେଚର କ୍ୟାମ୍ପରେ ରହିବାର ସୁଯୋଗ ପାଇପାରିବେ। ଗତ ଦୁଇ ମାସ ମଧ୍ୟରେ କୋଟିଏ ଟଙ୍କାରୁ ଅଧିକ ଉପାର୍ଜନ ହୋଇଥିବା ବେଳେ ୬୪୦୦ ପର୍ଯ୍ୟଟକ ନେଚର କ୍ୟାମ୍ପର ମଜା ନେଇଛନ୍ତି। ଏହାଛଡ଼ା ଦାରିଙ୍ଗବାଡ଼ି, ମଙ୍ଗଳାଯୋଡ଼ି, ପୁରୀ-କୋଣାର୍କ ଓ ବାଲେଶ୍ୱର ବିଚିତ୍ରପୁର ପରି ପର୍ଯ୍ୟଟନ ସ୍ଥଳର ବିକାଶ କରାଯାଉଛି। ଆଜି ସଚିବାଳୟରେ ବସିଥିବା ଜଙ୍ଗଲ ଓ ପରିବେଶ ବିଭାଗ ବାର୍ଷିକ ସମୀକ୍ଷା ବୈଠକରେ ପରେ ବିଭାଗୀୟ ସଚିବ ସୁରେଶ ମହାପାତ୍ର ଏହା କହିଛନ୍ତି।

ସେ କହିଛନ୍ତି,“ଅନେକ ସମୟରେ ହାତୀ ଓ ମଣିଷ ଲଢ଼େଇ ହେଉଛି। କେତେ ବେଳେ ହାତୀର ମୃତ୍ୟୁ ହେଉଛି ତ ଆଉ କେତେ ବେଳେ ମଣିଷର ଜୀବନ ଯାଉଛି। ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ହାତୀଙ୍କ ଗତିବିଧିକୁ ଲକ୍ଷ୍ୟ କରିବା ପାଇଁ ଟ୍ରାକ୍‌ର ଓ ଜଗୁଆଳୀ ନିୟୋଜିତ କରାଯାଇଛି। ସେମାନେ ହାତୀଙ୍କ ଗତିବିଧି ଉପରେ ନଜର ଦେବେ। ଏହାଛଡ଼ା ଜଙ୍ଗଲ ଅଞ୍ଚଳରେ ବିଦ୍ୟୁତ୍‌ ତାର ଗୁଡ଼ିକର ଉଚ୍ଚତା ବଢ଼ା ଯାଇଛି।”

ସେ କହିଛନ୍ତି,“ଗତ ୪ରୁ ୫ ବର୍ଷ ଭିତରେ ବାର୍ଷିକ ହାରାହାରି ୬୫ରୁ ୭୦ଟି ହାତୀଙ୍କ ମୃତ୍ୟୁ ହୋଇଛି। ସେହି ଅନୁପାତରେ ମଣିଷଙ୍କର ମଧ୍ୟ ମୃତ୍ୟୁ ହୋଇଛି। କିନ୍ତୁ ଚଳିତବର୍ଷ ବର୍ତ୍ତମାନସୁଦ୍ଧା ୪୧ଟି ହାତୀଙ୍କ ମୃତ୍ୟୁ ହୋଇଥିବାରୁ ଏହା କମିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos